You are here
Home > ସଞ୍ଜିବନୀ > ଟମାଟୋର ଔଷଧୀୟ ଗୁଣ

ଟମାଟୋର ଔଷଧୀୟ ଗୁଣ

ଟମାଟୋ ଏମିତି ଏକ ପରିବା ଯାହାକି ସବୁ ତରକାରିରେ ବ୍ୟବହାର କରିହେବ । ଏହା ପକାଇବା ଦ୍ୱାରା ତରକାରୀର ସ୍ୱାଦିଷ୍ଟ ହୋଇଥାଏ । ଏମିତିକି ପାଚିଲା ଟମାଟୋକୁ ଖାଲି ମଧ୍ୟ ଖାଇହେବ । ଏହାକୁ ସାଲାଡରେ ପକାଇ ଖିଆଯାଏ । ଏହା ଏକ ପୁଷ୍ଟିକର ପରିବା । ତେଣୁ ଟମାଟୋ ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ତେଣୁ ଆସନ୍ତୁ ଜାଣିନେବା ଟମାଟୋର ଉପକାରୀ ଗୁଣ ସମ୍ପର୍କରେ…
-ଟମାଟୋରେ ଭିଟାମିନ-ଇ ଭରି ରହିଛି । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଦରକାରୀ । ଏହାସହ ଏଥିରେ ଆଇରନ୍, ସାଇଟ୍ରିକ ଏସିଡ ମଧ୍ୟ ପ୍ରଚୁର ମାତ୍ରାରେ  ରହିଛି । ତେଣୁ ଗର୍ଭବତୀ ମହିଳାଙ୍କ ପାଇଁ ଏହାର ଆବଶ୍ୟକତା ରହିଛି । ଏଥିରେ ଥିବା ଭିଟାମିନ-ବି ଗର୍ଭବତୀ ମହିଳାଙ୍କ ପାଇଁ ଜରୁରୀ
-ଦାନ୍ତ ମାଢିରୁ ରକ୍ତ ପଡୁଥିଲେ କଞ୍ଚା ଟମାଟୋ ଖାଇବା ସହ ଟମାଟୋ ରସ ପିଇଲେ ରକ୍ତ ପଡିବା ବନ୍ଦ ହୋଇଥାଏ ।
-ଯଦି ଆପଣଙ୍କୁ ବାରମ୍ବାର ଶୋଷ ଲାଗୁଛି, ତାହେଲେ ଟମାଟୋ ରସରେ କିଛି ଚିନି ଏବଂ ଲବଙ୍ଗ ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଶୋଷ ନିବାରଣ ହୋଇଥାଏ ।
-ଡାଇବେଟିସ ରୋଗୀଙ୍କ ପାଇଁ ଟମାଟୋ ବେଶ ଉପକାରୀ । କଞ୍ଚା ଟମାଟୋ ଖାଇଲେ ମଧୁମେହର ପ୍ରକୋପ କମ ହୋଇଥାଏ ।
-ଖାଦ୍ୟ ହଜମ କରିବାରେ ଟମାଟୋ ସାହାଯ୍ୟ କରିଥାଏ । ପ୍ରତିଦିନ ଖାଦ୍ୟରେ ଟମାଟୋ ଖାଇଲେ ଉପକାର ମିଳିଥାଏ । ଏହା ରକ୍ତହୀନତା ଦୂର କରିଥାଏ ।
-କୋଷ୍ଠକାଠିନୟ ଦୂର କରିବାରେ ଟମାଟୋ ରସ ସାହାଯ୍ୟ କରିଥାଏ । କଞ୍ଚା ଟମାଟୋ ଖାଇବା ଦ୍ୱାରା ଏବଂ ଟମାଟୋ ରସ ପିଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।
-ପତଳା ବ୍ୟକ୍ତି କିମ୍ବା ଦୁର୍ବଳ ଲାଗୁଥିଲେ ଟମାଟୋ ଖାଇଲେ ସ୍ୱାସ୍ଥ୍ୟ ଭଲ ରହେ । ୧୦ ଗ୍ରାମ ମହୁରେ ୧୦୦ ଗ୍ରାମ ଟମାଟୋ ରସ ମିଶାଇ ପ୍ରତିଦିନ ସକାଳୁ ପିଇଲେ ଶରୀରକୁ ଫୁର୍ତ୍ତି ମିଳିଥାଏ ।
-ପ୍ରତିଦିନ ସାଲାଡରେ ହେଉ କିମ୍ବା ଖାଲି ଟମାଟୋ ଖାଇଲେ ଜଣ୍ଡିସ ଭଳି  ମାରାତ୍ମକ ରୋଗ ଦୂର ହୋଇଥାଏ ।
-ବର୍ଷା ଦିନେ ଓ  ଶୀତଦିନେ ହେଉଥିବା ଚର୍ମ ରୋଗ ପାଇଁ ଟମାଟୋ ଭଲ କାମ କରେ । ଅଳ୍ପ ନଡିଆ ତେଲରେ ଟମାଟୋ ରସ ମିଶାଇ ମାଲିସ କରନ୍ତୁ । ଏହାପରେ ନଖ ଉଷୁମ ପାଣିରେ ସ୍ନାନ କରନ୍ତୁ । ଏହାଦ୍ୱାରା ବିଭିନ୍ନ ପ୍ରକାର ଚର୍ମ ରୋଗରୁ ମୁ୍କ୍ତି ମିଳିଥାଏ ।
-ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଟମାଟୋ ଅତ୍ୟନ୍ତ ଭଲ । ପ୍ରତିଦିନ ଲାଲ ଟମାଟୋ ଖାଇଲେ ଏହା ନିୟନ୍ତ୍ରଣରେ ରହିଥାଏ ।ଏହାସହ ହୃଦରୋଗୀମାନେ ମଧ୍ୟ ଟମାଟୋ ଖାଇବା ଆବଶ୍ୟକ ।
-ମେଦହ୍ରାସ କରିବାରେ ମଧ୍ୟ ଟମାଟୋର ଗୁରୁତ୍ୱପୂର୍ଣ୍ ଭୂମିକା ରହିଛି । ପ୍ରତିଦିନ ସାଲାଡରେ ଟମାଟୋ  ଖାଆନ୍ତୁ । ଏହାସହ ଟମାଟୋ ରସ କିମ୍ବା ଟମାଟୋ ସୁପ ମଧ୍ୟ ପିଇଲେ ଭଲ ।
-ଟମାଟୋରେ ଥିବା କ୍ୟାଲସିୟମ ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ ।
-ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଟମାଟୋର ଭୂମିକା ରହିଛି । ତ୍ୱଚାରୁ ବିଭିନ୍ନ ପ୍ରକାର ଦାଗ ଦୂର ସହ ଏହା ତ୍ୱଚାରେ ଚମକ ଆଣିଥାଏ । ଏହାସହ କେଶ ମଧ୍ୟ ଗହଳିଆ ଓ  ବଢିବାରେ ସାହାଯ୍ୟ କରିଥାଏ ।

ONA

Leave a Reply

Top