You are here
Home > ଅଧିକ ଖବର > ନିସ୍ତେଜ ତ୍ୱଚାକୁ କରନ୍ତୁ ସତେଜ

ନିସ୍ତେଜ ତ୍ୱଚାକୁ କରନ୍ତୁ ସତେଜ

ଆମ ତ୍ୱଚାରେ ନିରନ୍ତର ନୂଆ କୋଷିକା ଉତ୍ପନ୍ନ ହୁଏ ଓ ପୁରୁଣା କୋଷିକା ବାହାରିଯାଏ । ପୁରୁଣା କୋଷିକା ପରିଷ୍କାର ହେଲେ ସେହି ସ୍ଥାନରେ ନୂଆ କୋଷିକା ସୃଷ୍ଟି ହୁଏ । ଯଦି ଏହି ପୁରୁଣା କୋଷିକା ଯାହାକୁ ଆମେ ଡେଡ୍୍ ସେଲ୍ସ ବୋଲି କହିଥାଉ, ଠିକ ଭାବରେ ପରିଷ୍କାର ନହୁଏ, ସେହି ସ୍ଥାନରେ ନୂଆ ସେଲ୍ସ ଉଠିବାରେ ଅସୁବିଧା ହେବ । ତ୍ୱଚାରେ ରକ୍ତ ସଞ୍ଚାର ଠିକ୍୍ ଭାବେ ଚାଲିବ ନାହିଁ । ଲୋମଛିଦ୍ର ବନ୍ଦ ହୋଇଯିବା ସହ ତ୍ୱଚାରେ ଅନେକ ସମସ୍ୟା ଦେଖାଯିବ । ଯେମିତିକି ବ୍ଲାକ ହେଡ୍ସ, ବ୍ରଣ ଇତ୍ୟାଦି । ଏହାସହ ତ୍ୱଚାର ଉଜ୍ଜ୍ୱଳତା ହ୍ରାସ ପାଇ ତ୍ୱଚା ନିସ୍ତେଜ ଦେଖାଯିବ । ତେଣୁ ତ୍ୱଚାକୁ ସତେଜ ଓ ସୁସ୍ଥ ରଖିବା ପାଇଁ ଆମେ ତାକୁ ପରିଷ୍କାର ପରିଚ୍ଛନ୍ନ କରିବା ଆବଶ୍ୟକ ।
ମୃତ କୋଷିକାକୁ ପରିଷ୍କାର କରିବା ପାଇଁ କେତେକ ବିଶେଷ ପ୍ରକ୍ରିୟା ରହିିଛି ଯେମିତି ବ୍ରସିଂ, ସ୍କ୍ରବିଂ, ଫେସପ୍ୟାକ ଇତ୍ୟାଦି ।
ବ୍ରସିଂ: ଶରୀରରୁ ମୃତ କୋଷିକାକୁ ଦୂର କରିବା ପାଇଁ ବଡିବ୍ରସ୍୍ ବଜାରରେ ଉପଲବ୍ଧ । ଏହି ବ୍ରସକୁ ଆପଣ ଗାଧୋଇବା ପୂର୍ବରୁ କିମ୍ବା ରାତିରେ ଶୋଇବାକୁ ଯିବା ପୂର୍ବରୁ ଶରୀରରେ ଚଲାଇ ପାରନ୍ତି । ଏହାକୁ ଚଲାଇବା ସମୟରେ ଶରୀର ଶୁଖିଲା ରହିବା ଉଚିତ । ବ୍ରସିଂର ଆରମ୍ଭ ପାଦରୁ ହେବା ଆବଶ୍ୟକ । ପରେ ପଞ୍ଝା, ଗୋଇଠି ଓ ପାଦର ଅଗ୍ରଭାଗକୁ ବ୍ରସ କରି ତଳୁ ଉପର ଆଡକୁ ଆସନ୍ତୁ । ହାତ ଓ ବାହୁରେ ବ୍ରସକୁ ଉପରଆଢକୁ ନେଇ କାଖ ଓ ପରେ କାନ୍ଧ ଓ ଛାତିର ତଳ ଆଡକୁ ବ୍ରସ୍୍ କରନ୍ତୁ । ବ୍ରସିଂ କରିବାର ଅଧଘଣ୍ଟା ପରେ ଥଣ୍ଡାପାଣିରେ ଗାଧୋଇପଡନ୍ତୁ ।
ସ୍କ୍ରବିଂ: ସ୍କ୍ରବିଂ ଦ୍ୱାରା ତ୍ୱଚାରୁ ମୃତ କୋଷିକା ସହଜରେ ବାହାରିଯାଏ । ସ୍କ୍ରବ କରିବା ପୂର୍ବରୁ ତ୍ୱଚାକୁ ମାଇଲ୍ଡ ସାବୁନରେ ଭଲଭାବେ ଧୋଇ  ନିଅନ୍ତୁ । ହୋମ୍୍ ମେଡିସ୍କ୍ରବ ତ୍ୱଚା ପାଇଁ ବିଶେଷ ଲାଭପ୍ରଦ । ଏହାକୁ ଆପଣ ସହଜରେ ଘରେ ତିଆରି କରିପାରିବେ । ସ୍କ୍ରବିଂ ପରେ ଚେହେରାରେ ମଶ୍ଚରାଇଜର ଲଗାନ୍ତୁ ।
