You are here
Home > ଲାଟେଷ୍ଟ > ଧର୍ମେନ୍ଦ୍ର କହିଲେ ବିଜେଡ଼ିରେ ବୃଦ୍ଧି ପାଇଛି ଅନ୍ତଃକନ୍ଦଳ

ଧର୍ମେନ୍ଦ୍ର କହିଲେ ବିଜେଡ଼ିରେ ବୃଦ୍ଧି ପାଇଛି ଅନ୍ତଃକନ୍ଦଳ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲାକୁ ନେଇ ମନ୍ତବ୍ୟ ଦେବା ପରେ ଏବେ ଖବର କାଗଜର ଶିରୋମଣ୍ଡନ କରୁଥିବା ବୈଜୟନ୍ତ ପଣ୍ଡା ଧର୍ମେନ୍ଦ୍ରଙ୍କ ଭାଷା କହୁଛନ୍ତି ବୋଲି ବିଜେଡ଼ି କହିଛି । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ବିଜେଡିର ଅନ୍ତଃକନ୍ଦଳ ବୃଦ୍ଧି ପାଇଛି । ନବୀନ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । ଯାହାକୁ ଯେଉଁ କାମ ଦିଆଯିବା କଥା ସେହି କାମ ଦିଆଯାଉ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।  ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ସାମ୍ବିଧାନିକ ବିପର୍ଯ୍ୟୟ ଘଟିଛି । ରାଜ୍ୟରେ ଜଣେ ସ୍ଥାଣୁ ଅପରାଗ ସରକାର ଶାସନ କରୁଛନ୍ତି ବୋଲି କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ନାରାୟଣ ପାତ୍ର । ଓଡିଶାରେ ବିଜେପି ଦଶଭାଗ ହୋଇଛି । ବିକାଶ ଆମର ମୂଳମନ୍ତ୍ର ହୋଇଥିବାବେଳେ ବିଜେପି ଆମକୁ କଣ କହିବ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର । ୧୭ ବର୍ଷ ହେଲା ଜିତିଛୁ ଓ ଆଗକୁ ଜିତିବୁ ବୋଳି ଦୃଢ଼ କଣ୍ଠରେ ବିଜେପିକୁ ଜବାବ ଦେଇଛନ୍ତି ସୂର୍ଯ୍ୟ ପାତ୍ର । 

ONA

Leave a Reply

Top