You are here
Home > ଲାଟେଷ୍ଟ > ଦୁର୍ଘଟଣା: ସ୍ୱାମୀ-ସ୍ତ୍ରୀ ଅଖିବୁଜିଲେ, ପୁଅ ଗୁରୁତର

ଦୁର୍ଘଟଣା: ସ୍ୱାମୀ-ସ୍ତ୍ରୀ ଅଖିବୁଜିଲେ, ପୁଅ ଗୁରୁତର

କଟକ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟ କଜଳକଣା ଗଡାଠାରେ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ସହିତ ସାଣ୍ଟ୍ରୋ କାରର ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତୁ୍ୟ ଘଟିଥିଲା । କିନ୍ତୁ ୧୨ ବର୍ଷର ପୁଅ ଅଳ୍ପକେ ମୃତୁ୍ୟମୁଖରୁ ବର୍ତ୍ତି ଯାଇଛି । ଗାଡି ଓଭରଟେକ୍ ସମୟରେ ଏଭଳି ହୋଇଥିବା କୁହାଯାଉଛି । ଏଥିରେ ସାଣ୍ଟ୍ରୋ କାର ସଂପୂର୍ଣ୍ଣ ଚୁରମାର ହୋଇଯାଇଛି । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।
  ଘଟଣାକ୍ରମରେ ଭୁବନେଶ୍ୱର ଗ୍ୟାରେଜ୍ ଛକରେ ରହୁଥିବା ୪୦ ବର୍ଷିୟ ଶିବଶଙ୍କର ଦାସ, ପନôୀ କବିତା ଦାସ(୩୫) ଓ ପୁଅ ଆୟୁଷ୍ମାନ୍(୧୨)ଙ୍କୁ ନେଇ ନିଜ ସାଣ୍ଟ୍ରୋ କାର(ଓଆର-୦୨-ଜେଡ୍-୩୯୪୩)ରେ କାମାକ୍ଷାନଗରୁ  ଭୁବନେଶ୍ୱର ଫେରୁଥିଲେ । ଚୌଦ୍ୱାରର କଳଳକଣାଠାରେ  ଅନ୍ୟଏକ ଗାଡିକୁ ଅତିକ୍ରମ କରୁଥିବା ବେଳେ ସାମନାପଟୁ  ଆସୁଥିବା ଏକ ଟ୍ରକ(ଓଡି-୦୫-ଏମ୍ ୭୮୫୦) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା  । ଧକ୍କା ଏତେ ଜୋରଦାର ଥିଲା ଯେ କାରର ଡାହାଣପଟ ସମ୍ପୂର୍ଣ୍ଣ  ଭାବେ ଚୁରମାର ହେବା ସହ କାରଟି ବିପରୀତ ଦିଗକୁ ବୁଲିଯାଇଥିଲା । ଫଳରେ  ଘଟଣା ସ୍ଥଳରେ କାର ଚଳାଉଥିବା ଶିବ ଶଙ୍କର ଓ ତାଙ୍କ ପଛ ସିଟ୍ରେ ବସିଥିବା  ପନôୀ କବିତାଙ୍କ ମୃତୁ୍ୟ ହୋଇଥିଲା । କିନ୍ତୁ କାରର ବାମ ପଟ ଆଗ ସିଟ୍ରେ ପୁଅ ବିସିଥିବାରୁ ଅଳ୍ପେକେ ମୃତୁ୍ୟ ମୁଖରୁ ବର୍ତ୍ତି ଯାଇଥିଲେ  । ଗୁରୁତର ଅବସ୍ଥାରେ  ଆୟୁଷ୍ମାନକୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
  ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତଜନା ପ୍ରକାଶ ପାଇଥିଲା । ଖବରପାଇ  ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । ତେବେ ମୃତଦେହ କାରରୁ ବାହାର କରିବା ସମ୍ଭବ ନହେବାରୁ ପୋଲିସ ଓ ଅଗ୍ନିଶମ ବାହିନୀର  ସହାୟତା ଲୋଡିଥିଲା । ଅଗ୍ନିଶମ ବାହିନୀର କର୍ମକର୍ତ୍ତା ଗ୍ୟାସ କଟକ ସହାୟତାରେ  ମୃତଦେହ ଦୁଇଟିକୁ କାର ମଧ୍ୟରୁ ବାହାର କରି ବ୍ୟବଚ୍ଛେଦ ପାଇଁ କଟକ ମେଡିକାଲ, ପଠାଇଥିଲେ । ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ ୨ ଘଣ୍ଟା  ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।

ONA

Leave a Reply

Top