You are here
Home > ଲାଟେଷ୍ଟ > ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ବିମାନ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ବିମାନ

ଭୁବନେଶ୍ୱର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ୬ଇ-୪୮୯ ବିମାନ । ବିମାନରେ ତ୍ରୁଟି ଯୋଗୁଁ ଏଭି ହୋଇଥିବା ଜଣେ ଯାତ୍ରୀ ସୂଚନା ଦେଇନ୍ତି  । ତେବେ ସମସ୍ତଯାତ୍ରୀ ସୁରକ୍ଷିତ ଭାବେ ଜୟପୁରରେ ପହଞ୍ଚିଥିବା ଜଣାପଡିଛି । ଭୁବନେଶ୍ୱରରୁ ବିମାନଟି ଠିକ୍ ଭାବେ ଉଡିବା ପରେ ତ୍ରୁଟି ଦେଖାଯାଇଥିଲା । କିଛି ସମୟ ପରେ ବିମାନଟି ଦୋହଲିବାକୁ ଲାଗିଥିଲା । ବିମାନରେ ଥିବା ଅଧିଂକାଶ ଯାତ୍ରୀଙ୍କର ବାନ୍ତି ହୋଇଥିଲା ।  ଦିଲ୍ଲୀ ଆକାଶରେ ବିମାନଟି ୪୫ ମିନିଟ୍ ଧରି ଉଡିଥିଲେ ବି ଲାଣ୍ଡିଂ କରିପାରିନ ଥିଲା  । ଦୀର୍ଘ ଦେଢ଼ ଘଣ୍ଟା ପରେ ଜୟପୁର ବିମାନବନ୍ଦରରେ ଏହା ଲାଣ୍ଡିଂ କରିଥିଲା ।  ପ୍ରିୟବର୍ତ୍ତ ମାଝି ନାମକ ଜଣେ ଯାତ୍ରୀ ଏହି ସୂଚନା ଦେଇଛନ୍ତି  । ତାଙ୍କ କହିବା ଅନୁଯାୟୀ ବିମାନରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି  । ଏହି ଦୁର୍ଘଟଣା ସମ୍ପର୍କରେ  ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ସୂଚନା ମିଳି ପାରି ନାହିଁ । ଅନ୍ୟ ତିନୋଟି ବିମାନର ମଧ୍ୟ ରୁଟ୍ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ଖରାପ ପାଗ ଯୋଗୁଁ ବିମାନଟି ଅବତରଣ କରିପାରି ନଥିଲା ।

ONA

Leave a Reply

Top