You are here
Home > ପଲିଟିକ୍ସ > ନବୀନ-ରଘୁ ଭେଟଘାଟ: ବାଲେଶ୍ୱର ସଂଗଠନ ଚିନ୍ତା

ନବୀନ-ରଘୁ ଭେଟଘାଟ: ବାଲେଶ୍ୱର ସଂଗଠନ ଚିନ୍ତା

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ରଘୁନାଥ ମହାନ୍ତି ସୋମବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି  । ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏଣିକି ଦଳରେ ସକ୍ରିୟ ଭାବେ କାମ କରିବାକୁ ନବୀନ କହିଛନ୍ତି । ଦଳୀୟ ସୁପ୍ରିମୋଙ୍କ କଥାକୁ ସେ ଅକ୍ଷରେ ଅକ୍ଷରେ ମାନି କାର୍ଯ୍ୟରେ କରି ଦେଖାଇବେ । କିଛି ଦିନ ପୂର୍ବେ ଦଳକୁ ପୁରୁଣା ନେତାଙ୍କୁ ଫେରାଇ ଆଣି କେସ୍ ଟୁ କେସ୍ ବିଚାର କରିବା କଥା ନବୀନ ପ୍ରକାଶ କରିଥିଲେ । ଏହାପରେ ବାଲେଶ୍ୱର ଜିଲ୍ଲ ବିଜେଡିର ବଡ ଚେହେରା ରଘୁନାଥ ମହାନ୍ତି ପ୍ରଥମ ନେତା ଭାବେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ।
  ତେବେ ରଘୁନାଥ ମହାନ୍ତିଙ୍କୁ ନବୀନ ନିବାସ ଡକାଯିବା ପଛରେ ଅଲଗା କାରଣ ରହିଛି ବୋଲି କୁହାଯାଉଛି । ଗତ ଜୁନ୍ ୧୪ରେ  ବିଜେଡି ପକ୍ଷରୁ ବାଲେଶ୍ୱରରେ ଜୋନାଲ ସ୍ତରୀୟ ଯୁବ ବିଜେଡି ସମାବେଶ ହୋଇଥିଲା । ଏଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । କିନ୍ତୁ ସେହି ଯୁବସମାବେଶ ଦଳୀୟ କର୍ମୀଙ୍କର ଉପସ୍ଥିତି  ଶୋ’କୁ ଫ୍ଲପ କରିଥିଲା  । ବାଲେଶ୍ୱର ଜିଲ୍ଲାରେ ଦଳର ସଂଗଠନ ସଜାଡିବା ପାଇଁ ରଘୁ ମହାନ୍ତିଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ନବୀନ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି ।
  ବଧୂ ନିର୍ଯାତନା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ତଥା ବସ୍ତା ବିଧାୟକ ରଘୁନାଥ ମହାନ୍ତିଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଥିଲା । ଏପରିକି ବଧୂ ବର୍ଷାସୋନୀ ନିର୍ଯାତନା ମାମଲାର ତାଙ୍କୁ ଜେଲ ଯିବାକୁ ପଡିଥିଲା । ପରେ ଜାମିନରେ ମୁକୁଳିଥିଲେ ରଘୁନାଥ ଓ ତାଙ୍କ ସ୍ତ୍ରୀ ।  ହେଲେ ଦଳ ସୁପ୍ରିମଙ୍କ ରୋସରୁ ବର୍ତୀ ପାରିନଥିଲେ ରଘୁନାଥ । ଯାହାର ପରିଣତି ୨୦୧୪ ବିଧାନସଭା ନିର୍ବାଚନ ସମୟରେ ରଘୁନାଥଙ୍କୁ ଭୋଗିବାକୁ ପଡିଥିଲା । ଏହାପରେ ସେ ପ୍ରତ୍ୟକ୍ଷ ରାଜନୀତିରୁ ବେଶ କିଛି ଦିନ ହେବ ଦୁରେଇ ରହିଛନ୍ତି । ତେବେ ବାଲେଶ୍ୱରର ସାଂସଦ ରବିନ୍ଦ୍ର ଜେନା ଚିଟଫଣ୍ଡରେ ଫସିଥିବାରୁ ଏବେ ବାଲେଶ୍ୱର ଜିଲ୍ଲାରେ ବିଜେଡିର ଫେସ୍ କେହି ନଥିଲା ପରି ଲାଗୁଛି ।  ମେଳାପି ରଘୁନାଥ ସଂସଦୀୟ ବ୍ୟାପାର ଓ ଶିଳ୍ପ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି ।

ONA

Leave a Reply

Top