You are here
Home > ଲାଟେଷ୍ଟ > ଟ୍ରିପଲ ତଲାକ ଉପରେ ସ୍ଥଗିତାଦେଶ

ଟ୍ରିପଲ ତଲାକ ଉପରେ ସ୍ଥଗିତାଦେଶ

♦ ଆଇନ୍ ଆଣିବାକୁ କେନ୍ଦ୍ରକୁ ନିର୍ଦେଶ
♦ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଟ୍ରିପଲ ତଲାକକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । କୋର୍ଟ ୬ ମାସ ପାଇଁ ଟ୍ରିପଲ ତଲାକ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି । ଏହାସହ ଟ୍ରିପଲ ତଲାକ ରୋକିବା ପାଇଁ ସରକାର ଯଥାଶୀଘ୍ର ନୂତନ ଆଇନ୍ ଆଣିବାକୁ କୋର୍ଟ କହିଛନ୍ତି । ମୁଖ୍ୟ ବିଚାରପତି ଖେହେର କରିଛନ୍ତି ଟ୍ରିପଲ ତଲାକ ସମ୍ବିଧାନର ଧାରା ୧୪, ୧୫, ୨୧ ଓ ୨୫ର ବିରୁଦ୍ଧାଚରଣ କରୁନାହିଁ । ଏହାସତ୍ତ୍ୱେ ବି ଟି୍ରପଲ ତଲାକ ସାମ୍ବିଧାନିକ ନୁହେଁ । କୋର୍ଟଙ୍କ ନିର୍ଦେଶ ପରେ ମଙ୍ଗଳବାର ଠାରୁ ୬ ମାସ ପର୍ଯ୍ୟନ୍ତ କୌଣସି ମୁସଲିମ୍ ମହିଳାଙ୍କୁ ତିନିଥର ତଲାକ କହି କେହି ଛାଡିପାରିବେ ନାହିଁ ।
  ଗତ ମେ ମାସ ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା । ଏହାପରେ  ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ । କେନ୍ଦ୍ର ସରକାର ଏହି ମାମଲାରେ ତାଙ୍କର ପକ୍ଷ ରଖି ତିନି ତଲାକ ପ୍ରଥାକୁ ଅସାମ୍ବିଧାନିକ ବୋଲି ଦର୍ଶାଇବା ସହ ଏହାର ପରିସମାପ୍ତି ପାଇଁ ଅନୁରୋଧ କରିଥିଲେ । ଶେଷ ଥର ପାଇଁ ଗତ ମେ  ୧୮ରେ ଶୁଣାଣି ହୋଇ ରାୟ ସଂରକ୍ଷିତ ରହିଥିଲା । ତେବେ ଏହି ୫ଜଣିଆ ଖଣ୍ଡପୀଠ ରେ ବିଭିନ୍ନ ଧର୍ମ ସମ୍ପ୍ରଦାୟ ତଥା ଶିଖ, ଖ୍ରୀଷ୍ଟିଆନ୍,ପାର୍ସି, ହିନ୍ଦୁ ଏବଂ ମୁସଲିମ ଧର୍ମର ବିଚାରପତିଙ୍କୁ ସାମିଲ କରାଯାଇଥିଲା । ମୁଖ୍ୟ ବିଚାରପତି ଜେଏସ୍ କେହେରଙ୍କ ଅଧ୍ୟକ୍ଷତାରେ ଏହି ୫ଜଣିଆ ବେଞ୍ଚ ଗଠନ କରାଯାଇଥିଲା । ଏହି ମାମଲା ସମ୍ପର୍କରେ ୭ଟି ଆବେଦନ ଆସିଥିଲା । ତେବେ ୫ଟି ଆବେଦନ ମୁସଲିମ ମହିଳାଙ୍କ ପକ୍ଷରୁ  ଆସିଥିଲା । ୨୦୧୬ରେ ଉତ୍ତରାଖଣ୍ଡରେ ରହୁଥିବା ସାଏରା ବାନୋ ପ୍ରଥମ ମହିଳା ଭାବେ ଟ୍ରିପଲ ତଲାକ, ବହୁବିବାହ ଓ ନିକାହ ହଲାଲ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ ।