ପୁମିସ୍ଟ ଷ୍ଟୋନ: ପୁମିସ୍ଟ ଷ୍ଟୋନରେ ତ୍ୱଚା ଉପରୁ ମୃତ କୋଷିକା ସହଜରେ ଦୂର କରାଯାଇପାରିବ । ଶରୀରର ଟାଣ ଭାଗ ଯେମିତି ଆଣ୍ଠୁ, ଗୋଇଠି, କହୁଣି ଆଦି ସ୍ଥାନରେ ପୁମିସ୍ଟ ଷ୍ଟୋନରେ ଘଷି ମୃତକୋଷିକା ପରିଷ୍କାର କରନ୍ତୁ । ତେବେ ଏହାକୁ ଶରୀରରେ ଅଧିକ ଜୋରରେ ଘଷନ୍ତୁ ନାହିଁ । ଦାଗ ପଡିଯିବାର ସମ୍ଭାବନା ରହିଛି ।
ଫେସପ୍ୟାକ୍୍: ଫେସପ୍ୟାକ ଲଗାଇଲେ ମୃତ କୋଷିକା ଗୁଡିକ ସହଜରେ ବାହାରି ଆସେ । ଏହି ମୃତ କୋଷିକା ବାହାରିଯିବା ପରେ ମଏଶ୍ଚରାଇଜର କ୍ରୀମଗୁଡିକ ଅଧିକ ପ୍ରଭାବଶାଳୀ ହୁଅନ୍ତି । ଫଳରେ ତ୍ୱଚାର ଟୋନ ଠିକ୍ ହୁଏ ଏବଂ ତ୍ୱଚା ସତେଜ ଓ ଉଜ୍ଜ୍ୱ୍ୱଳ ରହେ ।
ଫେସିଆଲ: ନିୟମିତ ଫେସିଆଲ କଲେ ତ୍ୱଚାରୁ ମୃତ କୋଷିକା ସହଜରେ ବାହାରି ଯାଇପାରେ । ଫେସିଆଲ ଦ୍ୱାରା ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧିପାଏ, ତ୍ୱଚା ପରିଷ୍କାର ହୁଏ ତଥା ତ୍ୱଚାର ବିଭିନ୍ନ ସମସ୍ୟା ଦୂର ହୁଏ । ତ୍ୱଚାରେ କୁଞ୍ଚିତ ରେଖା ପଡେନାହିଁ । ଫେସିଆଲର ୪ଟି ପର୍ଯ୍ୟାୟ ଥାଏ । ଯଥା- ପରିଷ୍କାର, ମାଲିସ, ବାମ୍ଫ ଉପଚାର ଏବଂ ପ୍ୟାକ୍୍ । ପ୍ରଥମେ ତ୍ୱଚାକୁ ପରିଷ୍କାର କରାଯାଏ । ତାପରେ ମାଲିସ କରାଯାଏ । ପରେ ଉଷୁମ ପାଣିରେ ବାମ୍ଫ ଉପଚାର ଏବଂ ଶେଷରେ ପ୍ୟାକ୍ ଲଗାଯାଏ ।
ମେନିକିଓର ଓ ପେଡିକିଓର: ହାତ ଓ ପାଦର ମୃତ କୋଷିକାକୁ ପରିଷ୍କାର କରିବା ପାଇଁ ମେନିକିଓର ଓ ପେଡିକିଓର କରନ୍ତୁ । ଏଥିରେ ଉଷୁମ ପାଣିରେ ପୁମିସ୍ଟ ଷ୍ଟୋନ ବା ବ୍ରସରେ ଘଷି ଗୋଇଠିକୁ ସଫା କରାଯାଇ ମାଲିସ କରାଯାଏ । ସପ୍ତାହରେ ଥରେ ମେନିକିଓର ଓ ପେଡିକିଓର କଲେ ହାତ ଓ ପାଦର ତ୍ୱଚା ସତେଜ ରହିବ ।
ଏକ୍ସ ଫୋଲିଏସନ କ୍ରିମ: ବଜାରରେ ଅନେକ ପ୍ରକାରର ଏକ୍ସଫଲିଏସନ କ୍ରିମ ଓ ଜେଲ ଉପଲବ୍ଧ । ଏହାକୁ ତ୍ୱଚାରେ ମାଲିସ କଲେ ମୃତ କୋଷିକା ବାହାରି ଆସେ । ଏହାକୁ ଲଗାଇବା ପୂର୍ବରୁ ତ୍ୱଚାକୁ କୌଣସି ମାଇଲ୍ଡ ସାବୁନରେ ଧୋଇଦିଅନ୍ତୁ । ଫଳରେ ତ୍ୱଚାରେ ଥିବା କ୍ରିମ ବା ଅନ୍ୟ ପଦାର୍ଥ ଛପି ରହି ଯିବନାହିଁ । ଏହାଦ୍ୱାରା ତ୍ୱଚା ଉଜ୍ଜ୍ୱଳ ଓ ସତେଜ ରହେ ।

ONA

Leave a Reply

Top