You are here
Home > ଲାଇଫ୍ ଷ୍ଟାଇଲ୍ > ନିଜ ତ୍ୱଚାକୁ ରଖନ୍ତୁ ସୁରକ୍ଷିତ

ନିଜ ତ୍ୱଚାକୁ ରଖନ୍ତୁ ସୁରକ୍ଷିତ

ଶୀତ ଦିନେ ତ୍ୱଚାର ବିଶେଷ ଧ୍ୟାନ  ରଖିବାର ଆବଶ୍ୟକତା ରହିଛି । କାରଣ ଏହି ରୁତୁରେ ଶୁଷ୍କ ବାୟୁ ୁ ତ୍ୱଚାର  ସମସ୍ତ ସ୍ୱାଭାବିକ ଆର୍ଦ୍ରତାକୁ ନଷ୍ଟ କରିଦିଏ ।
ଶୁଷ୍କ ବାୟୁ ପାଇଁ ଓଠ ଫାଟିଥାଏ ଘରୁ ବାହରିବା ସମୟରେ ଭଲ କ୍ୱାଲିଟିର ଲିପ ବାମ୍ ଲଗାନ୍ତୁ ଓ ରାତିରେ ଶୋଇବା ସମୟରେ ଯେକୌଣସି ତେଲର ଦୁଇ ବୁନ୍ଦା ଲଗାନ୍ତୁ । ଭଲ ଘିଅ ମଧ୍ୟ ଲଗାଇପାରିବେ ।
   ଘରୁ ବାହାରିବା ସମୟରେ ସନସ୍କ୍ରିନ ଲୋଶନ ଲଗାନ୍ତୁ ଓ ମଇଶ୍ଟରାଇଜର ମଧ୍ୟ ଲଗାନ୍ତୁ । ଟିକେ ମୋଟା ପରସ୍ତର ଲଗାଇବେ । ଫଳରେ ସୂର୍ଯ୍ୟଙ୍କ ହାନିକାରକ ଅଲଟ୍ରା ଭାଓଲେଟ ରଶ୍ମିରୁ ନିଜକୁ ସୁର କ୍ଷିତ ରଖିପାରିବେ ।
ଯଦି  ଆପଣଙ୍କୁ ଖରାରେ ସେକ ହେବାକୁ  ଭଲ ଲାଗେ, ତେବେ ନିଜ ଦେହର ଖୋଲା ଅଂଶ ଗୁଡିକୁ ଢାଂକି ଦିଅନ୍ତୁ । ଅନେକ ଭାବନ୍ତି ଥଣ୍ଡା ଦିନେ ସୂର୍ଯ୍ୟ କିରଣରୁ ବଂଚିବାର ଆବଶ୍ୟକତା ନାହିଁ, କିନ୍ତୁ ଏହା ଭାବିବା ଭୁଲ । ଶୀତ ଦିନେ ବି ଟାଣ ସୂର୍ଯ୍ୟ ରଶ୍ମିରୁ ବଂଚିବା ଦରକାର ।
   ଗାଧୋଇବା ପରେ ହାଲକା ଓଦା ଥିବା ମୁଁହରେ ୱିଣ୍ଟର କ୍ରିମ ଲଗାନ୍ତୁ  ଓ ହାଲକା ମସାଜ ଦିଅନ୍ତୁ ଚେହରାକୁ । ଏହା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
କଞ୍ଚା  କ୍ଷୀରରେ ମହୁ ମିଶାଇ ସେଥିରେ ପାଉଁରୁଟି ଭିଜାଇ ଦିଅନ୍ତୁ । ଏହାପରେ ଏହି ମିଶ୍ରଣକୁ ସ୍କ୍ରବ ଭଳି ବ୍ୟବହାର କରନ୍ତୁ । ଏହାକୁ ମୁଁହ  ହାତ ଓ ବେକରେ ଲଗାନ୍ତୁ ।

ONA

Leave a Reply

Top