You are here
Home > ଲାଟେଷ୍ଟ > ଜୁଲାଇ ପହିଲାରୁ ଲାଗୁ ହେବ ଜିଏସଟି

ଜୁଲାଇ ପହିଲାରୁ ଲାଗୁ ହେବ ଜିଏସଟି

-ମହଙ୍ଗା ହେବ ଟିଭି, ଏସି, ୱାସିଂ ମେସିନ, ଫ୍ରିଜ୍
ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ଦେଶରେ ଜିଏସଟି ଲାଗୁ କରିବା ପାଇଁ ଯୋଜନା ରଖାଯାଇଛି । ନୂତନ ଜିଏସଟି ବ୍ୟବସ୍ଥା ଲାଗୁ ହେଲେ ଟିଭି, ଏସି, ୱାସିଂ ମେସିନ୍, ଫ୍ରିଜ୍ ଆଦି ସାମଗ୍ରୀର ଦର ବୃଦ୍ଧି ପାଇବ । ଅନ୍ୟପକ୍ଷରେ ସ୍ମାର୍ଟଫାନ୍, ଛୋଟ କାର ତଥା ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଶସ୍ତା ହେବ ବୋଲି ସୂଚନା ମିଳିଛି । ଜିଏସଟି ପରିଷଦ ଦ୍ୱାରା ପାଖାପାଖି ୧୨୦୦ ବସ୍ତୁ ଓ ୫୦୦ ସେବା ଗୁଡିକର ଦର ଉପରେ ଅନ୍ତିମ ରୂପ ଦିଆଯାଇଛି । ଏହି ବିଶ୍ଳେଷଣରୁ ଜଣାପଡିଛି ଯେ ସାବୁନ ଓ ଦନ୍ତମଞ୍ଜନ  ଭଳି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ସହିତ ଘର, ସିମେଣ୍ଟ, ଆୟୂର୍ବେଦିକ ଔଷଧ, ପୂଜା ସାମଗ୍ରୀ, ଡିଟିଏଚ୍ ସେବା, ବିମାନ ଯାତ୍ରା ଏବଂ ଓଲା-ଉବେର ଜିଏସଟି ଦ୍ୱାରା ଶସ୍ତା ହେବ  । ଜିଏସଟି ବ୍ୟବସ୍ଥାରେ ମହଙ୍ଗା ହେବ ଏସି କାର  ଓ ପଞ୍ଚତାରକା ହୋଟେଲରେ ରହଣି ଓ ସୌର ଶକ୍ତି ସେଲ ଆଦି  । ତେଣୁ ଜିଏସଟି  ଲାଗୁ ହେବା ପୂର୍ବରୁ ଗ୍ରାହକ ମହଙ୍ଗା ହେବାକୁ ଯାଉଥିବା ସାଗ୍ରମୀକୁ କିଣିବାର ଶେଷ ସୁଯୋଗ ପାଇବେ  ।

ONA

Leave a Reply

Top