You are here
Home > ଅଧିକ ଖବର > ଦିଲ୍ଲୀରେ ଗର୍ଜିବ ବିଜେଡି

ଦିଲ୍ଲୀରେ ଗର୍ଜିବ ବିଜେଡି

ଚାଷ ଓ ଚାଷୀ ପ୍ରସଂଗକୁ ନେଇ ଯୋର ଧରିଛି ରାଜ୍ୟ ରାଜନିତୀ । ଚକଡା ପୋକ,ଫସଲ ପୋଡି ସାଙ୍ଗକୁ ଚାଷୀ ଆତ୍ମହତ୍ୟା ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥା ବଢାଇ ଦେଇଛି । ଏହାକୁ ପ୍ରସଂଗ କରି ବିରୋଧୀ ସରକାରଙ୍କୁ ଘେରୁଛନ୍ତି । ବିଜେଡି ଲାଗି ସବୁଠୁ ବେଶୀ ଅଡୁଆ ହୋଇଛି ବିଜେପିର ଆଚରଣ । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ବାହାନାରେ ଚାଷୀଙ୍କୁ ନିଜ ପଟକୁ ନେବାକୁ ଅଣ୍ଟା ଭିଡିଛି ବିଜେପି । ଆଉ ଏପଟେ କେନ୍ଦ୍ର ସରକାରଙ୍କ ମୁଖା ଖୋଲି ବିଜେପିକୁ ଟକ୍ଟର ଦେଇ ଚାଷୀଙ୍କୁ ନିଜ ପଟକୁ ଆଣିବାକୁ ରଣନୀତି ତିଆରି କରିସାରିଛି ବିଜେଡି । ୫ବର୍ଷ ତଳେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଦିଲ୍ଲୀରେ ଗର୍ଜô୍ିଥିବା ବିଜେଡି ଏମଏସପିକୁ ପ୍ରସଙ୍ଗ କରି ଶୀତ ଅଧିବେସ ବେଳେ ଦିଲ୍ଲୀରେ ଗର୍ଜିବ ବୋଲି ପ୍ରସ୍ତୁତ ହେଉଛି ।

