You are here
Home > ଲାଟେଷ୍ଟ > ଜୁନ୍ ୧୦ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ

ଜୁନ୍ ୧୦ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ଵର : ନିର୍ଦ୍ଧାରିତ ସମୟ ଆଗରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। କେରଳ ସହ ଉତ୍ତର ପୂର୍ବ ଉପକୂଳକୁ ମଧ୍ୟ ମୌସୁମୀ ପ୍ରବେଶ କରିଛି । ଏହାରି ପ୍ରଭାବରେ କେରଳରେ ୨୪ ଘଣ୍ଟା ମଧ୍ୟରେ  ଝମାଝମ୍  ବର୍ଷା ହେବାର ସମ୍ଭାବନା ରହିଛି।  ଓଡ଼ିଶାରେ ମୌସୁମୀ ଆସନ୍ତା ଜୁନ୍ ୧୦ ସୁଦ୍ଧା ଛୁଇଁବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଆଜି ମୌସୁମୀ କେରଳ ଏବଂ ଉତ୍ତରପୂର୍ବାଞ୍ଚଳ ଛୁଇଁଛି। ଓଡ଼ିଶାରେ ଜୁନ ୧୦ ସୁଦ୍ଧା ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ତେବେ ଜୁନ  ୪ରୁ ୬ ତାରିଖରେ ରାଜ୍ୟରେ ତାପମାତ୍ରା ବଢ଼ିପାରେ। ଯାହା ଫଳରେ ତାପମାତ୍ରା ୪୦ ଡେଇଁଵା ସହ କିଛି ଜାଗାରେ ୪୨ ଓ ୪୩ ଛୁଇଁପାରେ। ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ ଜୁନ  ୮ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାରି ପ୍ରଭାବରେ ରାଜ୍ୟରେ ତାପମାତ୍ରା କମିବ। ଲଘୁଚାପ ଦ୍ଵାରା ମୌସୁମୀ ପାଇଁ ଅନୁକୂଳ ହେବ।  ଦିଲ୍ଲୀ ଆଇଏମ୍‌ଡି ପକ୍ଷରୁ କୁହାଯାଇଛି କି କେରଳରେ ଆଗାମୀ ମୌସୁମୀ ବାୟୁ ଆସନ୍ତା ୮ ଜୁନ୍‌ ମଧ୍ୟରେ ଗୋଆ ଓ ୧୦ ଜୁନ୍‌ ମଧ୍ୟରେ ମୁମ୍ବାଇ ଠାରେ ପହଞ୍ଚିଯିବ । ଆସନ୍ତା ଶୁକ୍ରବାର ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ମୌସୁମୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି କାର୍ୟ୍ୟାଳୟରୁ ପ୍ରକାଶ ପାଇଛି ।

ONA

Leave a Reply

Top