You are here
Home > ଲାଟେଷ୍ଟ > ଦ୍ୱିତୀୟ ଦିନରେ ବାର ଆସୋସିଏସନ୍ ଆନେ୍ଦାଳନ

ଦ୍ୱିତୀୟ ଦିନରେ ବାର ଆସୋସିଏସନ୍ ଆନେ୍ଦାଳନ

କଟକ: ହାଇକୋର୍ଟ ବିଚାରପତିଙ୍କ ଘରେ ଭୁଲରେ ସିବିଆଇ ପଶିବା ଘଟଣାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା କଟକ ହାଇକୋର୍ଟ ବାର ଆସୋସିଏସନ ଆସନ୍ତାକାଲି ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ବୈଠକରେ ଆସନ୍ତାକାଲି ଦିନ ୧୧ଟାରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ନେଇ ମିଟିଂ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ଜନସ୍ଵାର୍ଥ ମାମଲା ରୁଜୁ କରାଯିବ ବୋଲି ସୂଚନା ମିଳିଛି। ବାର ଆସୋସିଏସନର କାର୍ୟ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ହାଇକୋର୍ଟ କାର୍ୟ୍ୟ ଅଚଳ ହୋଇପଡ଼ିଛି। ଉଲ୍ଲେଖଯୋଗ୍ୟସିବିଆଇ ବିରୋଧରେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ ହୋଇଛି। ଦାୟିତ୍ଵରେ ଥିବା ହୋମଗାର୍ଡଙ୍କ ବୟାନ ଭିତ୍ତିରେ କ୍ରିମିନାଲ ଟ୍ରେସପାସିଂ ଅଭିଯୋଗରେ କମିଶନରେଟ ପୋଲିସ ସିବିଆଇ ବିରୋଧରେ ମାମଲା ରୁଜୁ କରିଛି। ସୁରକ୍ଷାକର୍ମୀଙ୍କ ରିପୋର୍ଟ ଆଧାରରେ ସିବିଆଇ ଇନ୍ସପେକ୍ଟର ପି.କେ. ମିଶ୍ର ଏବଂ ଟିମ୍ ନାଁରେ ଦଫା ୧୨୦(ବି)୩୫୩୫୧୧୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି। ମାମଲା ରୁଜୁ ପରେ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ମାମଲାର ତଦନ୍ତ କରୁଛନ୍ତି। ତଦନ୍ତ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଗତକାଲି କମିଶନର କହିଛନ୍ତି । ମଙ୍ଗଳବାର ରାତିରେ ସିବିଆଇ ଅଫିସର ଜଣେ ଅବସରପ୍ରାପ୍ତ ଜଜଙ୍କୁ ସନ୍ଧାନ କରୁଥିବା ବେଳେ ଭୁଲବଶତଃ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ବର୍ତ୍ତମାନର ଜଜ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ବାସଭବନକୁ ପଶିଆସିଥିଲେ। ଏହା ପରେ ସିବିଆଇ ଅଫିସର ନିଜର ଭୁଲ ଜାଣିପାରି ଫେରିଯାଇଥିଲେ। ମାତ୍ର ଏହି ଘଟଣାକୁ ହାଇକୋର୍ଟ ବାର ଆସୋସିଏସନ ଗମ୍ଭୀରତାର ସହ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ନିଷ୍ପତ୍ତି ଅନୁଯାୟୀ ସଂପୃକ୍ତ ଅଫିସରଙ୍କୁ ସସପେଣ୍ଡ କରିବା ଓ ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ବାର ଦାବି  କରିଛି। ଏଥିସହ ଗତକାଲିଠାରୁ ବାର  ଆସୋସିଏସନର କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି  ରହିଛି।
ONA

Leave a Reply

Top