You are here
Home > ଲାଟେଷ୍ଟ > ‘ନଗଡା’କୁ ବସ୍ ସେବା

‘ନଗଡା’କୁ ବସ୍ ସେବା

ଯାଜପୁର: ଯାଜପୁରର ଚର୍ଚ୍ଚିତ ଅଞ୍ଚଳ ନଗଡାକୁ ଶୁକ୍ରବାର ବସ ସେବା ଆରମ୍ଭ ହୋଇଛି । ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସବୁଜ ପତାକା ଦେଖାଇ  ଯାଜପୁର ଜିଲ୍ଲାର ଦାନଗଦିଠାରୁ ନଗଠାକୁ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ।  ଏହି ଅବସରରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଉପସ୍ଥିତ ଥିଲେ ।  ଅପରାହ୍ନରେ ବସ ସେବା ଆରମ୍ଭ ହେବା ପରେ କିଛି ସରକାରୀ କର୍ମଚାରୀ  ନଗଡା ଅଭିମୁଖେ ଯାତ୍ରା କରିଥିଲେ ।
  ଜିଲ୍ଲା ପ୍ରଶାସନ ଦ୍ୱାରା ଦୁର୍ଗମ ପାହାଡିଆ ଅଞ୍ଚଳକୁ ପରିଚାଳିତ ସରକାରୀ ବସ୍ ପ୍ରତ୍ୟେକ ଦିନ ସକାଳ ୫ଟାରୁ ନଗଡାରୁ ଯାତ୍ରା ଆରମ୍ଭ କରିବ । କଳିଙ୍ଗ ନଗର ଶିଳ୍ପାଞ୍ଚଳ, ଯାଜପୁର ଜିଲ୍ଲାର ଖଣିଅଞ୍ଚଳ, ବ୍ୟାସନଗର, ପାଣିକୋଇଲି, କୁଆଖିଆ ଓ ଜାରକା ଦେଇ ସକାଳ ୯ଟା ୩୦ରେ ଚଣ୍ଡିଖୋଲ ପହଞ୍ଚିବ । ଏହି ବସ୍ ଚଣ୍ଡିଖୋଲରୁ ପୁଣି ଅପରାହ୍ନ ୨ଟାରେ ନଗଡା ଅଭିମୁଖେ ବାହାରିବ ।
  ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନରୁ ବଞ୍ଚିତ ନଗଡାରେ ଗତବର୍ଷ ୧୯ଜଣ ଶିଶୁଙ୍କର ମୃତୁ୍ୟ ଘଟିବା ପରେ ସରକାର ତତ୍ପରତା ପ୍ରକାଶ କରିଥିଲେ । ଏହି ଅଞ୍ଚଳ ଦୁର୍ଗମ ପାହାଡିଆ ଅଞ୍ଚଳ ହୋଇଥିବାରୁ ଜୁଆଙ୍ଗ ସମ୍ପ୍ରଦାୟର ଲୋକେ ଡାକ୍ତରଖାନାକୁ ଆସିପାରୁନଥିଲେ  ।

ONA

Leave a Reply

Top