You are here
Home > ଲାଟେଷ୍ଟ > ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ବିଶାଳ ଚାଷୀ ସମାବେଶ

ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ବିଶାଳ ଚାଷୀ ସମାବେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ ରାଜ୍ୟର ୫ହଜାରରୁ ଅଧିକ ଚାଷୀଙ୍କ ସମେତ ୨୨ଟି  ରାଜ୍ୟର ୧୦ ହଜାର ଚାଷୀ ସାମିଲ ହୋଇଛନ୍ତି । ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଆନ୍ନା କହିଛନ୍ତି, କୃଷକମାନେ ଏକତ୍ରିତ ହୋଇ ସ୍ୱର ଉତ୍ତୋଳନ କଲେ ସରକାରଙ୍କୁ ମୁଣ୍ଡ ନୁଆଁଁବାକୁ ପଡିବ । ହକ୍ ପାଇଁ ଲଢ଼େଇ ଜୋରଦାର କରିବାକୁ ହେବ ବୋଲି ଆନ୍ନା କୃଷକମାନଙ୍କୁ ଆହ୍ୱାନ   ଦେଇଛନ୍ତି ।
  ଦିଲ୍ଲୀର ସଂସଦମାର୍ଗରେ ଅନୁଷ୍ଠିତ ଏହି ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ, ରାଜେନ୍ଦ୍ର ସିଂହ, ସନ୍ଦୀପ ପାଣ୍ଡେଙ୍କ ସହ ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ପ୍ରମୁଖ  ଉଦବୋଧନ ଦେଇ କୃଷକମାନଙ୍କ ହପ୍ ଓ ସେମାନଙ୍କୁ ସମ୍ମାନ ନ ଦେଇ କୌଣସି  ଦେଶର ପ୍ରଗତି ସମ୍ଭବ ନୁହେଁ ବୋଲି କହିଛନ୍ତି । ଦିଲ୍ଲୀ ଦରବାରରେ ଚାଷୀଙ୍କ ଦ୍ୱାରା ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ଦାବି ଉପସ୍ଥାପନ କରାଯିବ  । ବିଭିନ୍ନ ରାଜ୍ୟରୁ ଟ୍ରେନ ଯୋଗେ ଚାଷୀମାନେ ଦିଲ୍ଲୀ ପହଞ୍ଚିଥିଲେ  । ମଧ୍ୟ ପ୍ରଦେଶରୁ ଈଶ୍ୱର ଚନ୍ଦ୍ର ତ୍ରିପାଠୀ, ହରିୟାଣାରୁ ପ୍ରତାପ ଚୌଧୁରୀ, ଗୁରୁନାମ ସିଂ ଚାନେ୍ଦରୀ, ଉତ୍ତର ପ୍ରଦେଶରୁ ହିମାଂଶୁ ତିୱାରୀ, ହରପାଲ ସିଂ, ରାଜସ୍ଥାନରୁ ରାମପାଲ ଜାଟ୍ , କୁଅଁର ରାଜେନ୍ଦ୍ର ନରେଲା, ଉତ୍ତରାଖଣ୍ଡରୁ ପିସି ତିୱାରୀ, ଛତିଶଗଡରୁ ରବି ବର୍ମା, ବିହାରରୁ ସାଗର କୁମାର, ପଶ୍ଚିମବଙ୍ଗରୁ ଶ୍ରୀମତି ପମ୍ପା ଓ ଡାକ୍ତର ଗୌତମ  ପାଲଙ୍କ ନେତୃତ୍ୱରେ ଚାଷୀମାନେ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି ।
  ନବ ନିର୍ମାଣ କୃଷକ ସଂଗଠନର ପ୍ରଥମ ଜାତୀୟ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ  ସେମାନଙ୍କୁ ସମସ୍ୟାର ସମାଧାନ ପାଇଁ ଦାବି କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ୬ ମାସ ଭିତରେ  ସମାଧାନ କରିବା ପାଇଁ ଆହ୍ୱାନ କରାଯିବ । ନଚେତ ଆଗକୁ ଆନେ୍ଦାଳନ ଜୋରଦାର କରିବା ପାଇଁ ଚେତାବନୀ ଦିଆଯାଇଛି ।

ONA

Leave a Reply

Top