You are here
Home > ଲାଟେଷ୍ଟ > ନର୍ସଙ୍କୁ ୨୪ ଘଣ୍ଟା ମହଲତ

ନର୍ସଙ୍କୁ ୨୪ ଘଣ୍ଟା ମହଲତ

ଭୁବନେଶ୍ୱର: ଚାକିରିରେ ନିୟମିତତା, ମୂଳ ଦରମା ଓ ଗ୍ରେଡ଼୍ ପେ ବୃଦ୍ଧି ଦାବି ନେଇ ରାଜ୍ୟବ୍ୟାପୀ ସରକାରୀ ନର୍ସଙ୍କ ଆନ୍ଦୋଳନ ଜାରି ରହିଛି । ଫଳରେ ବିଭିନ୍ନ ମେଡ଼ିକାଲରେ ରୋଗୀ ସେବା ଠପ୍‌ ହେବାକୁ ବସିଲାଣି । ମେଡ଼ିକାଲଗୁଡ଼ିକରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ ନାସନାଲ ହେଲ୍‌ଥ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି । ଯଦି କାର୍ଯ୍ୟରେ ଯୋଗ ନ ଦିଅନ୍ତି ତାଙ୍କୁ ଚାକିରୀରୁ ବହିଷ୍କାର କରାଯିବ ବୋଲି ଶାଳିନୀ ପଣ୍ଡିତ କହିଛନ୍ତି । ଦାବିଗୁଡ଼ିକ ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଲିଖିତ ପ୍ରତିଶୃତି ଚାହିଁଛନ୍ତି ରାଜ୍ୟର ଠିକା ନର୍ସ । ବିଭାଗୀୟ ମନ୍ତ୍ରୀ ଏହାକୁ ନେଇ ନିରବତା ଅବଲମ୍ବନ କରିଥିବାରୁ ଗୋଟିଏ ଗୋଷ୍ଠୀ ସଂଘର ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତିଙ୍କ ସହିତ ଆନ୍ଦୋଳନରୁ ଉଠି ଯାଇଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ଧାରଣାରେ ବସି ରହିଛନ୍ତି । ବୁର୍ଲା, କଟକ, ବ୍ରହ୍ମପୁର, ଭୁବନେଶ୍ୱର ସବୁଠି ନର୍ସମାନଙ୍କ ରୋଗୀଙ୍କୁ ସେବା ଯୋଗାଇବାକୁ ନର୍ସ ନାହାନ୍ତି । ଯେଉଁ ଠିକା କାର୍ଯ୍ୟରେ ଯୋଗ ଦେଇ ନାହାଁନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ହୋଇଛି । ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ମିଳି ସାରିଛି । ଯେଉଁମାନେ କାର୍ଯ୍ୟରେ ଯୋଗଦେଇନାହାନ୍ତି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ଶାଳିନୀ ପଣ୍ଡିତ କହିଛନ୍ତି । 

ONA

Leave a Reply

Top