You are here
Home > Breaking News > ଧାମରା ବନ୍ଦର ସମ୍ପ୍ରସାରଣ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଧାମରା ବନ୍ଦର ସମ୍ପ୍ରସାରଣ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭଦ୍ରକ: ଭଦ୍ରକ ଜିଲ୍ଲାସ୍ଥିତ ଧାମରା ବନ୍ଦରର ୨ୟ ପର୍ଯ୍ୟାୟ ସମ୍ପ୍ରସାରଣରେ ବିଭିନ୍ନ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟିତ କରିଛନ୍ତି । ଧାମରା ବନ୍ଦରଠାରେ ଏହି ପ୍ରକଳ୍ପ ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଉଦଘାଟିତ କରିବା ସହିତ ଧାମରାରୁ କୋଷ୍ଟାଲ ହାଇୱେ ବା ଉପକୂଳବର୍ତ୍ତୀ ରାଜପଥ ନିର୍ମାଣ କାର୍ଯ୍ୟ ଖୁବ ଶିଘ୍ର ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି । ଖୁବ ଶିଘ୍ର ଡ଼ିପିଆର ହେବା ସହିତ ଏହି କୋଷ୍ଟାଲ ହାଇୱେ ଲାଗି ଜମି ଅଧିଗ୍ରହଣ ଆସନ୍ତା ୬ରୁ ୯ ମାସ ମଧ୍ୟରେ ସରିବ ବୋଲି ଉଦବୋଧନ ଦେଇ କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ଧାମରା ବନ୍ଦରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମରା ବନ୍ଦର ପ୍ରକଳ୍ପ ସମ୍ପ୍ରସାରଣ ଉଦଘାଟନ କରିବା ସହିତ ୨ଟି ସ୍ୱତନ୍ତ୍ର ବଲକାର୍ଗୋ ବର୍ଥ୍, ଫର୍ଟିଲାଇଜର୍ କାର୍ଗୋ କମ୍ପେ୍ଲକ୍ସ ଏବଂ ବାର୍ଜ୍ କମ୍ପେ୍ଲକ୍ସ ମଧ୍ୟ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଷ୍ଟାଲ ହାଇୱେ କାର୍ଯ୍ୟ ଆରମ୍ଭ ହୋଇ କିପରି କାର୍ଯ୍ୟ ଶିଘ୍ର ଶେଷ ହେବ ସେନେଇ ମୁଖ୍ୟ ସଚିବ ଏବଂ ଏନଏଚଏଏଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ଏହି ଉଦଘାଟନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭଦ୍ରକ ସାଂସଦ ଅର୍ଜୁନ ସେଠୀ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଡ଼. ନୃସିଂହ ସାହୁ, ସ୍ଥାନୀୟ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ଆଦାନୀ କମ୍ପାନୀ ଅଧ୍ୟକ୍ଷ ଗୌତମ ଆଦାନୀ, ଆଦାନୀ ଟ୍ରଷ୍ଟ ଅଧ୍ୟକ୍ଷା ପ୍ରୀତି ଆଦାନୀ, ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଏବଂ ଧାମରା ବନ୍ଦରର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

More from my site

ONA

Leave a Reply

Top