You are here
Home > ଏଣ୍ଟରଟେନମେଣ୍ଟ > ଦାଦା ସାହେବ ଫାଲକେ ପୁରସ୍କାର ପାଇବେ ପ୍ରିୟଙ୍କା

ଦାଦା ସାହେବ ଫାଲକେ ପୁରସ୍କାର ପାଇବେ ପ୍ରିୟଙ୍କା

ଭୁବନେଶ୍ୱର: ଚୁଲବୁଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦିନକୁ ଦିନ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। ପ୍ରଥମେ ବଲିଉଡ଼ ଏବଂ ପରେ ହଲିଉଡ଼ରେ ଜଣେ ପ୍ରତିଷ୍ଠିତ କଳାକାର ଭାବେ ସେ ନାଁ କମାଇସାରିଲେଣି। ତେବେ ତାଙ୍କର ଅଭିନିତ ଫିଲ୍ମ ‘ବେୱାଚ୍‌’ର ରିଲିଜ ହେବାରେ କିଛି ଦିନ ବାକି ରହିଥିବା ବେଳେ ଏବେ ଏକ ଖୁସିଖବର ତାଙ୍କୁ ମିଳିଛି।
 ପ୍ରିୟଙ୍କା ଏବଂ ତାଙ୍କ ମା’ ମଧୁ ଚୋପ୍ରାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ୧ ଜୁନ୍‌ରେ ହେବାକୁ ଥିବା ଏହି ଉତ୍ସବରେ ଦାଦା ସାହେବ ଫାଲକେ ଏକାଡ଼େମୀ ପୁରସ୍କାରର ବିଭାଗ ବଣ୍ଟନ ନିମନ୍ତେ ବଛାଯାଇଥିବା ଟିମ୍‌ ଏହି ନିଷ୍ପତି ନେଇଛି। ପ୍ରିୟଙ୍କାଙ୍କୁ ବିଶ୍ୱରେ ଭାରତର ନାଁ ଉଜ୍ୱଳ କରିବାକୁ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭଲ ଅଭିନୟ କରିବାକୁ ନେଇ ଏହି ପୁରସ୍କାର ଦିଆଯାଉଛି। ତେବେ ତାଙ୍କ ମା’ ମଧୁ ଚୋପ୍ରାଙ୍କୁ ମରାଠି ଫିଲ୍ମ ‘ଭେଣ୍ଟିଲେଟର’ ପାଇଁ ଦିଆଯିବ।  ଚଳିତ ବର୍ଷ ଦାଦା ସାହେବ ଏକାଡ଼େମୀ ପୁରସ୍କାରରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭଲ ପଦର୍ଶନ କରିଥିବା ଅଭିନେତାଙ୍କର ଏକ ନୂତନ ଶ୍ରେଣୀ କରାଯାଇଛି। ଫଳରେ ଏହି ବଲିଉଡ଼ ଷ୍ଟାର ହଲିଉଡ଼ରେ ନିଜର ନିଚ୍ଛକ ପଦର୍ଶନ କରି ଏହି ପୁରସ୍କାର ସାଉଁଟିବାକୁ ଯାଉଛନ୍ତି।  ମୁମ୍ୱାଇର ଲୋକ ପୁରସ୍କାର ମଧ୍ୟରେ ଦାଦା ସାହେବ ଫାଲକେ ପୁରସ୍କାରକୁ ଗଣାଯାଏ। ଚଳିତ ଥର ଏଥିରେ ପ୍ରିୟଙ୍କାଙ୍କୁ ନିଜ ମା୩ଙ୍କ ସହ ପୁରସ୍କାର ଦିଆଯାଉଥିବାରୁ ଏହା ତାଙ୍କ ପାଇଁ ବେଶ ଗୌରବର ବିଷୟ ବୋଲି ସେ କହିଛନ୍ତି ।

ONA

Leave a Reply

Top