You are here
Home > ଲାଟେଷ୍ଟ > ନିର୍ବାଚନୀ ହିଂସା: ନିଶ୍ଚିନ୍ତକୋଇଲିରେ ପଞ୍ଚାୟତ କାର୍ଯ୍ୟାଳୟ ଜାଳିଦେଲେ ଦୁର୍ବୃତ୍ତ

ନିର୍ବାଚନୀ ହିଂସା: ନିଶ୍ଚିନ୍ତକୋଇଲିରେ ପଞ୍ଚାୟତ କାର୍ଯ୍ୟାଳୟ ଜାଳିଦେଲେ ଦୁର୍ବୃତ୍ତ

କଟକ: ସୁରୁଖୁରୁରେ ତି୍ରସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ କିଛି ସ୍ଥାନରେ ହିଂସାକାଣ୍ଡ ପରିଲକ୍ଷିତ ହୋଇଛି ।  ଭୋଟ ଗ୍ରହଣ ପୂର୍ବରୁ ମାହାଙ୍ଗା ଅଞ୍ଚଳରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ନୃତାଙ୍ଗ ପଞ୍ଚାୟତର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏହି ଘଟଣାରେ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ସମେତ ୬ଜଣଙ୍କୂ ପୋଲିସ ଅଟକ ରଖି ପଚରାଉଚରା  କରୁଛି । ସେହିପରି ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମ ପଞ୍ଚାୟତ କାର୍ଯ୍ୟାଳୟରେ କିଛି ଲୋକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ଖବର ପାଇ ଅଗ୍ନିଶକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ  । ଅଗ୍ନିକାଣ୍ଡରେ ପଞ୍ଚାୟି କାର୍ଯ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି । ସେହିପରି  ପାଟକୁରାରେ ନଈରୁ ବାଲାଟ ବକ୍ସ ଉଦ୍ଧାର କରାଯାଇଛି  । ଘଟଣା କ୍ରମରେ କିଛି ଦୁର୍ବୃତ୍ତ ପାଟକୁରର ୧୪ ନମ୍ବର ୱାଡରେ ଭୋଟ ଗ୍ରହଣ ଚାଲିଥିବା ବେଳେ କେନ୍ଦ୍ରରେ  ପଶି ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରିବା ସହ ବାଲାଟ ବକ୍ସ ଉଠାଇ ଆଣି ନଈରେ ଫିଙ୍ଗି ଦେଇଥିଲେ । ପୋଲିସ ଖବର ପାଇ ନଈରୁ ବାଲାଟ ବକ୍ସ ଉଦ୍ଧାର କରାଯାଇଛି । ଅନ୍ୟଏକ ଘଟଣାରେ ନୂଆପଡାରେ ବାଲାଟ ବକ୍ସକୁ କିଛି ଦୁର୍ବୃତ୍ତ ପେଟ୍ରୋଲ ଢ଼ାଳି ପୋଡି ଦେଇଥିବା ଅଭିଯୋଗ ହୋଇଛି । ସେହିପରି ଯାଜପୁର ଜିଲ୍ଲାର  କେତେକ ସ୍ଥାନରେ ଶାସକ ଦଳ ପକ୍ଷରୁ ବୁଥ ଜବରଦଖଳ କରାଯାଇଥିବା ଖବର ଆସୁଥିବା ବେଳେ  ଏହାକୁ ବିରୋଧ କରୁଥିବା  ଲୋକଙ୍କୁ ଆକ୍ରମଣ କରାଯାଉଥିବା ଖବର ଆସିଛି। କେବଳ ସେତିକି ନୁହେଁ, ବୁଥ ଜବରଦଖଲ କରୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା  ଗଣମାଧ୍ୟମ ପ୍ରତିନିଧିମାନଙ୍କ କ୍ୟାମେରା ଛଡ଼ାଇ ନେଇ ଭଙ୍ଗାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।  ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ବ୍ଲକ୍‌ ଭୁବନେଶ୍ୱର ପଞ୍ଚାୟତରେ ଯମୁନା ବୁଥରେ  ଶାସକ ଦଳ ପକ୍ଷରୁ ବୁଥ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଜବରଦଖଲ ସମୟର ଚିତ୍ରୋତ୍ତଳନ କରୁଥିବା  ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ଭାଙ୍ଗି ଦିଆଯାଇଛି।ସେହିପରି ଧର୍ମଶାଳା ନିର୍ବାଚନମଣ୍ଡଳିର  ସିନ୍ଦୁରିଆ ପଞ୍ଚାୟତ ୨, ୩ ଓ ୪ ନମ୍ବର ବୁଥରେ ମଧ୍ୟ ବୁଥ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି। ଏଠାରେ ସମିତି ସଭ୍ୟ ପ୍ରାର୍ଥିନୀ ରିନୁ ବେହେରାଙ୍କ ସ୍ୱାମୀ ସର୍ବେଶ୍ୱର ବେହେରା ଏହି ଜବରଦଖଲକୁ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
ସେହିପରି ଯାଜପୁର ବ୍ଲକ୍‌ର ମହେଶ୍ୱରପୁର ପଞ୍ଚାୟତର ୬ ଓ ୭ ନମ୍ବର ବୁଥରେ  ଭୋଟ୍‌ ଦେବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟି ମାଡ଼ପିଟ୍‌ ହୋଇଛି।

ONA

Leave a Reply

Top