You are here
Home > ଲାଟେଷ୍ଟ > ତଲଓ୍ଵାର ଦମ୍ପତ୍ତି ଦୋଷ ମୁକ୍ତ

ତଲଓ୍ଵାର ଦମ୍ପତ୍ତି ଦୋଷ ମୁକ୍ତ

ଆହ୍ଲାବାଦ: ବହୁଚର୍ଚ୍ଚିତ ଆରୁଷି-ହେମରାଜ ହତ୍ୟା ମାମଲାରେ ଆହ୍ଲାବାଦ ହାଇକୋର୍ଟ ପ୍ରମାଣ ଅଭାବରୁ ରାଜେଶ ଓ ନୁପୁର ତଲଓ୍ଵାରଙ୍କୁ ଦୋଷମୁକ୍ତ କରିଛନ୍ତି। ତଲଓ୍ଵାତ ଦମ୍ପତ୍ତି ସିବିଆଇ କୋର୍ଟର ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଅପିଲ କରିଥିଲେ। ୨୦୧୩ ନଭେମ୍ବର ୨୬ରେ ସିବିଆଇ କୋର୍ଟ ତଲଓ୍ଵାର ଦମ୍ପତ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।  ତଲଓ୍ଵାର ଦମ୍ପତି ଏହି ସମୟରେ ଗାଜିଆବାଦର ଡାସନା ଜେଲରେ ସଜା କାଟୁଥିଲେ। କୋର୍ଟର ଏହି ନିଷ୍ପତ୍ତି ପରେ ତଲଓ୍ଵାର ଦମ୍ପତ୍ତିଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି। ଏହି ଶୁଣାଣି ସମୟରେ ଦମ୍ପତ୍ତି ଭାବୁକ ହୋଇପଡ଼ିଥିଲେ।  ହାଇକୋର୍ଟ କହିଛନ୍ତି ଯେ ସନ୍ଦେହ ଅାଧାରରେ ତ ସୁପ୍ରିମକୋର୍ଟ ମଧ୍ୟ ଏମିତି ସଜା କେବେ ଦେଇ ନାହିଁ। ସିବିଅାଇ ତଦନ୍ତରେ ଅନେକ ତ୍ରୁଟି ରହିଛି। ସନ୍ଦେହ ଅାଧାରରେ ତଲଓ୍ଵାର ଦମ୍ପତ୍ତିଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ଜଜ ବିଚାରପତି ଏକେ ମିଶ୍ରା ଏହି ମାମଲାର ଶୁଣାଣି କରିଛନ୍ତି।  ଆହ୍ଲାବାଦ ହାଇକୋର୍ଟର ତଲଓ୍ଵାର ଦମ୍ପତ୍ତିଙ୍କ ଯାଚିକା ୨୦୧୬ ସେପ୍ଟେମ୍ବରରୁ ଜାରି ରହିଥିଲା। ୨୦୧୭ ଜାନୁଆରୀ ୧୧ରେ ଏହି ମାମଲାର ଶୁଣାଣି ପୁରା ହୋଇଥିଲା।  ହାଇକୋର୍ଟର ୨୦୧୭ ଅକ୍ଟୋବର ୧୨ରେ ଏହି ବହୁ ଚର୍ଚ୍ଚିତ ମାମଲାର ନିଷ୍ପତ୍ତି ଶୁଣାଇବା ପାଇଁ ତାରିଖ ନିର୍ଦ୍ଧାରିତ କରିଥିଲେ।  ହାଇକୋର୍ଟ ସନ୍ଦେହର ଲାଭ ଦେଇ ତଲଓ୍ଵାର ଦମ୍ପତ୍ତିକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟର ନିର୍ଣ୍ଣୟ ଶୁଣିବା ପରେ  ଅାରୁଷିର ପିତା ମାତା ଭାବୁକ ହୋଇ ପଡ଼ିଥିଲେ। ନିର୍ଣ୍ଣୟ ଅାସିବା ପୂର୍ବରୁ ତଲଓ୍ଵାର ଦମ୍ପତ୍ତି ବହୁତ ମାନସିକ ଚାପରେ ଥିଲେ।  ଗାଜିଅାବାଦର ଡାସନା ଜେଲରେ ବନ୍ଦ ରାଜେଶ ଓ ନୁପୁର ତଲଓ୍ଵାରଙ୍କୁ ରାତିରେ ନିଦ ଅାସିନଥିଲା।  ଦୁହେଁ ସକାଳେ ଜଳଖିଅା ମଧ୍ୟ ଖାଇନଥିଲେ। କୁହାଯାଉଛି ଯେ ସକାଳେ ସ୍ଵାସ୍ଥ୍ୟ ପରୀକ୍ଷା ସମୟରେ ଦୁହିଁଙ୍କ ରକ୍ତଚାପ ବହୁତ ବଢ଼ିଯାଇଥିଲା। 
ONA

Leave a Reply

Top