 ଆବେଦନରେ ତିନ୍ ତଲାକ ବ୍ୟବସ୍ଥାକୁ ଅସାମ୍ବିଧାନିକ ଘୋଷଣା କରିବା ପାଇଁ ଆବେଦନ କରାଯାଇଥିଲା  । ତେବେ ଶୁଣାଣି ବେଳେ ଏହି ଟ୍ରିପଲ ତଲାକ ବ୍ୟବସ୍ଥା ଅତ୍ୟନ୍ତ କୁତ୍ସିତ ପ୍ରଥା ବୋଲି କୋର୍ଟ ଅନୁଭବ କରିଥିଲେ ।
  ସୁପ୍ରିମକୋର୍ଟଙ୍କ ରାୟ ସମ୍ପର୍କରେ ମତ
ମୁସଲମାନ ସମାଜରେ ପ୍ରଚଳିତ ତିନି ତଲାକ ବ୍ୟବସ୍ଥାକୁ ନେଇ ଦୀର୍ଘ ଦିନ ହେବ  ଟଣାଘୋଷରା ଲାଗିଥିଲା ବେଳେ ମଙ୍ଗଳବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ  ଅସାମ୍ବିଧାନିକ ଘୋଷଣା କରିଛନ୍ତି । ଏନେଇ ବିଭିନ୍ନ ମତ ପ୍ରକାଶ ପାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନ୍ୟବର କୋର୍ଟଙ୍କ ଏହି ରାୟ ଐତିହାସିକ ବୋଲି କହିଛନ୍ତି । ଏହା ମୁସଲମାନ ମହିଳାମାନଙ୍କୁ ସମାନତା ପ୍ରଦାନ କରିଛି ଏବଂ ମହିଳା ସଶକ୍ତିକରଣ ପାଇଁ ଏହା ଏକ ଶକ୍ତିଶାଳି ଉପାୟ ବୋଲି ମୋଦି କହିଛନ୍ତି ।
 ଅମିତ ଶାହ: ତିନ୍ ତଲାକ ଉପରେ ସୁପ୍ରିମକୋର୍ଟଙ୍କ ରାୟ ମୁସଲମାନ ମହିଳାଙ୍କର   ସ୍ୱାଭିମାନ ପୂର୍ଣ୍ଣ ସମାନତାର ଏକ ନୂତନ ଯୁଗର ଆରମ୍ଭ ବୋଲି ଅମିତ ଶାହ କହିଛନ୍ତି ।
ସାଜିଆ ଇଲମି: ବିଜେପି ନେତ୍ରୀ ସାଜିଆ ଇଲମିଙ୍କ ମତରେ ତିନ୍ ତଲାକ୍ ପ୍ରଥା ହେଉଛି କୋରାନ୍ ବିରୋଧୀ, ସମ୍ବିଧାନ ବିରୋଧୀ ଏବଂ ମାନବିକତା ବିରୋଧୀ । ।
ମେନକା ଗାନ୍ଧି: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି କହିଛନ୍ତି ଯେ, ଏହା  ଏକ ଭଲ ବିଚାର  । ଲିଙ୍ଗଗତ ସମାନତା ଏହା ଏକ ଉଦାହରଣ  ।
ବିଜୟ ଗୋଏଲ: ଏକ ଖରାପ ସମୟର ଅନ୍ତଃ ଘଟିଲା ବୋଲି କ୍ରୀଡାମନ୍ତ୍ରୀ ବିଜୟ ଗୋଏଲ ମତ ରଖିଛନ୍ତି ।
ଶିବରାଜ ସିଂ ଚୌହାନ୍: ତିନ୍ ତଲାକ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆଧୁନିକତାର ଏକ ଚିହ୍ନ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମତ ଦେଇଛନ୍ତି ।
ଯୋଗୀ ଆଦିତ୍ୟନାଥ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟକୁ ମୁଁ ସ୍ୱାଗତ କରୁଛି । ଏହି ରାୟ ଜରିଆରେ ମୁସଲମାନ ମହିଳାଙ୍କୁ ଉଚିତ ନ୍ୟାୟ ମିଳିଛି ।

ONA

Leave a Reply

Top