You are here
Home > Breaking News > ତଦନ୍ତ କମିଶନ ନେଇ ବିଜ୍ଞପ୍ତି ଜାରି କଲେ ସରକାର

ତଦନ୍ତ କମିଶନ ନେଇ ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର, ୧୪ା୦୬ା୨୦୧୮: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ସରକାର ବିଚାର ବିଭାଗୀୟ ତଦନ୍ତ ଘୋଷଣା କରିବା ପରେ ଗୁରୁବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏଥିସହ କମିଶନ କେଉଁ ବିଷୟରେ ତଦନ୍ତ କରିବେ ଓ କେବେ ରିପୋର୍ଟ ଦେବେ ସେ ବିଷୟରେ ନିର୍ଦ୍ଧାରଣ କରାଯାଇଛି । ଚାବି ନମିଳିବା ନେଇ କେଉଁ ଗୋଷ୍ଠୀ ବା ବ୍ୟକ୍ତି ଦାୟୀ ସେ ସଂପର୍କରେ ଅନୁଧ୍ୟାନ କରିବେ । କେହି ନିର୍ଦ୍ଦିଷ୍ଟ ବ୍ୟକ୍ତି ଦାୟୀ କି ନାହିଁ ତାହା ଅନୁଧ୍ୟାନ କରିବେ । କେଉଁ କାରଣ ପାଇଁ ଚାବି ହଜିଲା, କେଉଁ ପରିସ୍ଥିତିରେ ଚାବି ହଜିଲା, କେଉଁ ପରିସ୍ଥିତିରେ ଚାବି ମିଳିଲା ତାହା ତଦନ୍ତ ହେବ । ଚାବି ନମିଳିବା ନେଇ କେଉଁ ବ୍ୟକ୍ତି ବା ଗୋଷ୍ଠୀ ଦାୟୀ ସେ ବିଷୟରେ ମଧ୍ୟ କମିଶନ ଅନୁଧ୍ୟାନ କରିବେ । ଏଥିସହ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ କମିଶନ ତାଙ୍କ ପରାମର୍ଶ ଦେବେ । ତିନିମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।

ONA

Leave a Reply

Top