You are here
Home > ଲାଟେଷ୍ଟ > ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା

ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା

ସାଲେପୁର : ଦୁଷ୍କର୍ମ ପରେ ପୀଡିତାଙ୍କ ଆତ୍ମହତ୍ୟା । ସାଲେପୁର ଥାନା ତୁଣୁପୁର ଗାଁରେ ଅଭାନୀୟ ଘଟଣା । ଗତ ୨ମାସ ତଳେ କଲେଜ ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ପୀଡିତାଙ୍କ ଫଟୋ ଉଠାଇ ବ୍ଲାକମେଲ୍ କରୁଥିଲା । ଏପରିକି କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା । ମାନସିକ ଭାରସାମ୍ୟ ହରାଇ ଗତ ୭ ତାରିଖରେ ପୀଡିତା ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଗତ ୯ତାରିଖରେ ପୀଡିତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ଅରୁଣ ବିଶ୍ବାଳକୁ ଗିରଫ କରିଛି । …

ଜୀବନ ଯୁଦ୍ଧରେ ହାରିଯାଇଛି ସାଲେପୁରର ଦୁଷ୍କର୍ମ ପୀଡିତା । ୬ ଦିନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ଆଖିବୁଜିଛି । ମାନସିକ ଭାରସାମ୍ୟ ହରାଇ ଗତ ୭ ତାରିଖରେ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା ତୁଣୁପୁର ଗାଁର ନାବାଳିକା କଲେଜ ଛାତ୍ରୀ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ ପୋଲିସ ଅଭିଯୁକ୍ତ ଅରୁଣ ବିଶ୍ବାଳକୁ ଗିରଫ କରିଛି ।

୨ ମାସ ତଳେ ନାବିକାଳି କଲେଜ ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିଲେ ସେହି ଗାଁର ଜଣେ ଯୁବକ । ଦୁର୍ବଳ ମୁହୂର୍ତ୍ତର ଫଟୋ ଉଠାଇ ବାରମ୍ବାର ବ୍ଲାକ୍ ମେଲ୍ କରିଆସୁଥିଲା ଦୁର୍ବୃତ୍ତ ।ଟଙ୍କା ମାଗିବା ସହ ବିବାହ କରିବାକୁ ବାଧ୍ୟ କରୁଥିଲା । ରାଜି ନହେଲେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବାର ଧମକ ଦେଉଥିଲେ । ଏନେଇ ପୀଡିତାଙ୍କ ବାପା ସ୍ଥାନୀୟ ଫାଣ୍ଡିରେ ଏତଲା ଦେଇଥିଲେ । ଶେଷରେ ବେକରେ ରଶି ଲାଗାଇ ଜୀବନ ହାରିଛି ପୀଡିତା ।

ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୬୩, ୩୭୬, ୫୦୬, ୫୦୯, ୩୮୫ ରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଛି । ଏବେ ଅପେକ୍ଷା କେବେ ମିଳିବ ପୀଡିତାଙ୍କ ପରିବାରକୁ ନ୍ୟାୟ ।

 

ONA

Leave a Reply

Top