You are here
Home > ଅଧିକ ଖବର > ଦେହବ୍ୟବସାୟ ଆଡ୍ଡାରେ ଚଢଉ : ତାମିଲ ଅଭିନେତ୍ରୀ ସଂଗୀଥା ଗିରଫ

ଦେହବ୍ୟବସାୟ ଆଡ୍ଡାରେ ଚଢଉ : ତାମିଲ ଅଭିନେତ୍ରୀ ସଂଗୀଥା ଗିରଫ

ଚେନ୍ନାଇ: ଜଣାଶୁଣା ତାମିଲ ଚଳଚ୍ଚିତ୍ର ଅଭିନେତ୍ରୀ ସଂଗୀଥା ବାଲନ ଚେନ୍ନାଇ ସହରର ଇଷ୍ଟକୋଷ୍ଟ ରୋଡ ସ୍ଥିତ ଏକ ଘରୋଇ ରିସୋର୍ଟରେ ଦେହବ୍ୟବସାୟ ର୍ୟାକେଟ ଚଳାଉଥିବା ଅଭିଯୋଗରେ ତାଙ୍କୁ ଚେନ୍ନାଇ ପୋଲିସ୍ ଗିରଫ କରିଛି । ସଂଗୀଥା ଯୁବତୀମାନଙ୍କୁ ନିଯୁକ୍ତି ଦେବା ଏବଂ ବିଭିନ୍ନ ଟିଭି ସୋ’ରେ କାର୍ଯ୍ୟ କରାଇଦେବା ବାହାନାରେ ଆଣି ସେମାନଙ୍କୁ ଦେହବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରୁଥିଲେ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ ।

ସଂଗୀଥା ଦୀର୍ଘଦିନ ଧରି ବିଭିନ୍ନ ରାଜ୍ୟର ସୁନ୍ଦରୀ ଯୁବତୀମାନଙ୍କୁ ଏହି ଦେହବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରୁଥିଲେ । ଏ ଖବର ପାଇ ଚେନ୍ନାଇ ପୋଲିସର ଏକ ଦଳ ସଂଗୀତାଙ୍କ ଦେହବ୍ୟବସାୟ ଚାଲୁଥିବା ରିସୋର୍ଟରେ ଚଢଉ କରି ତାଙ୍କୁ ଗିରଫ କରିବା ସହ ତାଙ୍କ ସହଯୋଗୀ ସତୀଶକୁ ମଧ୍ୟ ଗିରଫ କରିଛି । ପୋଲିସ୍ ଘଟଣାସ୍ଥଳରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଏହାସହ ଘଟଣାସ୍ଥଳରୁ ୩ ଜଣ ଦେହଜୀବୀ ମହିଳାଙ୍କୁ ମଧ୍ୟ ଅଟକ ରଖିଛି । ସଂଗୀଥା ଏବଂ ତାଙ୍କ ସହଯୋଗୀ ସତୀଶଙ୍କୁ ମୁଖ୍ୟ ମେଟ୍ରୋପୋଲିଟିଆନ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଠାରେ ହାଜିର କରାଯାଇ ସେମାନଙ୍କୁ ଜେଲ ପଠାଯିବ ବୋଲି ଚେନ୍ନାଇ ପୋଲିସ୍ ସୂଚନା ଦେଇଛି । ସଂଗୀଥା ୧୯୯୬ରେ ତାମିଲ ଚଳଚ୍ଚିତ୍ର ‘କାରୁପ୍ପୁ ରୋଜା’ରେ ଅଭିୟନ ଆରମ୍ଭ କରି ପରେ ସେ ତାମିଲସେଲଭାନୁମ ଥାନିୟାର ଅଞ୍ଜାଲୁନ୍ ପରି ଅନେକ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ‘ବାଣୀ ରାଣୀ’ରେ ସୁନ୍ଦରୀ କାଲିଆପ୍ପାନ ଭାବେ ଅଭିନୟ ଜାରି ରଖିଛନ୍ତି ।

ONA

Leave a Reply

Top