You are here
Home > ଲାଟେଷ୍ଟ > ଦେଶବ୍ୟାପୀ ରାଷ୍ଟ୍ରାୟତ ବ୍ୟାଙ୍କ ଧର୍ମଘଟ

ଦେଶବ୍ୟାପୀ ରାଷ୍ଟ୍ରାୟତ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର: ବ୍ୟାଙ୍କିଙ୍ଗ୍ ଶିଳ୍ପରେ ପ୍ରଚଳିତ ବିଭିନ୍ନ ଜନସ୍ୱାର୍ଥ ବିରୋଧି ଓ କର୍ମୀଚାରଣ ନୀତିକୁ ବିରୋଧ କରି ଆଜି ରାଷ୍ଟ୍ରାୟତ ବ୍ୟାଙ୍କର କର୍ମଚାରୀ ଏବଂ ଅଧିକାରୀମାନେ ଦେଶବ୍ୟାପି ଧର୍ମଘଟ କରିଛନ୍ତି। ୟୁଏଫବିୟୁ ଅଧୀନରେ ଥିବା ୯ଟି ବ୍ୟାଙ୍କ ସଂଘ ଆଜିର ଦିନିକିଆ ଧର୍ମଘଟରେ ସାମିଲ ହୋଇଛନ୍ତି । ଏହି ୯ଟି ସଂଘ ମଧ୍ୟରେ ଏଆଇବିଇଏ, ଏଆଇବିଓସି, ଏନସିବିଇ,ଏଆଇବିଓଏ, ବିଇଏଫଆଇ,ଆଇଏନବିଇଏଫ୍ , ଆଇଏନବିଓସି ,ଏନଓବିଡବ୍ଲ୍ୟୁ ଏବଂ ଏନଓବିଓ ରହିଥିବା ସୂଚନା ମିଳିଛି । ଏହି ଆନେ୍ଦାଳନରେ ପ୍ରାୟ ୧୦ଲକ୍ଷ ଅଫିସର ଓ କର୍ମଚାରୀ ସାମିଲ ହୋଇଛନ୍ତି । ଧର୍ମଘଟ ପାଇଁ ଗ୍ରାହକ ମାନଙ୍କୁ ଆଗୁଆ ସୂଚନା ଦିଆଯାଇଥିଲା । ଭାରତୀୟ ମଜଦୁର ସଂଘ ଏନଓବିଡବ୍ଲ୍ୟୁ ଓ ଏନଓବିଓ ଏହି ଧର୍ମଘଟକୁ ସମର୍ଥନ କରି ନାହାନ୍ତି । ବାମପନ୍ଥୀ ଟ୍ରେଡ ୟୁନିୟନର ଏହି ବନ୍ଦ ଡାକରା ସଂପୂର୍ଣ୍ଣ ଭାବରେ ରାଜନୈତିକ ହୋଇଥିବାରୁ ସେମାନେ ବନ୍ଦକୁ ସମର୍ଥନ କରୁ ନ ଥିବା ମଜଦୁର ସଂଘ ସମ୍ପାଦକ ଅଶ୍ୱିନୀ କୁମାର ରାଣା ସୂଚନା ଦେଇଛନ୍ତି।  ବିମୁଦ୍ରାକରଣ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ଅତିରିକ୍ତ କାମ ସମୟର ପ୍ରାପ୍ୟ, ସରକାରଙ୍କ ଲୋକମାରଣ ବ୍ୟାଙ୍କିଙ୍ଗ ସଂସ୍କାର, ବିଭିନ୍ନ ସ୍ତରରେ ସ୍ଥାୟୀ ନିଯୁକ୍ତି କରିବା ଇତ୍ୟାଦି ପ୍ରତିବାଦରେ ଏହି ୯ଟି ବ୍ୟାଙ୍କ ସଂଘ ଧର୍ମଘଟ କରିଥିବା ସୂଚନା ମିଳିଛି । ଏହି ଆନେ୍ଦାଳନରେ ସେମସ୍ତ ପବ୍ଲିକ ସେକ୍ଟର ବ୍ୟାଙ୍କ କର୍ମଚାରୀ, ରିଜିଓନାଲ ରୁରାଲ ବ୍ୟାଙ୍କ, ସମସ୍ତ ଓଲ୍ଡ ଜେନେରେସନ ପ୍ରାଇଭେଟ୍ ବ୍ୟାଙ୍କ, ଫରେନ୍ ବ୍ୟାଙ୍କ କର୍ମଚାରୀ ସାମିଲ ହେବା ନେଇ ଏଆଇବିଇଏର ସାଧାରଣ ସମ୍ପାଦକ ସିଏଚ୍ ଭେଙ୍କଟ ଚମଲ ସୂଚନା ଦେଇଛନ୍ତି।

ONA

Leave a Reply

Top