You are here
Home > ବଡ଼ଖବର > ଧାନ ଦର ବୃଦ୍ଧି ରାଜନୀତି: ବିଜେଡି ଘେରିବ ରାଜଭବନ

ଧାନ ଦର ବୃଦ୍ଧି ରାଜନୀତି: ବିଜେଡି ଘେରିବ ରାଜଭବନ

ଭୁବନେଶ୍ୱର: ଦେଶର ସବୁଆଡେ ଚାଷୀ ଆନ୍ଦୋଳନ। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ,ପଞ୍ଜାବ ଓ କର୍ଣ୍ଣାଟକର ଚାଷୀ ଏବେ ରାସ୍ତାରେ। ଚାଷୀ ଆନ୍ଦୋଳନକୁ ଦେଖି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ଏବଂ କର୍ଣ୍ଣାଟକ ସରକାର ଚାଷୀ ଋଣ ଛାଡ କଲେ। ତେବେ ମଧ୍ୟପ୍ରଦେଶ ପୋଲିସ ଅନ୍ଦୋଳନରତ ଚାଷୀଙ୍କ ଉପରେ ଗୁଳି ଚଳାଇ 5ଚାଷୀଙ୍କୁ ମାରିଦେଲେ। ଯାହାକୁ ନେଇ ଓଡିଶାର କୃଷକ ସମାଜ ଆନ୍ଦୋଳନ କଲା। ଏବେ କେନ୍ଦ୍ରସରାକରଙ୍କ ଧାନର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ନିଷ୍ପତ୍ତିକୁ ନେଇ ଚାଷୀକୂଳ ପୁଣି ହତାଶ।କୁଇଣ୍ଟାଲ ପିଛା ମାତ୍ର 80ଟଙ୍କା ବୃଦ୍ଧି କରାଯିବା ପ୍ରତିବାଦରେ ଶୁକ୍ରବାର ବିଜୁ କୃଷକ ସାମ୍ମୁଖ୍ୟ ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି। ଆସନ୍ତା ଶୁକ୍ରବାର ପୂର୍ବାହ୍ନ 10ଟାରେ ବିଜୁ କୃଷକ ସାମ୍ମୁଖ୍ୟ ରାଜଭବନ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି। ବିକ୍ଷୋଭ ପରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବା ନେଇ ଶାସକ ଦଳର ବିଜୁ କୃଷକ ସାମ୍ମୁଖ୍ୟ ରାଜ୍ୟ ଆବାହକ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର 2017-18 ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ମାତ୍ର 80 ଟଙ୍କା ବୃଦ୍ଧି କରି ଚାଷୀଙ୍କୁ ପ୍ରତାରଣ କରିଛନ୍ତି ବୋଲି ସୁଶାନ୍ତ ସିଂହ କହିଛନ୍ତି।ଆଗରୁ ସାଧାରଣ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ  ମୂଲ୍ୟ 1470 ଟଙ୍କା ଥିଲା ଏବେ ଏହା 80 ଟଙ୍କା ବଢି 1550 ଟଙ୍କା ହୋଇଛି । ସେହିପରି ଗ୍ରେଡ ଏ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ  ମୂଲ୍ୟ 1510 ଟଙ୍କା ଥିଲା ଏବେ ଏହା 80 ଟଙ୍କା ବଢି 1590 ଟଙ୍କା ହୋଇଛି। 

  ତେବେ ଗତ ବିଧାନସଭା ଅଧିବେଶନରେ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା 2930ଟଙ୍କା କରିବାକୁ ସର୍ବସମ୍ମତ ସଂକଳ୍ପ ପାରିତ ହୋଇଥିଲା। ଏନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମଧ୍ୟ ମାଗିଥିଲେ।ମାତ୍ର ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭୋଟିବା ପାଇଁ ସମୟ ଦେଇନଥିଲେ।ଅପରପକ୍ଷରେ ୨୦୧୪ ସାଧାରଣ ନିର୍ବାଚନ ସମୟରେ ନରେନ୍ଦ୍ର ମୋଦି ବିଜେପି ଶାସନକୁ ଆସିଲେ, କୃଷକଙ୍କ ଭାଗ୍ୟ ବଦଳିଯିବାର ଦେଇଥିବାର ପ୍ରତିଶ୍ରୁତି ରକ୍ଷା କରି ନାହାଁନ୍ତି। କେନ୍ଦ୍ରରେ ବିଜେପି ସରକାର ଆସିଲେ ଧାନର ଉତ୍ପାଦିତ ମୂଲ୍ୟର ଦେଢ ଗୁଣା କୃଷକଙ୍କୁ ପ୍ରଦାନ କରାଯିବ ବୋଲି ମୋଦି କହିଥିଲେ।କିନ୍ତୁ କେନ୍ଦ୍ରରେ ବିଜେପି ସରକାର ଆସିବା ମାତ୍ରେ ଧାନ ଉପରେ କୌଣସି ରାଜ୍ୟ ସରକାର ଚାଷୀଙ୍କୁ ବୋନସ ପ୍ରଦାନ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଯାହାକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ପ୍ରଥମେ ବିରୋଧ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ତାଙ୍କ ଜିଦରେ ଅଟଳ ରହିଲେ, ଏବେ ନିଜର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଧାନ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ପ୍ରଦାନ କରିବାକୁ ରାଜି ନୁହଁନ୍ତି। ବରଂ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ଓ ସଏଲ ହେଲଥ କାର୍ଡ ପରି ଯୋଜନା କଥା କହି ଉପଯୁକ୍ତ ସହାୟକ ମୂଲ୍ୟ ବୃଦ୍ଧି ଦାବିକୁ ଅଣଦେଖା କରି ଚାଲିଛନ୍ତି।

ONA

Leave a Reply

Top