You are here
Home > ଏକ୍ସକ୍ଲୁସିଭ୍ > ଜୟଙ୍କ ସମାଧି ପଲିଟିକ୍ସ

ଜୟଙ୍କ ସମାଧି ପଲିଟିକ୍ସ

ଭୁବନେଶ୍ୱର: ନିଜକୁ ବିଜୁ ପରିବାର ବୋଲି ସବୁବେଳେ ଦାବି କରନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ବିଜୁ ବାବୁଙ୍କ ଉପରେ ସଚିତ୍ର ପୁସ୍ତକ ‘ଦି ଟଲ୍ ମ୍ୟାନ’ ଉନ୍ମୋଚନ ଉତ୍ସବରେ ତାଙ୍କୁ ଡକାଗଲାନି । ଏଥିରେ ରାଜ୍ୟ ବାହାରର ନେତାଙ୍କଠୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଦଳର ନେତାଙ୍କୁ ଡକାଯାଇଛି । ଏମିତିକି ରାଜନୀତିରେ ବିଜେଡିର ପରମଶତ୍ରୁ ପାଲଟିଥିବା ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ଖାସ ଶତ୍ରୁ ଓ ବିରୋଧୀଙ୍କୁ ମଧ୍ୟ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି । ହେଲେ ବୈଜୟନ୍ତ ଅଲୋଡା ହୋଇଛନ୍ତି । ବୈଜୟନ୍ତଙ୍କୁ କାର୍ଯ୍ୟକ୍ରମକୁ ଡକାଯାଇ ନଥିବାନେଇ ସେ ନିଜେ ସ୍ୱିକାର କରିଛନ୍ତି । ଏହି ସୁଯୋଗରେ ଏହାକୁ ରାଜନୈତିକ ରଙ୍ଗ ଦେବା ଲାଗି ଏବଂ ନବୀନଙ୍କୁ ନିନ୍ଦିତ କରିବା ଲାଗି ସେ ଏକ ମାଧ୍ୟମ ବାଛିଲେ । ଦି ଟଲ୍ ମ୍ୟାନ ଉନ୍ମୋଚନ ଉତ୍ସବ ଲାଗି ସମସ୍ତେ ଲାଗିଥିବାବେଳେ ବୈଜୟନ୍ତ ପୁରୀ ଯାଇ ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ସମାଧି ପାଖରେ ବସି କାନ୍ଦିଥିବା ଦେଖିବାକୁ ମିଳିଛି । କୁହାଯାଉଛି ସମାଧିଙ୍କ ପାଖରେ ବସି ନବୀନ କିପରି ତାଙ୍କୁ ହତାଦର କରି ଦଳରୁ ତଡି ଦେଇଛନ୍ତି ଏବଂ ବିଜୁ ବାବୁଙ୍କ ଲାଗି ହେଉଥିବା କାର୍ଯ୍ୟକ୍ରମରୁ ତାଙ୍କୁ ଦୂରେଇ ଦେଇଛନ୍ତି ତାହା ଜଣାଇଛନ୍ତି । ନଚେତ ଆଜିର ଦିନରେ ସମାଧି ପାଖରେ ବସି ଲୁହ ଗଡାଇବାର କିଛି ଆବଶ୍ୟକ ନଥିଲା । ବୈଜୟନ୍ତ ସବୁବେଳେ ବିଜୁ ବାବୁ ତାଙ୍କ ଆଦର୍ଶ ବୋଲି କହନ୍ତି । ସେତିକି ନୁହେଁ ସେ ନିଜକୁ ବିଜୁଙ୍କ ପରିବାର ସଦସ୍ୟ ବୋଲି କହିବାକୁ କେବେ ଭୁଲିନଥାନ୍ତି ।
