You are here
Home > ଅଧିକ ଖବର > ଦି ଗେଷ୍ଟ ହାଉସ୍୍

ଦି ଗେଷ୍ଟ ହାଉସ୍୍

ଖୁବଶୀଘ୍ର ବଡ ପରଦାକୁ ଆସିବ ଓଡିଆ ଫିଲ୍ମ ଦି ଗେଷ୍ଟ ହାଉସ୍୍ । ଆଉ ଏହି ଫିଲ୍ମରେ ଓଲିଉଡର ବରିଷ୍ଠ ଅଭିନେତା ଅସୀତ ପତିଙ୍କୁ ଭିନ୍ନ ଭିନ୍ନ ଗେଟଅପରେ ଦେଖିବାକୁ ମିଳିବ । ଖାସକରି ଜଣେ ଗେଷ୍ଟ୍ ହାଉସର କେୟାର ଟେକର୍୍ ଚରିତ୍ର ରଘୁକୁ ନେଇ ବେଶ ଚର୍ଚ୍ଚା । ଖଳନାୟକ ଭାବେ ଅସୀତଙ୍କର ଓଲିଉଡରେ ବେଶ ନାଁ ରହିଛି । ଫିଲ୍ମର କାହାଣୀ ଅନୁସାରେ ଅସୀତ ଫିଲ୍ମରେ ତିନୋଟି ଗେଟଅପରେ ନଜର ଆସିବେ । କାହାଣୀ ଅନୁସାରେ ଗେଷ୍ଟ୍୍ ହାଉସରେ ଏକ ଅଘଟଣ ଘଟେ । ଏହାପରେ ରଘୁ ଅର୍ଥାତ ଅସୀତ ପତି ସେହି ଗେଷ୍ଟ୍୍ ହାଉସର କାମ ବୁଝାସୁଝା କରିବାକୁ ଆସି ଏକ ଭିନ୍ନ ଗେଟଅପରେ ଓ ନୂଆ ନାଁରେ ଆସେ । ପ୍ରତିଶୋଧ ନେବା ଲକ୍ଷ୍ୟରେ ରଘୁକୁ ଏପରି କରିବାକୁ ପଡେ ।  ଫିଲ୍ମରେ ଅନେକ ସସପେନ୍ସ ଦେଖିବାକୁ ମିଳିବ । ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି ମାଧବ ଚନ୍ଦ୍ର ପରିଡା । ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି  ଇଂ ବିଭୂତି ଭୂଷଣ ମହାପାତ୍ର । ଫିଲ୍ମଟି ଉଭୟ ଓଡିଆ ଓ ବଙ୍ଗଳା ଭାଷାରେ ରିଲିଜ ହେବ ।

ONA

Leave a Reply

Top