You are here
Home > ଏଣ୍ଟରଟେନମେଣ୍ଟ > ଠଗସ୍୍ ଅଫ୍୍ ହିନ୍ଦୁସ୍ଥାନ

ଠଗସ୍୍ ଅଫ୍୍ ହିନ୍ଦୁସ୍ଥାନ

ଦଙ୍ଗଲର ସଫଳତା ପରେ ଏବେ ନିଜ ପରବର୍ତ୍ତୀ ଫିଲ୍ମର କାମ ଆରମ୍ଭ କରି ଦେଲେଣି ବଲିଉଡର ମିଷ୍ଟର ପରଫେକସନନିଷ୍ଟ ଅର୍ଥାତ ଆମୀର ଖାନ୍୍ । ଏହି ଫିଲ୍ମଟି ହେଉଛି ଠଗସ୍୍ ଅଫ୍ ହିନ୍ଦୁସ୍ତାନ । ନିକଟରେ ଏହାର ଫାଷ୍ଟ ଲୁକ ରିଲିଜ ହୋଇଛି । ଖୁବ କମ ଦିନ ମଧ୍ୟରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି । ଏଥିରେ ଆମିର ବହୁତି ଦାଢି ରଖି ମୁଣ୍ଡରେ ପଗଡି ବାନ୍ଧିଥିବା ଦେଖିବାକୁ ମିଳିଛି । ଫିଲ୍ମରେ ଆମୀରଙ୍କ ସହ ନଜର ଆସିବେ ବିଗ ବି ଅମିତାଭ ବଚ୍ଚନ । ଫିଲ୍ମର କାମ ଆରମ୍ଭ ହୋଇଥିଲ ବି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଏହାର ସୁଟିଂ ଆରମ୍ଭ ହେବ । ୟେଶ ରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି ଧୁମର ନିଦେ୍ର୍ଦଶକ ବିଜୟ କ୍ରିଷ୍ଣା ଆଚାର୍ଯା ଫିଲ୍ମଟି ନିର୍ମାଣ କରାଯାଉଛି । ତେବେ ଶୁଣିବାକୁ ମିଳୁଛି ଯେ, ଫିଲ୍ମରେ ଆମୀରଙ୍କ ବିପକ୍ଷରେ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦେଖିବାକୁ ମିଳିବ । ୨୦୧୮ ଦୀପାବଳିରେ ଫିଲ୍ମ ରିଲିଜ ପାଇଁ ସ୍ଥିର ହୋଇଛି ।

ONA

Leave a Reply

Top