You are here
Home > ଲାଇଫ୍ ଷ୍ଟାଇଲ୍ > ଡେଟିଂ ଓ କୁପ୍ରଭାବ

ଡେଟିଂ ଓ କୁପ୍ରଭାବ

ଆଜିକାଲି କିଶୋରାବସ୍ଥାରେ  ପୁଅ ଝିଅମାନେ ଡେଟିଂ ଯିବା ଏକ ସାଧାରଣ କଥା ହୋଇଗଲାଣି । କିଶୋରାବସ୍ଥାରେ ଥିବାରୁ ସେମାନଙ୍କୁ ଏସବୁ କରିବାକୁ ଭଲ ଲାଗିଥାଏ । ହେଲେ ସେମାନେ ଜାଣିନଥାନ୍ତି ଯେ, ଏହାଦ୍ୱାରା ସେମାନଙ୍କ ସମୟ ସହ କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇଥାଏ । ଉପଯୁକ୍ତ ମାର୍ଗଦର୍ଶନ, କୁସଙ୍ଗରୁ ସେମାନେ ଏଭଳି କିଛି ଭୁଲ ନିଷ୍ପତ୍ତି ନେଇଥାନ୍ତି ।
କିଶୋରବସ୍ଥା ବହୁତ ସମ୍ବେଦନଶୀଳ । ଏହି ସମୟରେ କିଶୋରମାନେ ସବୁକିଛି ଶୀଘ୍ର ଶୀଘ୍ର ଜାଣିବାକୁ ଚାହାନ୍ତି । ୧୨ରୁ ୧୮ ବର୍ଷ ବୟସ ମଧ୍ୟରେ ମାନସିକ, ଶାରୀରିକ ଓ ଭାବନାତ୍ମକ ବିକାଶ ହୋଇଥାଏ । ଆଜିର ସମୟରେ ଡେଟିଂକୁ ଗ୍ଲାମର କରି ଦିଆଯାଇଛି । ତେଣୁ କିଶୋରମାନେ ଡେଟିଂ କହିଲେ ରୋମାନ୍ସ ବା ଯୌନ ସମ୍ପର୍କକୁ ହିଁ ବୁଝୁଛନ୍ତି । କିନ୍ତୁ ବାସ୍ତବରେ ତାହା ଏ ଦୁଇଟିରୁ କୌଣସିଟି ବି ନୁହେଁ । କୁସଙ୍ଗରେ ପଡି କିଶୋରମାନେ ଏହାକୁ ଖୁବ ହାଲକା ଭାବେ ନିଅନ୍ତି । ଇଣ୍ଟରନେଟରେ ଚାଟିଂ କରିବା ବି ସେମାନଙ୍କର ସଉକ ପାଲଟିଛି ।
କିଶୋରଙ୍କ ପରିପକତ୍ୱ ସେମାନଙ୍କ ବିକାଶ ଉପରେ ନିର୍ଭର କରିଥାଏ । ଯଦି ଠିକଭାବେ ବିକଶିତ ହୁଏ, ତେବେ ସେମାନେ ସୁସ୍ଥ ରହିପାରିବେ । ଆସନ୍ତୁ ଜାଣିବା, କିଶୋରଙ୍କ ଉପରେ ଡେଟିଂର  କଣ ସବୁ କୁପ୍ରଭାବ ରହିଛି ।
-କିଶୋର ସାଧାରଣତଃ ଡେଟିଂକୁ ଏକ ଫ୍ୟାଶନ ବା ରୋମାଞ୍ଚକର କଥା ଭଳି ଦେଖୁଛନ୍ତି । ଏହି କାରଣରୁ ସେମାନେ ଭୁଲବାଟରେ ଯିବାକୁ ପଛାଉନାହାନ୍ତି । ଡେଟିଂ ପ୍ରକୃତରେ ପୁଅଝିଅଙ୍କୁ ଜାଣିବାର ସୁଯୋଗ ଦେଇଥାଏ । ରୋମାନ୍ସ ପାଇଁ ନୁହେଁ ।
-ଡେଟିଂ ବେଳେ କିଶୋର କିଶୋରୀ ପରସ୍ପର ପ୍ରେମରେ ପଡିଯାଆନ୍ତି । କିନ୍ତୁ ପ୍ରକୃତରେ ଏହା ପ୍ରେମ ନୁହେଁ, ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ । ଯେତେବେଳେ ସାମାନ୍ୟ କଥାକୁ ନେଇ ଉଭୟଙ୍କ ଭିତରେ ଟିକିଏ କି ମତଭେଦ ହୁଏ, ସେତେବେଳେ ଏଭଳି ପ୍ରେମ ତୁଟିଯାଏ । ଫଳରେ ସେମାନେ ମାନସିକ ଭାରାକ୍ରାନ୍ତ ବା ଅବସାଦପ୍ରାପ୍ତ ହୋଇଥାନ୍ତି । ଏଥିପ୍ରତି ସତର୍କ ରହିବା ଆବଶ୍ୟକ ।
-ଅନେକ ଥର କିଶୋରମାନେ ସାଙ୍ଗସାଥୀଙ୍କ  କଥାରେ ପଡି ଡେଟିଂରେ ଯାଆନ୍ତି । ସେମାନେ ଭାବିନିଅନ୍ତି ଯେ, ଏପରି ନକଲେ ସେମାନେ ଅନ୍ୟ ସାଙ୍ଗମାନଙ୍କଠାରୁ ପଛରେ ପଡିଯଆନ୍ତି । ଯାହା ଆଦୌ ଠିକ ନୁହେଁ ।
-କିଶୋର ବୟସରେ ଆଜିକାଲି ପୁଅଝିଅମାନେ ଇଣ୍ଟରନେଟରେ ଚାଟିଂକରିବା ସହ ସେମାନେ ସାଥୀ ଖୋଜନ୍ତି । ପୁଣି ଇଣ୍ଟରନେଟରେ ଏଭଳି କେତେକ କଥା ଥାଏ, ଯାହାର ସତ୍ୟତା ନଜାଣି ନିଜ ଜୀବନରେ ପ୍ରୟୋଗ କରିବାରେ ଲାଗିପଡନ୍ତି । ଭବିଷ୍ୟତରେ ଏହାଦ୍ୱାରା ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ।
-ଡେଟିଂକୁ ନେଇ ମନ ଭିତରେ କୌଣସି ପ୍ରକାର ହୀନଭାବନା ବା ସଂଶୟ ରଖିବା ଉଚିତ ନୁହେଁ । ଏହା ସେମାନଙ୍କୁ ଆଗକୁ ବଢିବାରେ ରୋକିଥାଏ । କିଶୋରକିଶୋରୀମାନେ ନିଶ୍ଚିତ ହେବା ଆବଶ୍ୟକ ଯେ, ଡେଟିଂ କେବଳ ପରସ୍ପରକୁ ଜାଣିବାର ଏକ ଉପାୟ, ଅନ୍ୟ କିଛି ନୁହେଁ ।

ONA

Leave a Reply

Top