ଭୁବନେଶ୍ୱର: ମରୁଡି ସାଙ୍ଗକୁ ଚକଡା ପୋକ ଓ ଚାଷୀ ଆତ୍ମ ହତ୍ୟା ବିଜେଡି ସରକାରକୁ ଅଡୁଆରେ ପକାଇଛି । ୧୮ ବର୍ଷ ଧରି ରାଜ୍ୟ କ୍ଷମତାରେ ଥିବା ବିଜେଡି ଏବେ ଚାଷ ଓ ଚାଷୀ ପ୍ରସଂଗରେ ବ୍ୟାକ ଫଉଟକୁ ଚାଲି ଆସିଛି । ବିରୋଧୀ ଏହାକୁ ଗଣ୍ଠି କରି ସରକାରଙ୍କୁ ଘେରୁଛନ୍ତି । ବିଭଇନ୍ନ କାର୍ଯ୍ୟକ୍ରମ କରି ରାଜ୍ୟ ସରକାରଙ୍କୁ ଚାଷୀ ବିରୋଧୀ ପ୍ରଣାଣିତ କରିବାକୁ ଲାଗିଛନ୍ତି । ଏହାକୁ ଆୟୁଧ କରି କଂଗ୍ରେସ ଓ ବିଜେପି ଚାଷୀଙ୍କୁ ନିଜ ପଟକୁ ଭିଡୁଛନ୍ତି । ଏସବୁକୁ ସାମନ୍ନା କରିବାକୁ ସରକାର କିଛି ପଦକ୍ଷେପ ନେଉ ନାହାନ୍ତି ତାହା ନୁହେଁ,ମରୁଡି ଲାଗି ୨୧୬ କୋଟି ଓ ରୋଗ ପୋକ ଲାଗି ୧୧୪ କୋଟି ଟଙ୍କରା ପ୍ୟାକେଜ ଘୋଷଣା କରିଛନ୍ତି । ହେଲେ ତାକୁ ବିରୋଧୀ ଗ୍ରହଣ କରିବା ମୁଡରେ ନାହାନ୍ତି । ସେପଟେ ବିଜେପି କନ୍ଦ୍ରୀୟ ଟିମ ପଠାଇ କ୍ଷତିଗସ୍ତ ଜିଲ୍ଲା ବୁଲିବା ଆରମ୍ଭ କରିଛି । ଏହା ସାଙ୍ଗକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଂଗରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଭେଟି ଆଲୋଚନା କରିବା ରାଜ୍ୟ ରାଜନିତୀକୁ ଆହୁରୀ ସରଗରମ କରିଛି । କୃଷି ରଷ୍ଟ୍ରମନ୍ତ୍ରୀ ବରଗଡ ଆସିବାକୁ ଘୋଷଣା କରିଛନ୍ତି । ଯାହା ବିଜେଡି ଅଡୁଆ ବଢାଇ ଦେଇଛି ।
ଆଗକୁ ବିଜେପୁର ଉପ ନିର୍ବାଚନ ଥିବାରୁ ଶାଶକ ଦଳ ଚାଷ ଓ ଚାଷୀ ପ୍ରସଂଗରେ ବିଜେପିକୁ ଆଉ ସ୍ପେଶ ଦେବା ମୁଡରେ ନାହିଁ । ଚାଷୀ ପ୍ରସଂଗରେ ଦିଲ୍ଲୀ ମୁହାଁ ହେବାକୁ ଯୋଜନା କରିଛି ବିଜେଡି । ଠିକ ଯେମିତି ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗରେ ଦିଲ୍ଲୀରେ ୫ବର୍ଷ ତଳେ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ସେଇ ବାଟ ଆପଣାଇବ ବିଜେଡି ଏବେ ପୁଣିଥରେ ଦିଲ୍ଲୀରେ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେବ । ଧାନର ସହାୟକ ମୂଲ୍ୟ(ଏମ୍ଏସ୍ପି) କ୍ୱିଂଟାଲ ପିଛା ୨୯୩୦ ଟଙ୍କା କରିବାର ଦାବି ନେଇ କୁଆଡ଼େ ବିଜେଡି ପକ୍ଷରୁ ଦିଲ୍ଲୀର ଯନ୍ତରମନ୍ତରରେ ଏକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା ଚାଲିଛି । ଚାଷୀ ଆତ୍ମହତ୍ୟା ଓ ପୋକ ସଂକ୍ରମଣ ଆଦି ପ୍ରସଙ୍ଗରେ ବିଜେପି ଯେଭଳି କେନ୍ଦ୍ରୀୟ ଟିମ୍କୁ ଓଡ଼ିଶା ଆଣି ସେଥିରୁ ରାଜନୀତିକ ଫାଇଦା ନେବାକୁ ଚେଷ୍ଟା କରୁଛି,ତାକୁ ମୁକାବିଲା କରିବାକୁ କୁଆଡ଼େ ବିଜେଡି ଏଭଳି ପ୍ରଦର୍ଶନ କରିବ । ବିଜେଡି ମହଲର ସୂଚନା ଅନୁସାରେ ଏହି ପ୍ରଦର୍ଶନ ପାଇଁ କୁଆଡ଼େ ଦଳର କିଛି ଯୁବନେତା ପରାମର୍ଶ ଦେଇଛନ୍ତି । ଦିଲ୍ଲୀରେ ଅତିକମ୍ରେ ୨୦ହଜାର ଓଡ଼ିଆଙ୍କୁ ଏକଜୁଟ କରାଇ ବିଜେଡି ତା’ର ଶକ୍ତି ପ୍ରଦର୍ଶନ କରିବ । ଆସନ୍ତା ଶୀତ ଅଧିବେଶନବେଳେ ବିଜେଡି ଏହି କାର୍ଯ୍ୟକ୍ରମ ହାତକୁ ନେବ । ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କ ଉପରେ ଚାପ ବଢ଼ୁଥିବାରୁ ଦଳର କିଛି ଯୁବ ନେତା ଦୁଇଦିନ ତଳେ କ୍ଷମତାକେନ୍ଦ୍ରକୁ କୁଆଡ଼େ ଏହି ପ୍ରସ୍ତାବ ଦେଇଛନ୍ତି । ଏଭଳି ପଦକ୍ଷେପ ଦ୍ୱାରା ବିଜେଡି କୁଆଡ଼େ ଚାଷୀମାନଙ୍କ ନିକଟତର ହୋଇପାରିବ ଓ ବିଜେପୁର ନିର୍ବାଚନ ସହ ଆଗାମୀ ସାଧାରଣ ନିର୍ବାଚନରେ ଏହାର ସୁପ୍ରଭାବ ଅନୁଭୂତ ହେବ ବୋଲି ବୁଝାଇଛନ୍ତି ।
ଧାନ ସହାୟକ ମୂଲ୍ୟ ବୃଦ୍ଧି ଦାବି କରି ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଥିଲେ । ଏନେଇ ବିଧାନସଭାରେ ସର୍ବ ସମ୍ନତି ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା । ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲା । ହେଲେ ପ୍ରଧାନମନ୍ତ୍ରୀଙ୍କ କାଯ୍ୟାଳୟ ସମୟ ନଦେବାରୁ ତାହା ହୋଇ ପାରିଲା ନାହିଁ । ଆଉ କେନ୍ଦ୍ର ସରକାର ବିନା ଆଲୋଚନାରେ ଧାନ ସହାୟକ ମୂଳ୍ୟ ବଢାଇଦେଲେ । ଏହାକୁ ନେଇ ବିଜେଡି ପ୍ରତିବାଦ କରିଆସୁଛି । ଏମିତିବି ନିର୍ବାଚନ ସମୟରେ ସହାୟକ ମୁଲ୍ୟ ବୃଦ୍ଦି ନେଇ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ଯେଉଁ ଘୋଷଣା କରିଥିଲା ତାହା କାର୍ଯ୍ୟକାରୀ କରିନି ବୋଲି ବିଜେଡି ଅଭି ଯାଗ କରୁଛି । ତେଣୁ ଏହି ପ୍ରସଂଗରେ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀରେ ଘେରି ବିଜେପି ସରକାର ଚାଷୀ ବିରୋଧୀ ବୋଲି ଜନ ମତ ସୃଷ୍ଟି କରିବାକୁ ରଣନୀତି କରିଛି ବିଜେଡି । ସେଥିଲାଗି ଦିଲ୍ଲୀରେ ଗର୍ଜିବାକୁ ପ୍ରସ୍ତୁତ ହେଉଛି ଦଳ । ତେବେ ଦେଖାଯାଉ, ବିଜେଡିର ଏହି କାର୍ଯ୍ୟକ୍ରମ ସତରେ ରାଜ୍ୟର ଚାଷୀଙ୍କ ଭାଗ୍ୟ ବଦଳାଉଛି ନା ସ୍ୱତନ୍ତ୍ର ପାହ୍ୟା ଭଳି ଦିଲ୍ଲୀରେ କାର୍ଯ୍ୟକ୍ରମ ଭଳି ଫୁସ୍ ହେଉଛି?

ONA

Leave a Reply

Top