You are here
Home > ଲାଟେଷ୍ଟ > ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନେବେ ନବୀନ

ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନେବେ ନବୀନ

ଭୁବନେଶ୍ୱର: ପୁଣି ଆକ୍ସନ ମୁଡକୁ ଆସିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘଦିନ ଧରି ନିଜ ଦଳର କର୍ମୀଙ୍କ ଦ୍ୱାରା ବିରୋଧର ସମ୍ମୁଖୀନ ହେଉଥିବା ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲାକୁ ଟାର୍ଗେଟ କରିଥିଲେ । ସାଂସଦଙ୍କ ଏଭଳି ଆଭିମୁଖ୍ୟ ତାଙ୍କୁ ଏବେ ଅଡୁଆରେ ପକାଇଛି । ଏପରିକି ଦାମଙ୍କ ଦଶା ମଧ୍ୟ ଭେଗିପାରନ୍ତି ବୈଜୟନ୍ତ । ବୈଜୟନ୍ତଙ୍କ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଦଳ ପକ୍ଷରୁ ଖୁବ୍ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ସମ୍ଭାବନା ରହିଛି । ଏନେଇ ପରୋକ୍ଷରେ ଶୁକ୍ରବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ସାଂସଦଙ୍କ ମନ୍ତବ୍ୟର ଆଜି ଜବାବ ଦେଇ ନବୀନ କହିଛନ୍ତି, ଯେଉଁ ସମୟରେ କିଛି ପ୍ରସଙ୍ଗ ନଥାଏ, ସେତେବେଳେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ୍ କରନ୍ତି । ଏବେ ନବୀନ ରାଜ୍ୟର ବିକାଶ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ବିଜେଡି ସବୁବେଳେ ବିକାଶ ମୂଳକ କାମ କରି ଆସୁଥିବା ବେଳେ ଓଡ଼ିଶାବାସୀ ବିଜେଡିର ବିକାଶମୂଳକ କାମକୁ ଭଲ ଭାବେ ଜାଣନ୍ତି । ବୈଜୟନ୍ତଙ୍କୁ ପରୋକ୍ଷରେ ଇଙ୍ଗିତ କରି ମୁଖ୍ୟମନ୍ତ୍ରୀ ଏପରି ପ୍ରତିକ୍ରିୟା ଦେଇଛନ୍ତି । ଏହାସହ ଆଗୁଆ ବିଧାନସଭା ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଗୁରୁବାର ନିଶ୍ଚିନ୍ତକୋଇଲି ବୁହାଲୋରେ ଏକ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ ପାଇଁ ବିଜେଡିର ଏକ ଗୋଷ୍ଠୀ ବିରୋଧ କରିଥିଲେ । କଡା ସୁରକ୍ଷା ମଧ୍ୟରେ ସାଂସଦ ବୈଜୟନ୍ତ ପଣ୍ଡା ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ଅବସରରେ ବୈଜୟନ୍ତ ସିଧାସଳଖ ତୃତୀୟ ମହଲାର ସରକାରୀ ବାବୁ ମାମନଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେଉଁ ସରକାରୀ ଅଧିକାରୀମାନେ ନିଜ କର୍ତ୍ତବ୍ୟର ଲକ୍ଷ୍ମଣ ରେଖାକୁ ଭୁଲି ରାଜନୀତିର ଦଳୀୟ କାର୍ଯ୍ୟରେ ସାମିଲ ହେଉଛନ୍ତି ସେମାନଙ୍କୁ ସମ୍ମାନ ଦେବା ଉଚିନ ନୁହେଁ ବୋଲି ବୈଜୟନ୍ତ କହିଥିଲେ ।

ONA

Leave a Reply

Top