You are here
Home > ବଡ଼ଖବର > ଦାନ୍ତେୱାଡ଼ା ଚେଲନାରରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ୭ ଯବାନ ସହିଦ

ଦାନ୍ତେୱାଡ଼ା ଚେଲନାରରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ୭ ଯବାନ ସହିଦ

ମାଲକାନଗିରି : ଲାଲ୍ ଗଡ଼ରେ ପୁଣି ହିଂସାକାଣ୍ଡ ଘଟାଇଛି ଲାଲ୍ ବାହିନୀ । ଦାନ୍ତେୱାଡ଼ା ଚେଲନାରରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଘଟାଇ ଉଡ଼ାଇ ଦେଇଛନ୍ତି ଯବାନଙ୍କ XUV । ଆଉ ନେଇଛନ୍ତି ୭ ଯବାନ୍କ ମୁଣ୍ଡ ।

ଦେଖନ୍ତୁ କେତେ ଭୟଙ୍କର ହୋଇଛି ଏ ବିସ୍ଫୋରଣ । ରାସ୍ତାର ଅବସ୍ଥା ଯେମିତି ତାଠାରୁ ଅତି ଭୟଙ୍କର ହୋଇଛି ଗାଡ଼ିର ଅବସ୍ଥା । ମହିନ୍ଦ୍ରା XUV ଗାଡ଼ି ୩ ଖଣ୍ଡ ହୋଇଯାଇଛି । ଆଗ ଉଡ଼ିଯାଇ ଗୋଟେ ଗଛ ମୂଳରେ ଲାଗିଛି । ପୁଣି ଆଗ ଡାହାଣ ପଟ ଚକର କେବଳ ରିମ୍ ଅଛି । ଟାୟାର୍ ନାହିଁ । ପଛ ଭାଗର ଖଣ୍ଡେ ପାଣିରେ ପଡ଼ିଥିବା ବେଳେ ଡାହାଣ ପାଖ ଫାଳଟା ଆଉ କିଛି ଦୂର ପାଣିରେ ପଡ଼ିଛି । ଗାଡ଼ି ଅବସ୍ଥା ଦେଖିଲେ । ଏବେ ଦେଖନ୍ତୁ ସେଥିରେ ସବାର୍ ଥିବା ଯବାନଙ୍କ ଅବସ୍ଥା । ବିସ୍ଫୋରଣ ସ୍ଥଳରେ ପଡ଼ି ରହିଛି ଯବାନଙ୍କ ମୃତଦେହ । ସ୍ପଟ୍ ଉପରେ ୫ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ଡାକ୍ତରଖାନାରେ ଆଉ ଦୁଇଜଣଙ୍କ ଜୀବନ ଯାଇଛି ।

ଛତିଶଗଡ଼ ଦାନ୍ତେୱାଡ଼ା ଜିଲ୍ଲାର ଚେଲନାର୍ ନିକଟରେ ମାଓବାଦୀମାନେ ଏମିତି ବର୍ବର କାଣ୍ଡ ଘଟାଇଛନ୍ତି । ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି ଗାଡ଼ି, ଆଉ ନେଇଛନ୍ତି ୭ ଯବାନଙ୍କ ଜୀବନ । କିରାଣ୍ଡୁଲ୍ ଠାରୁ ଚେଲନାର୍ ପର୍ଯ୍ୟନ୍ତ ରାସ୍ତା କାମ ଚାଲିଥିବା ବେଳେ ଛତିଶଗଡ଼ର ଏହି ଯବାନମାନେ ସୁରକ୍ଷା ଦାୟିତ୍ବରେ ମୁତୟନ ଥିଲେ । ଆଉ କ୍ୟାମ୍ପକୁ ଫେରୁଥିବା ବେଳେ ରାସ୍ତାରେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନର ଶିକାର ହୋଇଛନ୍ତି । ସହିଦଙ୍କ ମଧ୍ୟରୁ ୩ ଜଣ ସିଏଏଫ୍ ଏବଂ ଅନ୍ୟ ୪ ଜଣ ଡିଆରଜି ବାହିନୀର ଯବାନ ବୋଲି ଜଣାପଡ଼ିଛି । ବିସ୍ଫୋରଣ ପରେ ମାଓବାଦୀମାନେ ଯବାନଙ୍କ ୨ଟି AK-47, ୨ଟି ଅନସାସ୍ ଏବଂ ୨ଟି ଏସଏଲଆର୍ ବନ୍ଧୁକ ସହ ୨ଟି ଗ୍ରେନେଡ୍ ଲୁଟି ନେଇଛନ୍ତି ।

ଗତ ଦୁଇମାସ ଭିତରେ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬୦ରୁ ଅଧିକ ମାଓବାଦୀ ପ୍ରାଣ ହରାଇଥିବା ବେଳେ ରକ୍ତମୁଖା ହୋଇଯାଇଛି ଲାଲ୍ ବାହିନୀ । କେଉଁଠି ପୋଲିସ୍ ଇନଫର୍ମର ସନ୍ଦେହରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି ତ ଆଉ କେଉଁଠି ସୁବିଧା ଦେଖି ଯବାନଙ୍କୁ କରୁଛନ୍ତି ଟାର୍ଗେଟ୍ । ବିଜାପୁର ଓ ଗଡ଼ଚିରୋଲିରେ ପୋଲିସର ବଡ଼ ଧରଣର ଏନକାଉଁଟର୍ ପରେ ମାଓବାଦୀମାନେ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼ରେ ରାସ୍ତା କାମକୁ ବିରୋଧ କରି ଲାଲ୍ ତାଣ୍ଡବ ଘଟାଉଛନ୍ତି । ଦାନ୍ତେୱାଡ଼ା ହିଂସାକାଣ୍ଡ ପରେ ମାଲକାନଗିରି କାଲିମେଳା ଠାରୁ କୁରୁପ ପର୍ଯ୍ୟନ୍ତ ରାସ୍ତା କାମକୁ ବିରୋଧ କରି ନକ୍ସଲମାନେ ବ୍ୟାନର୍ ଲଗାଇଛନ୍ତି । କାମ ବନ୍ଦ ନହେଲେ, ଠିକାଦାର କମଲ ହାଲଦାରଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୭ରେ କୋରାପୁଟ ଜିଲ୍ଲା ସୁଙ୍କି ଘାଟିର ମୁଙ୍ଗାରଭୂମୀରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୭ ଯବାନ ସହିଦ ହୋଇଥିଲେ। ଆସିଷ୍ଟାଣ୍ଡ ଡ୍ରାଇଭର ତାଲିମ ପାଇଁ ୧୩ ଯବାନ ସ୍ୱତନ୍ତ୍ର ଗାଡ଼ିରେ କୋରାପୁଟରୁ ଭୁବନେଶ୍ୱର ଆସୁଥିବା ବେଳେ ଏନ୍‌ଏଚ୍‌-୨୬ର ମୁଙ୍ଗାରଭୂମୀ ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟିଥିଲା।

ONA

Leave a Reply

Top