You are here
Home > ଲାଟେଷ୍ଟ > ନିର୍ଭୟା ଗଣଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟରେ ମୃତୁ୍ୟ ଦଣ୍ଡାଦେଶ କାଏମ

ନିର୍ଭୟା ଗଣଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟରେ ମୃତୁ୍ୟ ଦଣ୍ଡାଦେଶ କାଏମ

ନୂଆଦିଲ୍ଲୀ: ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା  । ଏହି ମାମଲାରେ ମୃତୁ୍ୟ ଦଣ୍ଡ ପାଇବେ ୪ ଅଭିଯୁକ୍ତ । ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ହାଇକୋର୍ଟ ଦେଇଥିବା ମୃତୁ୍ୟ ଦଣ୍ଡାଦେଶ ରାୟକୁ କାଏମ ରଖିଛନ୍ତି । ଫଳରେ ସୁପ୍ରିମୋକୋର୍ଟଙ୍କ ଏହି ରାୟ ପରେ ନିର୍ଭାୟା ଗଣଦୁଷ୍କର୍ମର ମାମଲାରେ ଦୋଷୀଙ୍କୁ ଦଣ୍ଡ କଣ ହେବ ତାକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ସୂଚନାଯୋଗ୍ୟ, ସାକେତ ସ୍ଥିତ ଫାଷ୍ଟ ଟ୍ରାକ୍ କୋର୍ଟ ଏହି ଅଭିଯୁକ୍ତଙ୍କୁ ଗଣଦୁସ୍କର୍ମ ଓ  ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ  । ଏହାପରେ ୧୩ ଡିସେମ୍ବର ୨୦୧୩ରେ କୋର୍ଟ ମାମଲାର ବିଚାର କରି ୪ ଅଭିଯୁକ୍ତଙ୍କୁ ମୃତୁ୍ୟ ଦଣ୍ଡାଦେଶ ଦେଇଥିଲେ । ଏହା ରାୟକୁ ବିରୋଧକରି  ଅଭିଯୁକ୍ତ ମାନେ ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମୋକୋର୍ଟର ୩ ଜଣିଆ ଖଣ୍ଡପିଠ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି । ଫଳରେ ମାମଲାରେ  ୪ ଅଭିଯୁକ୍ତ ଅକ୍ଷୟ ଠାକରୁ,ପଓନ ଗୁପ୍ତା,ମୁକେଶ ସିଂହ ଓ ବିନୟ ଶର୍ମାଙ୍କୁ ମୃତୁ୍ୟ ଦଣ୍ଡାଦେଶ ମିଳିବ ।
୨୦୧୨ଡିସେମ୍ବର ୧୬ରେ ଦିଲ୍ଲୀରେ ଏକ ଚଳନ୍ତା ବସରେ ନିର୍ଭାୟାକୁ ଗଣଦୁଷ୍କର୍ମ କରାଯାଇଥିଲା । ଡିସେମ୍ବର ୧୬ ତାରିଖ ରାତିରେ ୬ଜଣ ଜଣ ଯୁବକ ୨୩ ବର୍ଷୀୟ ମେଡିକାଲ ଛାତ୍ରୀଙ୍କ ସହ ଚଳନ୍ତା ବସରେ ଗଣଦୁସ୍କର୍ମ କରିବା ସହ ତାଙ୍କୁ ହତ୍ୟା ଉଦ୍ୟକ କରିଥିଲେ । ବେଶ କିଛି ଦିନ ମେଡିକାଲରେ ସେ ଜୀବନମରଣ ସହ ସଂଗ୍ରାମ କରିବା ପରେ ଆଖିବୁଜିଥିଲେ  । ଏହି ଚର୍ଚ୍ଚିତ ଘଟଣାରେ ଏକ ୧୭ ବର୍ଷିୟ ନାବାଳକ ମଧ୍ୟ ସାମିଲ ଥିଲା । ଘଟଣା ଦିନ ରାତିରେ ନିର୍ଭୟା ନିଜ ପୁରୁଷ ବନ୍ଧୁଙ୍କ ସହ ଫିଲ୍ମ ଦେଖି ବସରେ ଘରକୁ ଫେରୁଥିଲେ  । ମାତ୍ର ବସରେ ଏହି ଅଭିଯୁକ୍ତମାନେ ପୁରୁଷ ବନ୍ଧୁଙ୍କୁ ମାଡ ମାରିବ ସହ ନିର୍ଭୟାଙ୍କ ସହ ଦୁଷ୍କର୍ମ କରିଥିଲେ  । ୨୯ ଡିସେମ୍ବରରେ ପିଡିତାଙ୍କର ମୃତୁ୍ୟ ହୋଇଥିଲା  । ଟ୍ରାଏଲ ସମୟରେ ଏହି ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ରାମ ସିଂ ତିହାର ଜେଲରେ  ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା  ।

ONA

Leave a Reply

Top