You are here
Home > ଲାଟେଷ୍ଟ > ନିଯୁକ୍ତ ହେବେ ୧୪୮ ନୂଆ ଦାନ୍ତ ଡାକ୍ତର

ନିଯୁକ୍ତ ହେବେ ୧୪୮ ନୂଆ ଦାନ୍ତ ଡାକ୍ତର

ଭୁବନେଶ୍ୱର: ଦନ୍ତ ଜନିତରୋଗ ସାଧାରଣ ବିଷୟ ପାଲଟିଛି । ରାଜ୍ୟରେ ଦନ୍ତ ରୋଗୀଙ୍କ ସଂଖ୍ୟା ବଢୁଛି । ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହାର ପ୍ରତିକାର ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଶନିବାର କହିଛନ୍ତି । ସ୍ଥାନୀୟ ଏକ ହୋଟେଲରେ ଇଣ୍ଡିଆନ ଆସୋସିଏସନ ଅଫ ଓରାଲ ଓ ମାକ୍ସିଲୋଫେସିଆଲ ଫାଥୋଲୋଜିଷ୍ଟର ୨୬ତମ ଜାତୀୟ ସମ୍ମିଳନୀରେ ଜେନା କହିଛନ୍ତି, ଅଗାମୀ ଦିନରେ ରାଜ୍ୟରେ ୧୪୮ ଜଣ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦିଆଯିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ।  କାର୍ଯ୍ୟକ୍ରମରେ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନସର ଡାକ୍ତର ଅଜୟ କୁମାର ପରିଡ଼ା, ଆଇଏଓଏମପିର ସଭାପତି ପ୍ରଫେସର ଜୟଗୋପାଳ ରୟ, ସଂପାଦକ ପ୍ରଫେସର ଚୈଚନ୍ୟ ବାବୁ, ସାଙ୍ଗଠନିକ ଅଧ୍ୟକ୍ଷ ପ୍ରଫେସର ବିକେ ସାସ, ପ୍ରଫେସର ଶାଳିନୀ ଚନ୍ଦ୍ର ଆଦି ଦନ୍ତ ରୋଗ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ । 
ONA

Leave a Reply

Top