ହଲେ ବୈଜୟନ୍ତଙ୍କ ସମାଧି ପଲିଟିକ୍ସକୁ ନେଇ ଏବେ ସବୁଠି ଚର୍ଚ୍ଚା । ତାମିଲ ଅଫିସରଙ୍କ ଉପରେ ରାଗୁଥିବା ବୈଜୟନ୍ତ କଣ ଏହି ସମାଧି ପଲିଟିକ୍ସ ତାମିଲନାଡୁରୁ ଶିଖି ନାହାନ୍ତି ତ! କାରଣ ତାମିଲିନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟାଲଳିତାଙ୍କ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଯେଉଁ ଯୁଦ୍ଧ ଚାଲିଥିଲା ସେତିକିବେଳେ ପନିର ସାଲେଭମଙ୍କୁ ଜୟାଙ୍କ ସମାଧି ସ୍ଥଳରେ ଦେଖିବାକୁ ମିଳିଥିଲା । ପନିର ସାଲଭେମ୍ ସମାଧି ନିକଟରେ ମୌନ ଆସନରେ ବସି ତାମିଲ ରାଜନୀତିରେ ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ଉତ୍ତର ଦେବାକୁ ଏବେ ଜେଲରେ ସଜ୍ଜା କାଟୁଥିବା ଶଶିକଳା ମଧ୍ୟ ପହଞ୍ଚି ଯାଇଥିଲେ ଜୟାଙ୍କ ସମାଧି ପୀଠରେ । ବୈଜୟନ୍ତଙ୍କ ବିଜୁ ସମାଧି ନିକଟରେ ଶ୍ରଦ୍ଧାଞ୍ଜଳି ଦେବାର ଚିତ୍ର ସେଇ କଥାକୁ ଉଣା ଅଧିକେ ମନେ ପକାଇ ଦେଉଛି । ବିଜୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବାହନାରେ ବୈଜୟନ୍ତ ବିଜେଡି ସୁପ୍ରିମୋଙ୍କୁ ନିଶାନ ଭିତରକୁ ନେବାରେ ଟିକିଏ ବି ହେଳା କରିନହାନ୍ତି ।
‘ଦି ଟଲ୍ ମ୍ୟାନ’ ଉନ୍ମୋଚନ ଉତ୍ସବ କାର୍ଯ୍ୟକ୍ରମକୁ ଦଳ ମତରୁ ଉଦ୍ଧ୍ୱର୍ରେ ବୋଲି ଦର୍ଶାଇବା ଲାଗି ପଦକ୍ଷେପ ନିଆଯାଇଛି । ହେଲେ ବୈଜୟନ୍ତଙ୍କୁ ଦୂରେଇ ରଖିବା ପଛରେ ରହସ୍ୟ ବୁଝାପଡୁଛି । ନବୀନଙ୍କର ଖାସ ରାଜନୈତିକ ଶତ୍ରୁ କୁହାଯାଉଥିବା ବିଜୟ ମହାପାତ୍ରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏପରିକି ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ନବୀନଙ୍କ ଅନ୍ୟତମ ପ୍ରମ୍ମୁଖ ବିରୋଧୀ ପାଲଟିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ନମନ୍ତ୍ରିତ ହୋଇଛନ୍ତି । ଦିଲ୍ଲୀପ ରାୟଙ୍କୁ ମଧ୍ୟ ଡକାଯାଇଛି । ସେହିପରି ବିଜେଡିରୁ ନିଲମ୍ବିତ ହୋଇଥିବା ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କୁ ଉତ୍ସବରେ ଯୋଗଦେବା ପାଇଁ ମିଳିଛି ନିମନ୍ତ୍ରଣ । ବିଜୟ ଓ ଧର୍ମେନ୍ଦ୍ରଙ୍କ ସହ ନବୀନ ଏବଂ ବିଜେଡିର ତିକ୍ତତା କେତେ ସୁଦୂର ତାହା କାହାକୁ ଅଛପା ନାହିଁ । ସକାଳ ପାଇଲେ ଧର୍ମେନ୍ଦ୍ରଙ୍କୁ ନେଇ ବିଜେଡି ବିଷ ଉଗାଳେ । ଧର୍ମେନ୍ଦ୍ରଙ୍କ ସହ ନବୀନ କୈଣସି କାର୍ଯ୍ୟକ୍ରମରେ ସଭାରେ ସିଟ ସେୟାରିଙ୍ଗ କରନ୍ତି ନି କି ବିଜେଡିର କୌଣସି ନେତା ବି ତାଙ୍କ କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ନେଇ ପୂର୍ବରୁ ଅନେକ ଥର ରାଜ୍ୟ ରାଜନୀତି ଯୋର ଧରି ସାରିଛି । ରାଜ୍ୟ ରାଜନୀତିରେ ଜଣଙ୍କ ଛାଇ ପଡିଲେ ଆଉଜଣଙ୍କର ନାଇ ଡିଏଁ ଭଳି ସ୍ଥିତି ଲାଗିରହିଛି । ଅଥଚ ଏଭଳି ନେତା ମାନଙ୍କୁ ଡାକିବାକୁ ନବୀନ ଭୁଲି ନାହାନ୍ତି । ବୈଜୟନ୍ତ ବର୍ତ୍ତମାନ ଜାତୀୟସ୍ତରର ରାଜନୀତିରେ ଜଣେ ଜଣାଶୁଣା ନେତା ଭାବେ ବେଶ ପରିଚିତ । ବିଜୁ ବାବୁଙ୍କ କାର୍ଯ୍ୟକ୍ରମରେ ଦେଶର ପ୍ରତିଷ୍ଠିତନେତା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡା, ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ, ସିପିଏମର ସୀତାରାମ ଏଚୁରୀଙ୍କ ଭଳି ନେତା ଆସିଛନ୍ତି । ରାଜଧାନୀରେ ଯେତେବେଳେ ପୁରା ଗହଳି ଲାଗିଛି । ବିଜେଡି ଶିବିର ଉତ୍ସବର ମାହୋଲ ରହିଛି । ଏଭଳି ସ୍ଥିତିରେ ବୈଜୟନ୍ତ ସେଠାରେ ଉପସ୍ଥିତ ନରହିବା ତାଙ୍କ ପାଇଁ ବଡ ଅପମାନ ଜନକ କାର୍ଯ୍ୟ ହୋଇଛି ବୋଲି କୁହାଯାଉଛି । ନବୀନ ଜାଣିଶୁଣି ବୈଜୟନ୍ତଙ୍କୁ ଅପମାନିତ କରିବାକୁ ଏଭଳି ପଦକ୍ଷେପ ନେଇଥିବାରୁ ସେ ପାଲଟା ମାଡ ଦେବାକୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ବାହାନାରେ ପୁରୀ ଯାଇ ସମାଧି ରାଜନୀତି କାର୍ଡ ଖେଳିଛନ୍ତି ।
ବିଜୁ ସମାଧି ସ୍ଥଳରୁ ଆରମ୍ଭ ହୋଇଥିବା ବୈଜୟନ୍ତ ଆକ୍ସନକୁ ଲୋକମାନେ ଗ୍ରହଣ କରିବେ ତ? କାରଣ ରାଜ୍ୟର ବିଶେଷ କରି ଉପକୂଳ ଓଡିଶାର ଲୋକମାନେ ଜାଣିଛନ୍ତି ପଣ୍ଡା ପରିବାରର ସହ ବିଜୁବାବଙ୍କର ଘନିଷ୍ଟ ସମ୍ପର୍କ ଥିଲା । ସେଥିପାଇଁ ବିଜୁବାବୁ ବୈଜୟନ୍ତଙ୍କ ମା ଇଲା ପଣ୍ଡାଙ୍କୁ ରାଜ୍ୟସଭା ପଠାଇଥିଲେ । ଆଉ ବୈଜୟନ୍ତଙ୍କୁ ୪ ଥର ସାଂସଦ ଭାବେ ଦିଲ୍ଲୀ ପଠାଇଲେଣି ନବୀନ । କିନ୍ତୁ ବୈଜୟନ୍ତ ସାମନ୍ତରାଳୟ ଭାବେ ସଂଗଠନ କରି ନବୀନଙ୍କୁ ଚ୍ୟାଲେଞ୍ଜ ଦେଲେ । ଫଳରେ ବିଜେଡିରୁ ତଡା ଖାଇବାକୁ ପଡିଲା ବୈଜୟନ୍ତଙ୍କୁ । ନିଲମ୍ବିତ ହେବା ପରେ ବୈଜୟନ୍ତ ଏବେ ବିଜୁଙ୍କ ସମାଧି ସ୍ଥଳରେ । ତେବେ ବୈଜୟନ୍ତଙ୍କ ସମାଧି ପଲଟିକ୍ସର ରିଆକ୍ସନ କେମିତି ଆସୁଛି ତାହା ଦେଖିବାକୁ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

ONA

Leave a Reply

Top