You are here
Home > ଅଧିକ ଖବର > ଦଶହରାରେ ଦେବୀଙ୍କ ରାଗ

ଦଶହରାରେ ଦେବୀଙ୍କ ରାଗ

ଭୁବନେଶ୍ୱର: ମନ୍ତ୍ରୀ ପଦ ସିନାଗଲା, ହେଲେ କ୍ଷମତାର ଅଳନ୍ଦିରେ ଏବେବି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର । ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାୱାର କରିଡରରେ ଏକ ବଡସ୍ଥାନ ରହିଛି ମିଶ୍ର ବାବୁଙ୍କ । ନାଲିବତୀଗାଡି ଯିବା ପରେ ପରେ ଦେବୀଙ୍କୁ ଦଳଭିତରେ ପଦୋନ୍ନତି ଦିଆଯାଇ ସାଧାରଣ ସଂପାଦକରୁ ଉପ-ସଭାପତି କଲେ ନବୀନ । କିଛି ଜିଲ୍ଲା ଦାୟିତ୍ୱବି ଦେଲେ । ବିଜେଡିର ନୂଆ ମୁଖପାତ୍ର ତାଲିକାରେ ବି ରହିଲା ଦେବୀ ବାବୁଙ୍କ ନାଁ । ଏପରିକି ଦେବୀଙ୍କ ବଡମ୍ବା-ନରସିଂହପୁରରେ ବିଜେଡି ପଞ୍ଚାୟତ ନିର୍ବାଚନରେ ଫେଲ ମାରିବ । ସତ୍ତ୍ୱେ, ତାଙ୍କୁ ବିଜେଡି ‘ଆମଗାଁ ଆମବିକାଶ’ କାର୍ଯ୍ୟକ୍ରମର ସଂଯୋଜକ ମଧ୍ୟ କରାଗଲା । ଏହି କାର୍ଯ୍ୟକ୍ରମ ପାଇଁ ଦେବୀଙ୍କ ଅଧୀନରେ ରହିଲା ୮ ଜିଲ୍ଲା । ଯାହାର ୱାର୍ଡ କମିଟି ଗଠନ କରିବା ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଦେ୍ର୍ଦଶ ମଧ୍ୟ ଦେଇଛନ୍ତି ଦେବୀ । ହେଲେ ଗତ ସେପ୍ଟେମ୍ବର ମାସରେ ଯେତେବେଳ ସମସ୍ତେ ଦଶହରା ମୁଡରେ ଥିଲେ, ଦେବୀଙ୍କ ଉଗ୍ରରୂପ ଦେଖିବାକୁ ମିଳିଲା ।
ସେପ୍ଟେମ୍ବର ୨୫, ୨୦୧୭ । ଦଶହରା ମଜା ଆରମ୍ଭ ହେଉଥାଏ ।ଫେଷ୍ଟିଭ୍ମୁଡରେ ଥିଲେ ବିଜେଡି ନେତା ଓ କର୍ମୀ । ଯିଏ କାହା ଅଞ୍ଚଳକୁ ଯିବେ, ସେନେଇ ପ୍ଲାନିଂ କରୁଥିଲେ । ହେଲେ ହଠାତ୍ ଦେବୀ ମିଶ୍ର ‘ଆମଗାଁ ଆମ ବିକାଶ’ ପର୍ଯ୍ୟବେକ୍ଷକଙ୍କୁ ଫୋନ୍ କଲ କରି ବିଜେଡି ମୁଖ୍ୟ କାର୍ଯ୍ୟାଳୟକୁ ତୁରନ୍ତ ଡକାଇଲେ ।  ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ହଠାତ୍ ଆଦେଶ ପାଳନ ନକରିବା ଦେଖି ଦେବୀ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ ଦେଲେଏହି ପାହାନ୍ତିଆ ପର୍ଯ୍ୟବେକ୍ଷ କବୈଠକ ପରିଚଳାନା ପାଇଁ । ନବୀନ ଆସିବାଖବର ପାଇଁସବୁ ପର୍ଯ୍ୟବେକ୍ଷକ ପହଞ୍ଚିଗଲେ ପାର୍ଟ୍ଟି ଅଫିସ୍ । ସେତେବେଳେ ନବୀନ ଆସି ନଥିଲେ । ହେଲେ ଦେବୀଙ୍କ ଅଧ୍ୟକ୍ଷତାରେବୈଠକ ଆରମ୍ଭ ହେଲା ।ସବୁ ପର୍ଯ୍ୟବେକ୍ଷକଙ୍କୁ ଦେବୀ ୱାର୍ଡ କମିଟି ରିପୋର୍ଟ ମାଗିଲେ । ତେବେ ରିପୋର୍ଟ ଆଣି ନଥିବା କହିଲେ ପର୍ଯ୍ୟବକ୍ଷେକ । ଗାଁଗାଁ ବୁଲିରିପୋର୍ଟ ପ୍ରସ୍ତୁତ କରାଯାଉଛି । ହଠାତ୍ ଡାକିଲେ ରିପୋର୍ଟ କେଉଁଠି ଧରି ବୁଲୁଥିବୁ ଯେ ଆଣିବୁ ବୋଲି ଦେବୀଙ୍କୁ ପାଲଟା ପ୍ରଶ୍ନକଲେ ମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ପ୍ର୍ରଫୁଲ୍ଲ ସାମଲ ।
ସାମଲ ବାବୁଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ ମିଶ୍ରବାବୁ । ପ୍ରଫୁଲ୍ଲଙ୍କ ବୟସ ବି ଦେଖିଲେନି । ଯାହା ପାଇଲେ ଗାଳି କରିଥିବା ଖବର ମିଳିଛି । ଯଦି ରିପୋର୍ଟ ନାହିଁ, ତେବେବୈଠକକୁ ଆସିବାର ଅର୍ଥ କଣ ବୋଲି ଦେବୀ ବିରକ୍ତ ହୋଇ କହିଲେ । ବାରମ୍ବାର ଦେବୀଇଂରାଜୀରେ ପଚାରୁଥାନ୍ତି  ଯେ  “ହ୍ୱାଟ୍ ‘ର ଉଇ ଆର୍ହିୟର?” କେବଳ ପଫୁଲ୍ଲ ଓ ଦେବୀଙ୍କ ମଧ୍ୟରେ ତୁତୁ ମେମେ ଚାଲିଲାନି । ଅନ୍ୟ ପର୍ଯ୍ୟବେକ୍ଷକବି ଦେବୀଙ୍କ ଆକ୍ରୋଶରୁ ବର୍ତ୍ତିଲେନି । ଦେବୀଙ୍କ ଆଟାକିଂ ମୁଡ୍ ଦେଖି ଯୁବ ବିଧାୟକ ତଥା ପର୍ଯ୍ୟବେକ୍ଷକ ପୁଷ୍ପେନ୍ଦ୍ର ସିଂହଦେଓ ଭୟରେ ବୈଠକ ବାହାରକୁଚାଲି ଆସିଲେ । ବାହାରକୁ ଆସି ନୂଆପଡା ବିଜେଡି ସଭାପତି ରାଜେନ୍ଦ୍ର ଢୋଲକିଆଙ୍କୁ ଫୋନ୍ କରି ୱାର୍ଡ କମିଟି ରିପୋର୍ଟ ଆଣିବାକୁ କହିଲେ । ସୌଭାଗ୍ୟ ବଶତଃ ଢୋଲକିଆ ବି ଭୁବନେଶ୍ୱରରେ ଥିଲେ । ଢୋଲକିଆ ନ ଆସିବା ଯାଏ ବୈଠକକୁ ଗଲେନି ପୁଷ୍ପେନ୍ଦ୍ର । ପାଖାପାଖି ଏକ ଘଣ୍ଟାର ଅପେକ୍ଷା ପରେଢୋଲକିଆ ରିପୋର୍ଟନେଇ ଆସିଲେ । ଯାହାକୁ ପାଇ ପୁଷ୍ପେନ୍ଦ୍ର ଆଶ୍ୱସ୍ତ ହେଲେ ।
