You are here
Home > ଇଣ୍ଡିଆ > ଟାଇମସ୍‌ ମାଗାଜିନର ‘ପର୍ସନ ଅଫ ଦ ଇୟର’ ସର୍ଭେ : ଟ୍ରମ୍ପ୍‌ ଓ ପୁଟିନଙ୍କଠୁ ଆଗରେ ମୋଦି

ଟାଇମସ୍‌ ମାଗାଜିନର ‘ପର୍ସନ ଅଫ ଦ ଇୟର’ ସର୍ଭେ : ଟ୍ରମ୍ପ୍‌ ଓ ପୁଟିନଙ୍କଠୁ ଆଗରେ ମୋଦି

ନ୍ୟୁୟର୍କ: ବିଶ୍ୱର ସବୁ ପ୍ରଭାବଶାଳି ବ୍ୟକ୍ତିଙ୍କ ଠାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ଆଗରେ  ।  ଟାଇମସ୍‌ ମାଗାଜିନ ପକ୍ଷରୁ ଚଳିତ ବର୍ଷର ‘ପର୍ସନ ଅଫ ଦ ଇୟର’ ସମ୍ମାନ ପାଇଁ ହୋଇଥିବା ଏକ ଅନଲାଇନ ସର୍ଭେରେ ଏକଥା ପ୍ରମାଣିତ ହୋଇଛି  । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପଛରେ ପକାଇ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ସମ୍ମାନ ପାଇଁ ମୋଦିଙ୍କୁ ୨୧ ପ୍ରତିଶତ ଭୋଟ୍‌ ମିଳିଥିବା ବେଳେ ପୁଟିନଙ୍କୁ ୬, ଓବାମାଙ୍କୁ ୭ ଓ ଟ୍ରମ୍ପ୍‌ଙ୍କ ୬ ପ୍ରତିଶତ ଭୋଟ ମିଳିଛି।  ପ୍ରତିବର୍ଷ ବିଭିନ୍ନ କାରଣରୁ ସମଗ୍ର ବିଶ୍ୱରେ ଖବରରେ ଥିବା ବିଶ୍ୱର ପ୍ରମୁଖ ବ୍ୟକ୍ତିମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଗତବର୍ଷ ଜର୍ମାନ ଚାନସେଲ ଆଞ୍ଜେଲା ମାର୍କେଲଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ONA

Leave a Reply

Top