You are here
Home > ଲାଇଫ୍ ଷ୍ଟାଇଲ୍ > ଦାମ୍ପତ୍ୟ ଜୀବନକୁ କରନ୍ତୁ ସୁଖମୟ

ଦାମ୍ପତ୍ୟ ଜୀବନକୁ କରନ୍ତୁ ସୁଖମୟ

କୁହନ୍ତି ଯୋଡି ସବୁ ଉପରବାଲା ବନାଇଥାନ୍ତି । ଯାହା ଭାଗ୍ୟରେ ଯିଏ ଲେଖାଥାଏ ସିଏ ହିଁ ତାକୁ ମିଳେ । ତେବେ ଯୋଡି ଟିଏ ବନିବା ପରେ ତାକୁ ଅତୁଟ ବନ୍ଧନରେ ବାନ୍ଧିବା ଦାୟିତ୍ୱ ହେଉଛି ଆପଣଙ୍କର । ନିଜ ଜୀବନସାଥୀର ମନ ଜିଣି ସମ୍ପର୍କର ଡୋରକୁ ଆହୁରି ମଜବୁତ କରିପାରିବେ । ତେବେ ଅନେକ ସମୟରେ ଦେଖିବାକୁ ମିଳେ ଛୋଟ ଛୋଟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ । ଯେଉଁ କଥାର କୌଣସି ମୂଲ୍ୟନଥାଏ ତାକୁ ନେଇ ମହାଭାରତ ସୃଷ୍ଟି ହୁଏ । ପରିସ୍ଥିତି ବେଳେବେଳେ ଏମିତି ହୁଏ ଯେ, ସମ୍ପର୍କ ଭାଙ୍ଗିଯିବା ଭଳି କଥା ଉଠେ । ଏପରି ସ୍ଥିତି ସୃଷ୍ଟି ହେବା ପୂର୍ବରୁ ନିଜ ଦାମ୍ପତ୍ୟ ଜୀବନକୁ କିପରି ସୁଖମୟ କରିହେବ ସେସମ୍ପର୍କରେ ଜାଣିନିଅନ୍ତୁ । କିଛିଟା ଛୋଟ ଛୋଟ କଥା ପ୍ରତିଧ୍ୟାନ ଦେଲେ ଆପଣ ବେଶ ହସଖୁସିରେ ସାଥି ହୋଇ ଚାଲିପାରିବେ ।

♦ ସବୁ ସମ୍ପର୍କରେ ସମ୍ମାନ ଦେବା ନିହାତି ଆବଶ୍ୟକ । ତେଣୁ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ସମ୍ମାନ ଦେଇ ଶିଖନ୍ତୁ । କେବଳ ସମସ୍ତଙ୍କ ସାମ୍ନାରେ ଭଲ କଥାବାର୍ତ୍ତା କଲେ କିମ୍ବା ପ୍ରଶଂସା କଲେ ଲାଭ ନାହିଁ । ଏହାସହ ଉଭୟ ଉଭୟଙ୍କ ପରିବାରକୁ ମଧ୍ୟ ସମ୍ମାନ ଏ ଗୁରୁତ୍ୱ ଦିଅନ୍ତୁ ।
♦ ସ୍ମାମୀ ସ୍ତ୍ରୀ ସମ୍ପର୍କରେ କେହି କାହାକୁ କାବୁ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ନିଜସ୍ୱ ସ୍ୱାଧୀନତା ନିହାତି ଦରକାର । ତେଣୁ ପରସ୍ପରର ସ୍ୱାଧିନତା ଉପରେ ଧ୍ୟାନ ଦିଅନ୍ତୁ । କୌଣସି କଥାରେ କିମ୍ବା କାମରେ ବାଧ୍ୟ ବାଧକତା କରନ୍ତୁ ନାହିଁ ।
♦ ସବୁ ସମ୍ପର୍କରେ କିଛିଟା ବୁଝାମଣା କରିବାକୁ ପଡିଥାଏ । ଯଦି ଆପଣଙ୍କ ସମ୍ପର୍କକୁ ବଞ୍ଚାଇବା ପାଇଁ ଆପଣଙ୍କୁ କିଛି ବୁଝାମଣା କରିବାକୁ ପଡୁଛି ତାହେଲେ ଆଦୌ ପଛଘୁଞ୍ଚା ଦିଅନ୍ତୁ ନାହିଁ । ଯେଉଁ କ୍ଷେତ୍ରରେ ଆପଣ ବୁଝାମଣା କରିପାରିବେ ସେଠି କଲେ କିଛି ଭୁଲ ନାହିଁ । ଏହାକୁ ଆପଣଙ୍କର ଦୁର୍ବଳତାର ପରିଚୟ ବୋଲି କୁହାଯାଇପାରିବ ନାହିଁ ।
♦ କୌଣସି କଥାକୁ ନେଇ ମତାନ୍ତର ହୋଇଥିଲେ ସ୍ଥିର ମନରେ ବସି ଆଲୋଚନା କରନ୍ତୁ । ଆଲୋଚନା ଦ୍ୱାରା ହୁଏତ ସମସ୍ୟାର ସମାଧାନ ହୋଇଯାଇପାରେ । ହେଲେ ସେହି କଥାକୁ ବଢାଇ ପରସ୍ପର ଉପରେ ଦୋଷାରପ କରନ୍ତୁ ନାହିଁ । ଫଳରେ କଥା ଅଧିକ ବଢିବ ଏବଂ ସମ୍ପର୍କରେ ଫାଟ ସୃଷ୍ଟି ହେବ ।
♦ ନିଜ ଜୀବନସାଥୀ ଉପରେ ବିଶ୍ୱାସ ରଖନ୍ତୁ । ସେ ଯାହା କହୁଛନ୍ତି ତାଙ୍କ କଥା ଶୁଣନ୍ତୁ ଓ ବୁଝିବାକୁ ଚେଷ୍ଟା କରନ୍ତୁ । ବାରମ୍ବାର ତାଙ୍କ ଉପରେ ସନ୍ଦେହ ଜାତ କରି ଅବିଶ୍ୱାସ କଲେ, ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ।
♦ ଉଭୟ ଉଭୟଙ୍କ ପାଇଁ ସମୟ ବାହାର କରନ୍ତୁ । ଛୁଟିଦିନ ମାନଙ୍କରେ ବାହାରକୁ ବୁଲିବାକୁ ଯାଆନ୍ତୁ । ସାଙ୍ଗରେ ସମୟ ଅତିବାହିତ କଲେ ଭଲ ପାଇବା ବଢିଥାଏ ।

ONA

Leave a Reply

Top