You are here
Home > ଲାଟେଷ୍ଟ > ଧାମରା ଅଘଟଣ: ପ୍ରତି ମୃତକଙ୍କ ପରିବାରକୁ ମିଳିବ ୨୦ ଲକ୍ଷ ଟଙ୍କା

ଧାମରା ଅଘଟଣ: ପ୍ରତି ମୃତକଙ୍କ ପରିବାରକୁ ମିଳିବ ୨୦ ଲକ୍ଷ ଟଙ୍କା

ଧାମରା:  ଧାମରା ବନ୍ଦର ଦୁର୍ଘଟଣାରେ ମୃତ ଶମ୍ରିକଙ୍କ ପ୍ରତି ପରିବାରକୁ ମିଳିବ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି।  ବୁଧବାର ଜିଲ୍ଲାପାଳଏସପିଶ୍ରମ ଅଧିକାରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ପରିବାରର ଜଣକୁ କମ୍ପାନୀ ଚାକିରି ଦେବା ସହିତ ପିଲାଙ୍କ ପଢ଼ା ଖର୍ଚ୍ଚ ମଧ୍ୟ ବହନ କରିବ। ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ କମ୍ପାନୀ ବହନ କରିବ। କେବଳ ଏତିକି ନୁହେଁ ଆବଶ୍ୟକ ସ୍ଥଳେ ୩ ମାସ ସବୈତନିକ ଛୁଟି ଦେବାକୁ କମ୍ପାନୀ ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟଗତକାଲି ଧାମରା ବନ୍ଦରରେ କୋଇଲା ବୋଝେଇ ବେଳେ କୋଇଲା ଧସି ଯିବାରୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହା ସହ ୩ ଗୁରୁତର ଭାବେ ଆହତ ହୋଇଥିଲେ। ଦୁର୍ଘଟଣା ପରେ ବନ୍ଦରରେ ଉତ୍ତେଜନା ପ୍ରକାଶ ପାଇଥିଲା। କମ୍ପାନୀ ପରିସରରେ ଉତ୍ତ୍ୟକ୍ତ ଲୋକେ ଗାଡ଼ିଘର ଭଙ୍ଗାରୁଜା କରିବା ସହ ବନ୍ଦରଗେଟ ସହ ଗ୍ୟାସ ଟାଙ୍କିରେ ମଧ୍ୟ ନିଆଁ ଦେଇଥିଲେ। ବନ୍ଦର ପରିସରର ପରିସ୍ଥିତି ଅଶାନ୍ତ ହୋଇ ପଡ଼ିଥିଲା।
କେବଳ ଏତିକି ନୁହେଁ ବନ୍ଦର ସିଇଓ ସୁବ୍ରତ ତ୍ରିପାଠୀଙ୍କୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିବା ସହ ତାଙ୍କ ଘରେ ଲୋକେ ନିଆଁ ଲଗାଇ ଦେଇଥିଲେ।  ଏହା ବ୍ୟତୀ ସାର ଗୋଦାମ ଏବଂ ଆଦାନୀ ଅଫିସ ସମେତ ଅନ୍ୟ ୩ ଅଫିସରେ ନିଆଁ ଲଗାଇ ଦିଆଯାଇଥିଲା।  ଧାମରା ବନ୍ଦରରେ ପୋଲିସ ମୃତୟନ କରାଯାଇଛି। ଉତ୍ତ୍ୟକ୍ତ ଲୋକ ପୋଡ଼ାଜଳା କରିବା ସହ ମୃତକଙ୍କ ପରିଜନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଥିଲେ।  
ONA

Leave a Reply

Top