You are here
Home > ଏକ୍ସକ୍ଲୁସିଭ୍ > ଜୟ ତୁମେ ମିଛ କହିଲ

ଜୟ ତୁମେ ମିଛ କହିଲ

ଭୁବନେଶ୍ୱର : ଏକଦା ବିଜୁ ଜନତା ଦଳର କରିତକର୍ମା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏବେ ଦଳ ପାଇଁ ଅଲୋଡା । ହେଲେ ବୈଜୟନ୍ତ ପଣ୍ଡା ଓରଫ୍ ଜୟ କିନ୍ତୁ କହି ବୁଲୁଛନ୍ତି ଯେ ବିଜେଡି ପାଇଁ ତାଙ୍କ ଅବଦାନ ଅଧିକ । ଆଉ ବିଜେଡିର ସେ ଜଣେ ପ୍ରତିଷ୍ଠାତା ସଦସ୍ୟ । ବିଜେଡିର ପ୍ରତିଷ୍ଠାତା ସଦସ୍ୟ ନେଇ ଜୟଙ୍କ ଏପରି ଦାବି ସଂପର୍କରେ ଅନୁସନ୍ଧାନ । ୧୯୯୭ ମସିହାରେ ବିଜେଡିର ପଞ୍ଜିକରଣ ପାଇଁ ଯେଉଁ ସତ୍ୟପାଠ ଦାଖଲ ହୋଇଥିଲା। ଏହି ସତ୍ୟପାଠ ଆଧାରରେ ନବୀନ ପଟ୍ଟନାୟକ ବିଜେଡିକୁ ଏକ ରାଜନୈତିକ ଦଳ କରିବା ପାଇଁ ଜାତୀୟ ନିର୍ବାଚନ ଆୟୋଗଙ୍କ ପାଖରେ ସତ୍ୟପାଠ ଜରିଆରେ ଆବେଦନ କରିଥିଲେ । ଏହି ସତ୍ୟପାଠକୁ ସହାୟକ ଦସ୍ତାବିଜ ଯୋଗାଇ ଥିଲେ ଦିଲ୍ଲୀପ ରାୟ, ପ୍ରସନ୍ନ ଆଚାର୍ଯ୍ୟ ଓ ବିଜୟ ମହାପାତ୍ର । ହେଲେ ଏଥିରେ ଜୟଙ୍କ ନାଁ ନାହିଁ । ବିଜୁ ବାବୁଙ୍କ ସହ ହୁଏତ ଶିଳ୍ପପତି ଜୟ ପଣ୍ଡା ପରିବାରର ଘନିଷ୍ଠ ସଂପର୍କ ଥିଲା, ହେଲେ ବିଜେଡିର ଜନ୍ମ ସମୟରେ ତାଙ୍କ ଅବଦାନ ସଂପର୍କରେ କୌଣସି ପ୍ରମାଣ ମିଳି ନାହିଁ । ଶୁଣିବାକୁ ମିଳିଛି, ନବୀନଙ୍କ ବାପା ସ୍ୱର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜୟଙ୍କ ପରିବାରର ମାଲିକାନାରେ ଥିବା ଇମ୍ପା ଶିଳ୍ପାନୁଷ୍ଠାନକୁ ବନ୍ଦ କରିବା ପାଇଁ ଦାବି କରିଥିଲେ । ହେଲେ ପର ମୁହୂର୍ତ୍ତରେ କ’ଣ ହେଲା କେଜାଣି, ସବୁ ଖେଳ ବଦଳି ଯାଇଥିଲା । ଜୟଙ୍କ ମାଆଙ୍କୁ ବିଜୁ ବାବୁ ହିଁ ରାଜ୍ୟସଭାକୁ ପଠାଇଲେ । ତେବେ ଏହା ଜନତା ଦଳ ସମୟରେ କଥା । ଅବଶ୍ୟ ବିଜେଡିରେ ଢେର ଦିନ ଧରି ଜୟଙ୍କର ବେଶ ଧାଗ ଥିଲା । ତାଙ୍କ ପରିବାର ମାଲିକାନାରେ ଏକ ପ୍ରତିଷ୍ଠିତ ବୈଦ୍ୟୁତିକ ଗଣମାଧ୍ୟମ ଥିବା ବେଳେ ଜୟ ପାୱାରଫୁଲ ହୋଇ ଉଠିଥିଲେ । ହେଲେ ବାରମ୍ବାର ବିଜେଡିର କିଛି ନେତା ଓ ପ୍ରଶାସକଙ୍କୁ କୁଚକ୍ରୀ ବୋଲି ବିବେଚନା କରି ସେମାନଙ୍କ ବିରୋଧରେ ଜାତୀୟ ଗଣମାଧ୍ୟମରେ ଲେଖିବା ସହ ନିଜ ଟ୍ୱିଟର ପେଜ୍ରେ ପୋଷ୍ଟ ବି କଲେ ଜୟ । ଦଳ ତାଙ୍କର ଏପରି ଆଚରଣକୁ ସହ୍ୟ ନ କରି ପାରି ଶେଷରେ କାର୍ଯ୍ୟାନୁଷ୍ଠାନ ନେଲା । ଶେଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜାନୁଆରି ୨୪, ୨୦୧୮ରେ ଜୟଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବନ କଲେ । ଏହାପରେ ବି ବୈଜୟନ୍ତ ନିଜକୁ ଦଳର ପ୍ରତିଷ୍ଠାତା ସଦସ୍ୟ କହିବାକୁ ଛାଡିଲେ ନାହିଁ । ବିଜୁ ବାବୁଙ୍କ ଦେହାନ୍ତ ପରେ ବିଜେଡିର ଜନ୍ମ । ତେବେ ଜୟଙ୍କ ପ୍ରତିଷ୍ଠାତା ସଦସ୍ୟ ନେଇ ବାରମ୍ବାର ଗର୍ଜନ ଓ ଚିକ୍ରାର ରାଜନୈତିକ ମହଲରେ ମିଥ୍ୟା ପ୍ରତିପାଦିତ ହୋଇଛି । ଏପରିକି ନବୀନଙ୍କ ପକ୍ଷରୁ ବିଜେଡି ଉପ-ସଭାପତି ସୂର୍ଯ୍ୟ ଟିକେଟରୁ ଦୁଇ ଥର ରାଜ୍ୟସଭା ଓ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଜୟଙ୍କ ସଚ୍ଚୋଟ ରାଜନୈତିକ ମନୋଭାବ ଉପରେ ପ୍ରଶ୍ନ ଉଠାଇଛି ।
ବିଜେଡି ପ୍ରତିଷ୍ଠା ତାରିଖ ଦ୍ୱନ୍ଦ୍ୱ
ବିଜେଡିର ସତ୍ୟପାଠରେ ଏକଥା ମଧ୍ୟ ଉଲ୍ଲେଖ ରହିଛି ଯେ ଦଳ ପ୍ରତିଷ୍ଠା ତାରିଖ ହେଉଛି ୨୦.୧୨.୧୯୯୭ । ଅର୍ଥାତ୍ ୨୦ ଡିସେମ୍ବର ୧୯୯୭ ମସିହାରେ ବିଜେଡିକୁ ରାଜନୈତିକ ଦଳର ମାନ୍ୟତା ମିଳିଥିଲା । ହେଲେ ବିଜେଡି ପ୍ରତି ବର୍ଷ ୨୬ ଡିସେମ୍ବରରେ ଜନ୍ମ ଦିନ ପାଳନ କରିଆସୁଛି । ହୁଏତ ଏହାର କାରଣ ହୋଇପାରେ ଯେ, ଦଳ ପ୍ରତିଷ୍ଠା ସମୟରେ ଥିବା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଏବେ ଆଉ ବିଜେଡିରେ ନାହାନ୍ତି । ବାକି ରହିଲା ପ୍ରସନ୍ନ ଆଚାର୍ଯ୍ୟଙ୍କ କଥା । ଖାକି ହାଫ ପ୍ୟାଣ୍ଟ ପିନ୍ଧିଥିବା ବିଦ୍ୟାର୍ଥୀ ଆଚର୍ଯ୍ୟେ ବିଜେଡି ଚିନ୍ତାଧାରାରେ ଅନୁପ୍ରାଣିତ ନୁହନ୍ତି ବୋଲି ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା । ସେ ଏକ ଦଶନ୍ଧି ତଳେ ବିଜେଡି ସଂସଦୀୟ ଦଳକୁ ଭାଙ୍ଗିବା ପ୍ରସଙ୍ଗ ହେଉ କି ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥୀ ଚୟନ, ପ୍ରସନ୍ନ ସବୁ ସମୟରେ ଅପ୍ରସନ୍ନ ଥିବା ଖବର ମିଳୁଛି । ହୁଏତ ଏହି କାରଣରୁ ପ୍ରକୃତ ଜନ୍ମ ତାରିଖ ନେଇ ଆଜିର ଶଙ୍ଖୁଆ ଅବଗତ ନଥିବେ । ତେବେ ସୁପ୍ରିମୋ ନବୀନଙ୍କୁ ବିଜେଡିର ପ୍ରକୃତ ପ୍ରତିଷ୍ଠା ତାରିଖ ଜଣା ନା ଅନ୍ୟ କୌଣସି କାରଣରୁ ୬ ଦିନ ପରେ ଜନ୍ମ ଦିବସ ପାଳନ କରାଯାଉଛି ତାକୁ ନେଇ ଚର୍ଚ୍ଚା । ପାତ୍ର ସାଂସଦ ଜୟଙ୍କ ନିଲମ୍ବନ ଆଦେଶ ପଢୁଥିବା ସମୟରେ ବି ସେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଦାବିକୁ ଖଣ୍ଡନ କରିଥିଲେ । ଆଉ ଏବେ ଏହି ସତ୍ୟପାଠ କେଉଁଠି ନା କେଉଁଠି ବିଜେଡି ଟିକେଟରୁ ଦୁଇ ଥର ରାଜ୍ୟସଭା ଓ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଜୟଙ୍କ ସଚ୍ଚୋଟ ରାଜନୈତିକ ମନୋଭାବ ଉପରେ ପ୍ରଶ୍ନ ଉଠାଇଛି ।

ONA

Leave a Reply

Top