You are here
Home > ପଲିଟିକ୍ସ > ଦୁଲୁକୁଛି ବିଜେପୁର : ତିନି ଦଳର ପ୍ରଚାର ଯୋରଦାର

ଦୁଲୁକୁଛି ବିଜେପୁର : ତିନି ଦଳର ପ୍ରଚାର ଯୋରଦାର

ବରଗଡ  : ଦୁଲୁକୁଛି ବିଜେପୁର । ଜୋରଦାର୍ ପ୍ରଚାର ଚଳାଇଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ବରପାଲି ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରି ଆଜି ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରିଛନ୍ତି କଂଗ୍ରେସର ପ୍ରଣୟ ସାହୁ । ଗାଇସିଲେଟ ବ୍ଲକରେ ବିଜେପି ତାର ବାଜା ବଜାଇଥିବା ବେଳେ ବିଜେପୁରରେ ରୀତାଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ହେଭିୱେଟ୍ ।ବିଜେପୁରରେ କଂଗ୍ରେସର ଜୋରଦାର୍ ପ୍ରଚାରଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରିଛନ୍ତି ପ୍ରଣୟ ସାହୁ । ସ୍ଥାନୀୟ ନେତା, କର୍ମୀ ଓ ସମର୍ଥକଙ୍କ ଗହଣରେ ଯାଇ ପ୍ରଚାର କରିଛନ୍ତି । ଲୋକଙ୍କୁ ଭେଟି ନିଜ ପାଇଁ ସମର୍ଥନ ଲୋଡ଼ିଛନ୍ତି । ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ ଏବଂ ପ୍ରକାଶ ଚନ୍ଦ୍ର ଦେବତା ପ୍ରଣୟଙ୍କୁ ସାଥ୍ ଦେଇଛନ୍ତି । ବରପାଲିର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ପ୍ରଚାର କରିଛନ୍ତି ପ୍ରଣୟ ସାହୁ । ବିଜେପି ଓ ବିଜେଡିକୁ ପ୍ରତ୍ୟାଖ୍ୟାନ କରି ବିଜେପୁରବାସୀ, କଂଗ୍ରେସକୁ ହିଁ ବିଜୟୀ କରାଇବେ ବୋଲି ଦୃଢ଼ତାର ସହ କହିଛନ୍ତି ସେ । ବିଜେଡି ବି ବରପାଲିରେ ଜୋରଦାର୍ ପ୍ରଚାର କରିଛି । ରକ୍ତା ଓ ଆଗଲପୁର ଗାଁରେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ସହ କ୍ୟାମ୍ପେନରେ ସାମିଲ୍ ହୋଇଥିଲେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଧାୟିକା ଟୁକୁନି ସାହୁ ଏବଂ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପ୍ରମୁଖ । ନବୀନଙ୍କ ଆଦର୍ଶ ଓ ବିକାଶକୁ ମୁଦ୍ଦା କରି ରୀତା ସାହୁ, ମୈଦାନକୁ ଓହ୍ଲାଇଥିବା ବେଳେ ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ସାକାର କରିବେ ବୋଲି କହୁଛନ୍ତି । ଆଉ ବିଜେଡି ନେତାଏ ବି ରୀତାଙ୍କୁ ନେଇ ଫୁଲ୍ କନଫିଡେଣ୍ଟ୍ । ଗାଇସିଲେଟ ବ୍ଲକରେ ପ୍ରଚାର କରିଛି ବିଜେପି । ପ୍ରଦୀପ ପୁରୋହିତ ଏବଂ ସ୍ଥାନୀୟ ନେତାଙ୍କ ଗହଣରେ ଅଶୋକ ପାଣିଗ୍ରାହୀ ଟିକିଲି, ଖଲାବାହଲ, ମଘା ଏବଂ କେବରୀ ଗାଁରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି । ବିଜେପୁର ପ୍ରତି ବିଜେଡି ସରକାରର ଅବହେଳାକୁ ହାଇଲାଇଟ୍ କରି ଲୋକଙ୍କ ସମର୍ଥନ ଲୋଡ଼ିଛି ବିଜେପି । ଆସନ୍ତାକଲି ବିଜେପୁରରେ ଦଳର ଟଲ୍ ଫିଗର୍ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶୋକଙ୍କ ପାଇଁ ପ୍ରଚାର କରିବେ । ବିଜେପୁରରେ ଧର୍ମେନ୍ଦ୍ର ପ୍ରଧାନ ୬ ଦିନ ପ୍ରଚାର କରିବେ । ତେବେ ୧୯ ଓ ୨୧ ତାରିଖରେ ରୀତାଙ୍କ ପାଇଁ ତିନିଟି ଯାକ ବ୍ଲକରେ କ୍ୟାମ୍ପେନ୍ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କଂଗ୍ରେସ କିନ୍ତୁ ତାର ସ୍ଥାନୀୟ ନେତା ଓ କର୍ମୀଙ୍କୁ ଷ୍ଟାର୍ ପ୍ରଚାରକ ବୋଲି କହି ଜୋରଦାର୍ ମେହନତ୍ କରୁଛି ।

ONA

Leave a Reply

Top