You are here
Home > ଲାଟେଷ୍ଟ > ଜୁଏଲଙ୍କୁ ଅଣ୍ଡାମାଡ

ଜୁଏଲଙ୍କୁ ଅଣ୍ଡାମାଡ

କେନ୍ଦ୍ରାପଡା: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡି ଉପରକୁ ବିଜେଡି କର୍ମୀ ଆଜି  ଅଣ୍ଡାମାଡ କରିଛନ୍ତି । ଜୁଏଲଙ୍କ ରାଜକନିକା ଗସ୍ତକୁ ବିରୋଧ କରି ଉଭୟ ବିଜେଡି ଓ କଂଗ୍ରେସ କର୍ମୀ ବିକ୍ଷୋଭ କରିଛନ୍ତି । ବିଜେଡି କର୍ମୀ ଅଣ୍ଡାମାଡ କରିଥିବା ବେଳେ କଂଗ୍ରେସ କର୍ମୀ କଳାପତାକା ଦେଖାଇଥିଲେ । ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଳି ବିଧାୟକଙ୍କ ସମେତ ୨୦୦ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଛି । କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ସବକା ସାଥ୍ ସବକା ବିକାଶ କର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ତୀବ୍ର ବିରୋଧର ଶିକାର ହୋଇଥିଲେ । ନିଆଳି ଛକରେ କଂଗ୍ରେସ ପକ୍ଷରୁ ତାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା । ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ କଂଗ୍ରେସକର୍ମୀମାନେ  ଜୁଏଲଙ୍କ ଗସ୍ତ ବେଳେ ରାସ୍ତା ରୋକ କରିଥିଲେ । ପରେ ପୋଲିସ ସେମାନଙ୍କୁ ଅଟକ ରଖିଛି । ପୂର୍ବରୁ କେନ୍ଦ୍ରାପଡାରେ ଏକ ଜଳ ପ୍ରକଳ୍ପର ଉଦଘାଟନ ବେଳେ  କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡା,ଢ଼େଲାପଥର ଓ ଚପଲ ମାଡ କରାଯାଇଥିଲା । ଦୁଇ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା  ।
  କଂଗ୍ରେସ ଭଳି ବିଜେଡି କର୍ମୀ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ  । ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇ ଜୁଏଲଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିଲା  । ଫଳରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ  । ପୋଲିସ ମୃଦୁ ଲାଠି ଚାଳନା ମଧ୍ୟ କରିଥିଲା  । ତେବେ ଘଟଣା ସମ୍ପର୍କରେ  ଜୁଏଲ୍ କୌଣସି ପ୍ରତିକ୍ରିୟା ଦେଇନଥିଲେ  । ଜୁଏଲଙ୍କୁ ବିରୋଧ କରାଯିବା ନେଇ ରାଜ୍ୟ ରାଜନୀତି ଖୁବ ସରଗରମ ହୋଇଛି । କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଅଣ୍ଡାମାଡ ଘଟଣାକୁ ନାପସନ୍ଦ କରିଛନ୍ତି । ଟ୍ୱିଟ୍ କରି ବୈଜୟନ୍ତ  କହିଛନ୍ତି, ପ୍ରତିବାଦ ନାଁରେ କାହାରିକୁ ଅଣ୍ଡାମାଡ କରିବା ଉଚିତ ଆଦୌ ଠିକ୍ ନୁହେଁ  । ପ୍ରତିବାଦ କରିବାକୁ ବହୁ ଗ୍ରହଣୀୟ ମାଧ୍ୟମ ରହିଛି  । ତେବେ ବିରୋଧ ପ୍ରଦର୍ଶନ ନାଁରେ ଢ଼େଲା, ଅଣ୍ଡା ଅଥବା ଜୋତା ମାଡକରିବା ଆଦୌ ଉଚିତ ନୁହେଁ ବୋଲି ବୈଜୟନ୍ତ କରିଛନ୍ତି  ।

ONA

Leave a Reply

Top