You are here
Home > ପଲିଟିକ୍ସ > ଦିଲ୍ଲୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦିଲ୍ଲୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେପୁର ବ୍ୟାଟେଲ ଯୋର ଧରିଛି  । ରାଜ୍ୟ ରାଜନୀତିରେ ବିଜେପି – ବିଜେଡି ଭିତରେ ଦିନକୁ ଦିନ ବଢି ଚାଲିଛି ତୁ ତୁ ମେ ମେ  । ଉଭୟ ଦଳ ଭିତରେ ରାଜନୈତିକ ପ୍ରତିନ୍ଦନ୍ଦିତା ବି ବଢିଚାଲିଛି  । ଏଭଳି ସ୍ଥିତିରେ ବୁଧବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ଭେଟିଛନ୍ତି ନବୀନ  । ଉଭୟଙ୍କ ମଧ୍ୟରେ ୨୦ ମିନିଟ ଆଲୋଚନା ହୋଇଥିଲା। ନବୀନଙ୍କ ୪ ଦିନିଆ ଗସ୍ତର ପ୍ରଥମ ଦିନରେ ଏହି ସାକ୍ଷାତକାର ହୋଇଛି। ବରଗଡ଼ ଜିଲ୍ଲା ବିଜେପୁର ଉପ-ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ମଧ୍ୟରେ ପ୍ରବଳ ପ୍ରତିନ୍ଦ୍ୱନ୍ଦ୍ୱିିତା ଚାଲିଥିବା ବେଳେ ରାଜ୍ୟର ଶ୍ରେଷ୍ଠ ନେତା ଓ ଦେଶର ଶ୍ରେଷ୍ଠ ନେତାଙ୍କ ମଧ୍ୟରେ ଭେଟ ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ଏହି ସାକ୍ଷାତକାର ନେଇ ପିଏମ୍‌ଓ ଅଥବା ସିଏମ୍‌ଓ କାର୍ଯ୍ୟାଳୟ ପକ୍ଷରୁ କୌଣସି ବଧିିବଦ୍ଧ ସୂଚନା ଦିଆଯାଇ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ବିଜୁପଟ୍ଟନାୟକ ସମ୍ପର୍କିତ ପୁସ୍ତକ ମୋଦିଙ୍କୁ ଭେଟି ଦେଲି, ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ହୋଇନାହିଁ ବୋଲି ନବୀନ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ମୋଦିଙ୍କୁ, ନବୀନ ସାକ୍ଷାତ କରିବା ନେଇ ମଧ୍ୟ ନା ନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

ONA

Leave a Reply

Top