You are here
Home > ଲାଟେଷ୍ଟ > ଦ୍ୱିତୀୟ ହିମାଳୟ ଅଭିଯାନର ଶୁଭାରମ୍ଭ

ଦ୍ୱିତୀୟ ହିମାଳୟ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ହିମାଳୟ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଆସନ୍ତା ୧୬ ତାରିଖରୁ ଏହି ଅଭିଯାନ ଆରମ୍ଭ ହେବା ନେଇ ସୂଚନା ମିଳିଛି । ଏହି ହିମାଳୟ ଅଭିଯାନରେ ୧୨ ଜଣ ପୁଅ ଓ ୩ ଜଣ ଝିଅ ରହିଥିବାର ପ୍ରକାଶ ପାଇଛି । ହିମାଳୟ ଅଭିଯାନର ଶୁଭାରମ୍ଭ କରି ଏ ବାବଦରେ ନିଜ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି ଏହି ଅଭିଯାନ ଯୁବବର୍ଗଙ୍କ ମଧ୍ୟରେ ସାହସିକତା ସୃଷ୍ଟି କରିବ । ଶୃଙ୍ଖଳା ଓ ଟିମ୍‌ ସ୍ପିରିଟ ସୃଷ୍ଟି କରିବା ଏହି ଅଭିଯାନର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ହିମାଳୟ ଅଭିଯାନର ଏହି ଟିମ୍‌ ଆସନ୍ତା ୧୬ରେ ଯୋଗବ୍ୟାସଙ୍କ ନେତୃତ୍ୱରେ ଯାତ୍ରା କରିବା ନେଇ ସୂଚନା ମିଳିଛି । 
ONA

Leave a Reply

Top