ଅବଶ୍ୟ ଦେବୀ ଏବେ କ୍ଷମତାର ଏତେ ବଡ ପାହାଚ ଚଢି ଯାଇଛନ୍ତି ଯେଉଁଠୁ ତଳକୁ ଖସିବା ମୁସକିଲା । କ୍ଷମତା ନେଇ ତାଙ୍କ  ଆତ ୍ମବିଶ୍ୱାସ ବଢିଲା ଯେବେ ସେ ବିଜେଡି ଲୋକସଭା ସାଂସଦୀୟ ଦଳ ମୁଖ୍ୟ-ସଚେତକ ତଥାଗତ ସତପଥିଙ୍କୁ ନୁଁଆଇ ଦେଲେ । କାରଣ କିଛି ମାସ ତଳେ ହିନେ୍ଦାଳଠାରେ ଏକ ସାଧାରଣସଭାରେ ଦେବୀ ମିଶ୍ରଙ୍କୁ ଚୋର ବୋଲି କହିଥିଲେ ତଥାଗତ ।ଚୋର ବୋଲି ଦେବୀଙ୍କୁ ମନ୍ତ୍ରିମଣ୍ଡଳରୁ ନବୀନ ବିଦା କଲେବୋଲି ନିଜ ଭାଷଣରେ କହିଥିଲେ ତଥାଗତ । ଏହା ବିରୋଧରେ ନବୀନଙ୍କ ପାଖରେ ଫେରାଦ୍ ହୋଇଥିଲେ ଦେବୀ । ତଥାଗତଙ୍କୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରିଥିଲେ ନବୀନ । ଶେଷରେ ଦେବୀଙ୍କୁ କ୍ଷମା ମାଗିଥିଲେ ତଥାଗତଙ୍କ ପରି ନେତା ଯିଏମୁଣ୍ଡ ନୁଆଁଇବା କଥା ବିରଳ ।ଯେଉଁ ତଥାଗତ ଦଳୀୟ ନୀତି  ନେତାଙ୍କ
କାରନାମା ବିରୋଧରେ ସାଧାରଣରେ କହି ଛାତି ଫୁୁଲାଇ ଚାଲନ୍ତି, ଯାହାଙ୍କୁ ନବୀନ  କେବେ ବି କୈଫମତ୍ ମାଗିନଥିଲେ, ସେହି ତଥାଗତ, ଦେବୀଙ୍କ ଆଗରେ ନଇଁବା ଘଟଣା ବିଜେଡି ପାୱାର କରିଡରର ଅସଲ ଖେଳୱାଡ୍ଙ୍କ କାହାଣୀ ବୟାନ କରେ ।ହେଲେ ଦେବୀ ଭୁଲିବା କଥା  ନୁହେଁ ଯେ ଦିନେ  ବିଜେଡିରେ ନବୀନଙ୍କଠାରୁ ଅଧିକ କ୍ଷମତା ଥିବା ପ୍ୟାରୀ ବାବୁ କିପରି କଚାଡି ହୋଇ ପଡିଲେ ।  ଚର୍ଚ୍ଚା ହେଉଛି ଯେପରି ଦଶହରା ସପ୍ତାହରେ ଦଳର ବରିଷ୍ଠନେତାମାନଙ୍କୁ ଦୁର୍ବବ୍ୟବହାର କଲେ ଦେବୀ, ତାଙ୍କର ସେହି ଗର୍ବ ଓ ଅହଙ୍କାରକୁ ମାଆ ଦୁର୍ଗା ବିସର୍ଜନ କରିବେ!

ONA

Leave a Reply

Top