You are here
Home > ଲାଟେଷ୍ଟ > ଦୁର୍ନୀତିକୁ ପ୍ରସଙ୍ଗ କରି ମଣ୍ଡଳ ସ୍ତରରେ ଆନ୍ଦୋଳନ କରିବ ବିଜେପି

ଦୁର୍ନୀତିକୁ ପ୍ରସଙ୍ଗ କରି ମଣ୍ଡଳ ସ୍ତରରେ ଆନ୍ଦୋଳନ କରିବ ବିଜେପି

ଭୁବନେଶ୍ଵର :  ସରକାରଙ୍କ ଅସଲ ଚେହେରା ପଦାରେ ପଡିବ । ରାଜ୍ୟରେ ସାଧାରଣ ଓଡିଆ ଦୁର୍ନୀତିର ଶିକାର ହେଉଥିବା ପ୍ରସଙ୍ଗକୁ କେନ୍ଦ୍ର କରି ଭାରତୀୟ ଜନତା ପାର୍ଟି ଆନ୍ଦୋଳନକୁ ଓହ୍ଲାଇବ । ଆସନ୍ତା ୧୨ ତାରିଖରୁ ୧୮ ତାରିଖ ଯାଏଁ କରିବ ଆନ୍ଦୋଳନ। ରାଜ୍ୟର ୧୦୦୧ ମଣ୍ଡଳରେ ଏହି ଆନ୍ଦୋଳନ କରାଯିବ। ଏଥିରେ ୩୬ ହଜାର ବୁଥର ୯୨ ହଜାର ଓ୍ବାର୍ଡରେ କାର୍ୟ୍ୟକର୍ତାମାନେ ସାମିଲ ହେବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବୁଧବାର ଏହି ଆନ୍ଦୋଳନ ପାଇଁ ଲିଫଲେଟ୍ ଓ ବ୍ୟାନର ଉନ୍ମୋଚନ କରାଯିବା ଅବସରରେ ଦଳର ବରିଷ୍ଠ ନେତାମାନେ ଏହି ସୂଚନା ଦେଇଛନ୍ତି। ନବୀନ ଶାସନରେ ପିସି, ଲାଞ୍ଚ ଓ ହାତଗୁଞ୍ଜା କବଳରୁ ମୁକ୍ତି  ଓ ଓଡିଆଙ୍କର ମୌଳିକ ସୁବିଧାର ହକ୍ ପାଇଁ ଏହି ଆନ୍ଦୋଳନ କରିବ। ଦୁର୍ନୀତିଖୋର ବିଜେଡି ସରକାର ନେତା ଓ ମନ୍ତ୍ରୀଙ୍କ କଳାକାରନାମକୁ ପଦାକୁ ଆଣିବା ସହ ମହିଳା ଓ ଶିଶୁ ସୁରକ୍ଷା ପ୍ରସଙ୍ଗକୁ ଆନ୍ଦୋଳନରେ ମଧ୍ୟ ଉତ୍ଥାପନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ହକ ପାଇଁ ଲଢେଇର ଆନ୍ଦୋଳନରେ ସାଧାରଣ ଲୋକେ ସାମିଲ ହେବାକୁ ବିଜେପି ପକ୍ଷରୁ ଆହ୍ୱାନ କରାଯାଇଛି।

ONA

Leave a Reply

Top