You are here
Home > ଲାଟେଷ୍ଟ > ଟ୍ରଲିରେ ଶବ ବୁହା ଘଟଣା: ମେଡିକାଲରେ ଏଡିଏମ ଓ ଉପଜିଲ୍ଲାପାଳ

ଟ୍ରଲିରେ ଶବ ବୁହା ଘଟଣା: ମେଡିକାଲରେ ଏଡିଏମ ଓ ଉପଜିଲ୍ଲାପାଳ

ବାଲେଶ୍ୱର: ଦାନମାଝୀର ଶବବୁହା ଘଟଣା, ସାରା ବିଶ୍ୱରେ ହଇଚୟୀ ସୃଷ୍ଟି କରିଥିଲା । ପୁନଶ୍ଚ ଏଭଳି ଘଟଣାର ପୁନରାବୃତ୍ତି ହୋଇଛି ବାଲେଶ୍ୱରରେ  । ତେବେ ମହାପ୍ରୟାଣ ଗାଡି ନ ପାଇ ପୁଅର  ଶବକୁ  ଟ୍ରଫିରେ ବୁହାଇ ନେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାର ତଦନ୍ତ କରିବାକୁ ଆଜି ମେଡିକାଲରେ ଏଡିଏମ ଓ ଉପଜିଲ୍ଲାପାଳ ପହଞ୍ଚିଥିଲେ । ସେମାନେ ମେଡିକାଲରେ ପଚରାଉଚରା କରିବା ପରେ ମୃତ  ବାଳକର ଘରକୁ ଯିବାର କାର୍ଯ୍ୟକ୍ରମ ରହିଛି  । ସୂଚନାନୁସାରେ ଗତକାଲି ନୀଳଗିରିର ଟୁନାରାମ ସିଂଙ୍କ ପୁଅ କ୍ରିଷ୍ଣାକୁ ସାପ କାମୁଡିବା ପରେ ତାକୁ ନୀଳଗିରି ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । ମାତ୍ର ପୁଅର ମୃତୁ୍ୟ ହେବା ପରେ ଶବକୁ ନେବାକୁ ତାଙ୍କୁ ମହାପ୍ରଣୟ ଗାଡି ମିଳି ନଥିବାରୁ ଟୁନାରାମ  ଏକ ଟ୍ରଲିରେ ପୁଅର ଶବକୁ ଗାଁକୁ ଆଣିଥିଲେ । ଦାନ ମାଝିଙ୍କର କାନ୍ଧରେ ଶବ ବୋହିବା ଘଟଣା ପରେ ଏହି ଘଟଣାର ପୁନରାବୃତ୍ତି ନ ହେବାକୁ ସରକାର ମହାପ୍ରଣୟ ଯୋଜନା ଆରମ୍ଭ କରିଥିବାବେଳେ ଏହି ଭଳି ଅନେକ   ସ୍ଥାନରେ ମହାପ୍ରୟାଣ ଯୋଜନା ଫେଲ ମାରିଥିବା କୁହାଯାଉଛି ।

ONA

Leave a Reply

Top