You are here
Home > ଲାଟେଷ୍ଟ > ଟ୍ରିବୁନାଲ ଗଠନ ଦାବି କଲେ ସାଂସଦ ଭର୍ତ୍ତୃହରି

ଟ୍ରିବୁନାଲ ଗଠନ ଦାବି କଲେ ସାଂସଦ ଭର୍ତ୍ତୃହରି

ଅଗଷ୍ଟ: ଲୋକସଭାରେ ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଆଜି ଶୂନ୍ୟ କାଳରେ ସେ ପ୍ରସଙ୍ଗ ଉଠାଇ ମହାନଦୀର ସମାଧାନ ପାଇଁ ଟ୍ରିବୁନାଲ ଗଠନ କରିଯାଉ ବୋଲି ସଂସଦରେ ଦାବି କରିଛନ୍ତି । କେନ୍ଦ୍ର ସରକାର ମଧ୍ୟ ଟ୍ରିବୁନାଲ ଗଠନ କରିବାରେ ବିଳମ୍ବ କରିଛି ବୋଲି ଭର୍ତ୍ତୃହରି ଅଭିଯୋଗ କରିଛନ୍ତି । ଗୃହର ମଧ୍ୟଭାଗରେ ଏହି ମାମଲା ନେଇ ନାରାବାଜି ହେବାରୁ ଲୋକସଭା ଦିନ ୨ଟା ୧୫ ପର୍ୟ୍ୟନ୍ତ ମୁଲତବୀ ରଖାଯାଇଥିଲା । ମହାନଦୀରେ ଛତିଶଗଡର ବେଆଇନ ପ୍ରକଳ୍ପ ନିର୍ମାଣ ଯୋଗୁ ମୌସୁମିରେ ଜଳସଙ୍କଟ ଦେଖାଦେଇଛି । ମହାନଦୀର ସବୁ ଜଳକୁ ଅଟକ ରଖୁଛି ଛତିଶଗଡ । ତେଣୁ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଟ୍ରିବୁନାଲ ଗଠନ କରିବା ଏବଂ ଛତିଶଗଡ ପ୍ରକଳ୍ପ ବନ୍ଦ କରିବାକୁ ସେ ସଭାରେ ଦାବି କରିଛନ୍ତି । ଅନ୍ୟପଟେ ନୂଆଦିଲ୍ଲୀର ଯନ୍ତରମନ୍ତର ଠାରେ ମହାନଦୀ ବଞ୍ଚାଅ ଅଭିଯାନ ଗଣଧାରଣାର ତୃତୀୟ ଦିବସରେ ଗୁରୁବାର ମହାନଦୀ ତାତି ଜୋର ଧରିଛି । ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାର ଓଡ଼ିଶାର ନାର୍ୟ୍ୟ ଦାବିକୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରି  ଉଭୟ ସଂସଦ ଭିତରେ ଓ ପ୍ଲା କାର୍ଡ ଧରି ସଂସଦ ବାହାରେ ହୋ ହଲ୍ଲା କରିଛନ୍ତି ସାଂସଦମାନେ ।
ONA

Leave a Reply

Top