You are here
Home > ଲାଟେଷ୍ଟ > ତାଳଚେର ଉପଖଣ୍ଡରେ ସାଧାରଣତନ୍ତ୍ର ଦିବସ

ତାଳଚେର ଉପଖଣ୍ଡରେ ସାଧାରଣତନ୍ତ୍ର ଦିବସ

ତାଳଚେର: ତାଳଚେର ଉପଖଣ୍ଡର ୬୮ତମ ସାଧାରଣତନ୍ତ୍ର ଦିବସ ବେଶ୍ ହଷ୍ୱର୍ ଓ ଉଲ୍ଲାସର ସହ ତାଳଚେର ରାଜବାଟୀ ନିକଟସ୍ଥ ଷ୍ଟାଡିୟମ୍ଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ତାଳଚେର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ମୁଖ୍ୟ ଅତିଥି ତଥା ସ୍ୱେଚ୍ଛାସେବୀ କ୍ଷୀରୋଦ କୁମାର ସାହୁ ଯୋଗଦାନ କରି ସମ୍ମିଳିତ ପ୍ୟାରେଡ୍ ଓ ତାଳଚେରବାସୀଙ୍କୁ ଉଦ୍ବୋଧନ କରିଥିଲେ । ଉପଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଭାରତୀୟ ସମ୍ବିଧାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ସମ୍ବିଧାନର ନୀତି ନିୟମକୁ ପ୍ରତ୍ୟେକ ଭାରତୀୟ ଅନୁସରଣ କରିବା ଉଚିତ୍ ବୋଲି କହିଥିଲେ । ସେ ମଧ୍ୟ ଭାରତୀୟ ସମ୍ବିଧାନକୁ ଆମେ ସମସ୍ତେ ସମ୍ମାନ କରିବା ସହ ଭାରତୀୟ ଭାବେ ନିଜକୁ ଗର୍ବ ଅନୁଭବ କରିବା ଉଚିତ୍ ବୋଲି କହିଥିଲେ ।
    ଏହି ସମ୍ମିଳିତ ପ୍ୟାରେଡ୍ରେ ୩୧ଟି ଦଳ ଅଂଶଗ୍ରହଣ କରିଥିଲେ । ଚିତାକର୍ଷିକ ପ୍ୟାରେଡ ପ୍ରଦର୍ଶନ କରିଥିବା ୩୧ଟି ଦଳ ମଧ୍ୟରୁ ୧୫ଟି ଦଳ ଯଥା- ତାଳଚେର କଲେଜ ଏନ୍ସିସି ଦଳ, ଯୁବରାଜ ହାଇସ୍କୁଲ ଏନ୍ସିସି ଦଳ, ସେଂଟ୍ ଜୋନ୍ସ ଦଳ ପ୍ରମୁଖ ପୁରସ୍କୃତ ହୋଇଥିଲେ । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ୭୪ ଜଣ କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ଉପଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ସମ୍ମାନନୀୟ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ସାଧାରଣତନ୍ତ୍ର ଦିବସ ଅବସରରେ ମଧ୍ୟ ବିଭିନ୍ନ ସ୍କୁଲର ୪ଟି ଦଳ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
    ଏହି ସାଧାରଣତନ୍ତ୍ର ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନ, ଡେପୁ୍ୟଟି କଲେକ୍ଟର ଦାରିଦ୍ର୍ୟଭଞ୍ଜନ ମଦନମୋହନ ପାତ୍ର, ଏସ୍ଡିପିଓ ହେମନ୍ତ କୁମାର ପଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିତ୍ୟାନନ୍ଦ ସାହୁ, ଡେପୁ୍ୟଟି କଲେକ୍ଟର ରଶ୍ମିତା ନାଥ, ସିଡିଆଇ ନିରଞ୍ଜନ ନାୟକ, ଅନିଲ କୁମାର ବେହେରା, ଜ୍ୟୋତିବନ୍ଦନା ସାହୁ, ହୃଦାନନ୍ଦ ସାହୁ ପ୍ରମୁଖ ପରିଚାଳନା କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରିଥିଲେ ।
    ଏହି ଅବସରରେ ଏମ୍ସିଏଲ୍ ଲିଙ୍ଗରାଜର ଆଶାକିରଣ ମହିଳା ମଣ୍ଡଳ ଦ୍ୱାରା ମଣ୍ଡାପାଳ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳବଣ୍ଟନ କରାଯାଇଥିଲା । ସେମାନେ ମଧ୍ୟ ଉପଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତାଳଚେର ସବ୍ଜେଲ୍ର ଅନ୍ତେବାସୀଙ୍କୁ ବିଭିନ୍ନ କ୍ରୀଡ଼ା ସାମଗ୍ରୀ ଓ ବାଦ୍ୟଯନ୍ତ୍ର ପ୍ରଦାନ କରିଥିଲେ । ସେହିପରି ଏମ୍ସିଏଲ୍ ଅଧିକାରୀମାନେ ମଧ୍ୟ ସବ୍ଜେଲ୍ର ଅନ୍ତେବାସୀଙ୍କୁ କମ୍ପୁ୍ୟଟର ପ୍ରଦାନ କରିବା ହୋଇଥିଲେ । ପ୍ରତୁ୍ୟଷରେ ସୂଚନା ଓ ଲୋକସମ୍ପର୍କ ବିଭାଗ ରାମ୍ଧୂନ୍ ପରିବେଶଣ କରିଥିଲା । ସକାଳେ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅପରାହ୍ଣରେ ଉପଖଣ୍ଡ ପ୍ରଶାସନ ଏବଂ ମନେପକା ସାହିତ୍ୟ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

ONA

Leave a Reply

Top