You are here
Home > ଏଣ୍ଟରଟେନମେଣ୍ଟ > ଦୀପିକା-ସଲ୍ଲୁ ରୋମାନ୍ସ

ଦୀପିକା-ସଲ୍ଲୁ ରୋମାନ୍ସ

କିକି-୨ରେ ଜ୍ୟାକଲିନଙ୍କ ସହ ନୁହେଁ, ଦୀପିକାଙ୍କ ସହ ସ୍କ୍ରିନ ସେୟାର କରିବେ ସଲମନ ଖାନ । ବଲିଉଡର ମୋଷ୍ଟ ଇଲିଜିବଲ ବ୍ୟାଚଲର ଭାବେ ଚର୍ଚ୍ଚାରେ ଥିବା ସଲ୍ଲୁ ମିଆଁ ଦୀପିକା ପାଦୁକୋନଙ୍କ ସହ ରୋମାନ୍ସ କରିବେ । ଦୁଇ ଜଣଙ୍କ କେମେଷ୍ଟ୍ରିକୁ ଏକାଠି ଦେଖିବେ ଦର୍ଶକ । ମୋଷ୍ଟ ‘କିକ୍-୨’ରେ ସୁପରଷ୍ଟାର୍ ସଲମନ ଖାନ୍ ଓ ଦୀପିକା ପାଦୁକୋନ୍ ଏକାଠି ହେବେ । ସାଜିଦ୍ ନାଦିଆୱାଲାଙ୍କ ନିଦେ୍ର୍ଦଶନାରେ ନିର୍ମିତ ଏହି ଫିଲ୍ମର ସିକ୍ୱେଲ୍ ଦେଖିବା ପାଇଁ କେବେଠାରୁ ଦର୍ଶକ ଚାହିଁ ରହିଥିଲେ । ଦୀପିକା ବଲିଉଡ୍ରେ ୧୦ ବର୍ଷ ତଳୁ ଡେବୁ୍ୟ କରି ବଡ଼ବଡ଼ ଷ୍ଟାର୍ଙ୍କ ସହ କାମ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଲମନ୍ ଖାନ୍ଙ୍କ ସହ ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନଥିଲା । ନିର୍ମାତା ଫିଲ୍ମରେ ସଲମନଙ୍କ ସହ ଫ୍ରେଶ୍ ଯୋଡ଼ି ଦେଖିବାକୁ ଚାହୁଁଥିବାରୁ ‘କିକ୍’ରେ ସଲମନ୍ଙ୍କ ନାୟିକା ହୋଇଥିବା ଜ୍ୟାକେଲିନ୍ଙ୍କୁ ଏଥିରୁ ଅବ୍ୟାହତି ଦିଆଯିବ ଓ ଦୀପିକାଙ୍କୁ ନିଆଯିବ ବୋଲି ଜଣାପଡ଼ିଛି । ୨୦୧୪ରେ ରିଲିଜ୍ ହୋଇଥିବା ‘କିକ୍’ ସମଗ୍ର ବିଶ୍ୱରେ ୩୭୭କୋଟି ଟଙ୍କାର ବ୍ୟବସାୟ କରି ବକ୍ସ ଅଫିସରେ ଧମାଲ୍ କରିଥିଲା । ଜ୍ୟାକେଲିନ୍ ଓ ସଲମନ୍ଙ୍କ ଯୋଡ଼ିକୁ ‘ରେସ୍-୩’ରେ ଦେଖିବାକୁ ମିଳିବ ।

ONA

Leave a Reply

Top