You are here
Home > ଲାଟେଷ୍ଟ > ଟ୍ରକ୍‌ ଧର୍ମଘଟ ସ୍ଥଗିତ

ଟ୍ରକ୍‌ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର: ଶୁକ୍ରବାର ହେବାକୁ ଥିବା ରାଜ୍ୟବ୍ୟାପି ଟ୍ରକ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ପରିବହନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁଙ୍କ ସହ ଟ୍ରକ୍ ମାଲିକ ସଂଘର ଆଲୋଚନା ଜାରିରହିଛି। ବିଶେଷତଃ ଦାବି ଉପରେ ଗୁରୁତ୍ୱ ଦିଆଯାଇଥିବା ଟ୍ରକ୍ ମାଲିକ ସଂଘ ସଭାପତି ବିଭୃତି ଭୂଷଣ ଦାସ କହିଛନ୍ତି। ବୈଠକରେ ପରିବହନ ସଚିବପରିବହନ କମିଶନର ଉପସ୍ଥିତ ଥିବାବେଳେ ଟ୍ରକ୍ ମହାସଂଘ ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ମହାସଂଘ ଡିସେମ୍ବର ୧୫ ତାରିଖରେ ୧୧ ଦଫା ଦାବିରେ ଆନ୍ଦୋଳନ କରିବା ନେଇ ଡାକରା ଦେଇଥିଲା। ମାଲବାହୀ ଗାଡ଼ି ଉପରେ ଟିକସ ବୃଦ୍ଧି ପ୍ରତ୍ୟାହାରଗ୍ରୀନ୍ କାର୍ଡ ପ୍ରତ୍ୟାହାରସର୍ବନିମ୍ନ ଭଡ଼ା ଧାର୍ୟ୍ୟ ଦାବି ସହ ପୋଲିସ ଓ ଆରଟିଓ ଚେକିଂ ନାଁରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଥିଲା ଟ୍ରକ୍ ମାଲିକ ସଂଘ । ପରବର୍ତ୍ତୀ ପର୍ୟ୍ୟାୟରେ ଟ୍ରକ୍ ମାଲିକ ସଂଘ ଦାବି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା ।
ONA

Leave a Reply

Top