You are here
Home > ଲାଟେଷ୍ଟ > ଦାବି ପୂରଣ ନହେଲେ ଆନେ୍ଦାଳନ

ଦାବି ପୂରଣ ନହେଲେ ଆନେ୍ଦାଳନ

ଭଦ୍ରକ: ସ୍ଥାନୀୟ ବାଲଗୋପାଲ ମନ୍ଦିରରେ ଭଦ୍ରକ ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସିଟି ଶିକ୍ଷକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ  ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସିଟି ଶିକ୍ଷକ ମାରଣନୀତିର  ତୀବ୍ର ବିରୋଧ କରାଯାଇଛି । ଭଦ୍ରକ ବ୍ଲକର ଶିକ୍ଷକ ନେତା ଭାସ୍କର ଚନ୍ଦ୍ର ନାୟକ ଆହ୍ୱାନ କ୍ରମେ ଜିଲ୍ଲାର ୭ଟି ବ୍ଲକର ଶିକ୍ଷକ ନେତା ବୈଠକରେ ଯୋଗ ଦେଇ ଥିଲେ । ସରକାର ସିଟି ଶିକ୍ଷକମାନଙ୍କୁ ଠିକ୍ ସମୟରେ ପଦୋନ୍ନତି ଦେଇ ପାରୁନଥିବା ବେଳେ ୧୦,୨୦ ଓ ୩୦ ବର୍ଷରେ  ଆରଏସିପି ଦେବାର ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ୧୦ ବର୍ଷର ଗ୍ରେଡ ପେ ୨୪୦୦ ଟଙ୍କା, ୨୦ ବର୍ଷରେ ଗ୍ରେଡ ପେ  ୪୨୦୦ ଟ ଓ ୩୦ ବର୍ଷରେ ଗ୍ରେଡ୍ ପେ ୪୯୦୦ ଟଙ୍କା ପ୍ରଦାନ କରୁଥିଲେ । ହେଲେ ଗଣଶିକ୍ଷା ବିଭାଗ ପତ୍ରାଙ୍କ ସଂଖ୍ୟା ୨୧୦୩୩ ତା ୨୧/୧/୨୦୧୬ ରିଖରେ ଗ୍ରେଡ ପେକୁ ୨୮୦୦ ଟଙ୍କାକୁ କମାଇ ଦେଇଛନ୍ତି । ସିଟି ଶିକ୍ଷକ ଚାକିରି ବ୍ୟବସ୍ଥାରେ କ୍ୟାଡର ରୁଲ ଅନୁସାରେ ୫ମ ବର୍ଗରୁ ୪ର୍ଥ ବର୍ଗ କର୍ମଚାରୀ ଗ୍ରେଡର ରୁଲ ବ୍ୟବସ୍ଥା ଥିଲା । କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୨୦୦୯ ମସିହାରେ ସଂଶୋଧିତ କ୍ୟାଡର ରୁଲ ଅନୁସାରେ ସିଟି ଶିକ୍ଷକମାନେ ୩ୟ ବର୍ଗ ପର୍ଯ୍ୟନ୍ତ ପଦୋନ୍ନତି ପାଇବାର ବ୍ୟବସ୍ଥା କଲେ । ୨୦୧୪ରେ ପୁନର୍ବାର କ୍ୟାଡର ରୁଲ ସଂଶୋଧନ କରାଯାଇଥିବାରୁ ରାଜ୍ୟରେ ବିଭିନ୍ନ ସ୍କୁଲରେ ନିଯୁକ୍ତ ପ୍ରାୟ ୮୫ ହଜାର ସିଟି ଶିକ୍ଷକ ଶିକ୍ଷୟତ୍ରୀମାନେ ପ୍ରଭାବିତ ହେବେ । ନିଖିଳ ଉକ୍ରଳ ସିଟି ପ୍ରାଥମିକ ଶିକ୍ଷକ ସଂଘ ଏହାର ତୀବ୍ର ବିରୋଧ କରିଛି । ଯଦି ସରକାର ସିଟି ଶିକ୍ଷକମାନଙ୍କ ନାଯ୍ୟଦାବୀକୁ ପୂରଣ ନ କରନ୍ତି, ତାହେଲେ ଭଦ୍ରକ ଜିଲ୍ଲା ସମେତ ସମସ୍ତ ରାଜ୍ୟର କାର୍ଯ୍ୟରତ ସିଟି ଶିକ୍ଷକମାନେ ଆନେ୍ଦାଳନକୁ ଓହ୍ଳାଇବେ ବୋଲି ଚେତାବନୀ ଦିଆଯାଇଛି । ବୈଠକରେ ରାଜ୍ୟସଂଘର ସଂପାଦକ  କମଳାକାନ୍ତ ପାଣିଗ୍ରାହୀ, ଜିଲ୍ଲା ଶିକ୍ଷକ ନେତା ବାବୁଲା ରାଉତ, ଶରତ କୁମାର  ବେଜ, ଚାନ୍ଦବାଲି ଶାଖା ନେତା ପ୍ରଫୁଲ୍ଲ ପାଣିଗ୍ରାହୀ, ବାସୁଦେବପୁର ସିଟି ସଂଘ ସଂପାଦକ ଦିଲ୍ଲୀପ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ONA

Leave a Reply

Top