You are here
Home > Breaking News > ଦେଶବ୍ୟାପି କଂଗ୍ରେସର ପ୍ରତିବାଦ: ଶାନ୍ତି ଓ ସଂହତି ଲାଗି ଉପବାସ

ଦେଶବ୍ୟାପି କଂଗ୍ରେସର ପ୍ରତିବାଦ: ଶାନ୍ତି ଓ ସଂହତି ଲାଗି ଉପବାସ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାହୁଲ ଗାନ୍ଧି ଉପବାସରେ ବସିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆହ୍ୱାନରେ ଶାନ୍ତି ଓ ସଂହତି ସ୍ଥାପନ ଲାଗି ଦଳ ପକ୍ଷରୁ ଉପବାସ ପାଳନ କରାଯାଇଛି । କେନ୍ଦ୍ରସରକାରଙ୍କ ନୀତିକୁ ବିରୋଧ କରିବା ସହିତ ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସି ଦେଶର ସମସ୍ତ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଉପବାସ ପାଳନ କରିଛନ୍ତି କଂଗ୍ରେସ କର୍ମୀ ଓ ନେତା । ଦିଲ୍ଲୀରେ ରାହୁଲ ଗାନ୍ଧୀ ଉପବାସ କରି ଗାନ୍ଧୀଜୀଙ୍କ ଅହିଂସା ନୀତିକୁ ପ୍ରଶଂସା କରିବା ସହିତ ସମସ୍ତ କଂଗ୍ରେସ କର୍ମୀଙ୍କୁ ଅହିଂସା ନୀତି ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।

ଓଡ଼ିଶାର ବିଭିନ୍ନ ଜିଲ୍ଲା କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ କର୍ମୀ ଉପବାସ ପାଳନ କରିବା ସହିତ ଅହିଂସା ନୀତି ପାଳନ କରିବାକୁ ଶପଥ ନେଇଛନ୍ତି । ରାଜଧାନୀ ଭୁବନେଶ୍ୱର କଂଗ୍ରେସ ଭବନରେ ବରିଷ୍ଠନେତା ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନେକ କଂଗ୍ରେସ ନେତା ଓ କର୍ମୀ ଉପବାସ ଓ ଧାରଣାରେ ବସି ରହିଥିଲେ ।

ONA

Leave a Reply

Top