You are here
Home > କ୍ରାଇମ୍‍ > ଡାକ୍ତର ଓ ନର୍ସଙ୍କ ଆନ୍ଦୋଳନ ଲାଗି ଚାଲିଗଲା ୧୪ ଜୀବନ

ଡାକ୍ତର ଓ ନର୍ସଙ୍କ ଆନ୍ଦୋଳନ ଲାଗି ଚାଲିଗଲା ୧୪ ଜୀବନ

ଝାରଖଣ୍ଡ,: ଡାକ୍ତର ଓ ନର୍ସଙ୍କ ଅଚାନକ ଆନ୍ଦୋଳନ ଯୋଗୁ ୧୪ ଜଣ ରୋଗୀଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରଖଣ୍ଡରେ । ରିପୋର୍ଟ ଅନୁସାରେ, ଝାରଖଣ୍ଡରେ ରହିଛି ରିମ୍ସ(ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ) । ଶୁକ୍ରବାର ଜଣେ ରୋଗୀ ସେଠାକୁ ଚିକିତ୍ସା ହେବାକୁ ଆସିଥିଲେ । ତେବେ ସେଠାରେ ଡ୍ୟୁଟି କରୁଥିବା ନର୍ସ ଗୀତା ଦେବୀ ତାଙ୍କୁ ଏକ ଇଞ୍ଜକ୍ସନ ଦେବା ପରେ ଅଚାନକ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ହସପିଟାଲରେ ଉତ୍ତେଜନା ଦେଖାଦେଇଥିଲା । ଚିକିତ୍ସାରେ ଅବହେଳା ଦର୍ଶାଇ ମୃତକଙ୍କ ପରିବାର ଲୋକେ ନର୍ସଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ଏହାର ପ୍ରତିବାଦରେ କାର୍ଯ୍ୟବନ୍ଦ ଡାକରା ଦିଆଯାଇଥିଲା । ତେଣୁ ମେଡିକାଲକୁ ଆସୁଥିବା ନୂତନ ରୋଗୀଙ୍କୁ ଆଉ ଭର୍ତ୍ତି କରାଯାଇନଥିଲା । ଏପରିକି ପୂର୍ବରୁ ଥିବା ରୋଗୀଙ୍କୁ ଆଉ ଚିକିତ୍ସା ବି କରାଯାଇନଥିଲା କି’ ମେଡିସିନ ବି ଦିଆଯାଇନଥିବା ଜଣାପଡିଛି । ଫଳସ୍ୱରୂପ ୧୪ଜଣ ରୋଗୀ ଏବେ ଆଖି ବୁଜିଛନ୍ତି । ଘଟଣାଟି ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମେତ ଶାସନ ସଚିବ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡିଛି ।

ONA

Leave a Reply

Top